loading...

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୫





ପ୍ରତିବର୍ଷ ପରି ଚଳିତବର୍ଷ କିସ୍‍ରେ ପାଳିତ ହୋଇଯାଇଛି। ଶୁକ୍ରବାର କିସ୍‍ ଦୂତୀଚାନ୍ଦ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ଓଲିଉଡ୍‍ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ ବିନୟ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ କିସ୍‍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଚିତ୍ରାଭିନେତାଙ୍କ ସହ ହୋଲି ପାଳିଥିଲେ। ପାରମ୍ପରିକ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ରଙ୍ଗ ବୋଳି ଅବିର ପର୍ବ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ କିସ୍‍ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ। ସୂଚନାଯୋଗ୍ୟ, ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ସିନେ ସମୀକ୍ଷକ ଦିଲୀପ ହାଲି, ସଂଳାପକାର ଡ. ରଜନୀରଞ୍ଜନ, ବିଜୟ ମଲ୍ଲ, ନିର୍ଦ୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ସଞ୍ଜୟ ନାୟକ, ବସନ୍ତ ସାହୁ, ଜୁବୁଲି ସୁନ୍ଦରାୟ, ଅଜୟ ରାଉତରାୟ, ତାପସ ସରଗରିଆ, ଅବତାର ସିଂହ, ବବି ଇସ୍‍ଲାମ, ଡି ରେଡ୍ଡୀ, ତିରୁପତି ସାହୁ, ପ୍ରଦୀପ ଦାସ, ପ୍ରିତମ, ଅଭିନେତା ସୁକାନ୍ତ ରଥ, ଜିତ୍‍, ସୌମ୍ୟ ସ୍ୱରୂପ, ନିରଞ୍ଜନ, ସାଗର ମହାନ୍ତି, ପୁନମ, ଅଭିଷେକ ଗିରି, ଅଭିନେତ୍ରୀ ନମ୍ରତା ଥାପ୍ପା, ଲିପ୍‍ସା, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଆକାଙ୍‍କ୍ଷା କବି, ଶିଶୁ କଳାକାର ଶ୍ରେୟାଂଶୀ ଦାସ, ଆଦ୍ୟାଶା ପ୍ରଧାନ, ହାସ୍ୟ ଅଭିନେତା ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ (ହାଡୁ), ଦେବୁ ବ୍ରହ୍ମା, ଗୁଡ଼ୁ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ବିଦ୍ୟୁତ ପ୍ରଭା ପାଲିତ, ପ୍ରିତିନନ୍ଦା ରାଉତରାୟ, ଅନ୍ତରା ଚକ୍ରବର୍ତ୍ତୀ, ମୋହିତ ଚକ୍ରବର୍ତ୍ତୀ, ଶୈଳଭାମା ମହାପାତ୍ର ଓ ଓଡ଼ିଶୀ ଗୁରୁ ଶାଶ୍ୱତ ଯୋଶୀଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget