loading...

ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ – ରାଜ୍ୟପାଳ

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡାଠାରେ ଆୟୋଜିତ ଓଡ଼ିଶା ମାଇନିଂ ଏକ୍‌୍ସପୋ ଏବଂ କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ଇଣ୍ଡଷ୍ଟ୍ରି ଲିଡର୍‌, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ଭାରତର ଖଣିଜ-ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖଣି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ ହୋଇଛି, ଯାହା ନିଯୁକ୍ତି, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଲୁହପଥର, ବକ୍‌ସାଇଟ୍‌, କୋଇଲା, ମାଙ୍ଗାନିଜ୍ ଏବଂ କ୍ରୋମାଇଟ୍‌ର ବିପୁଳ ଭଣ୍ଡାର ସହିତ ଓଡ଼ିଶା ଭାରତର ସମ୍ପଦ-ଚାଳିତ ବିକାଶରେ ଏକ ପ୍ରମୁଖ ରାଜ୍ୟଭାବରେ ନିଜକୁ ସ୍ଥାନିତ କରିଛି।

ରାଜ୍ୟପାଳ କରିଥିଲେ ଯେ ଆଜି ଖଣି କେବଳ ସମ୍ପଦ ଖନନ ଓ ନିଷ୍କାସନ ନୁହେଁ ବରଂ ସ୍ଥାୟୀ ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ସମାଜ କଲ୍ୟାଣକୁ ପ୍ରାଥମିକତା ଦେଉଛି। ସ୍ୱୟଂଚାଳିତକରଣ, ଡିଜିଟାଲାଇଜେସନ୍ ଏବଂ ସବୁଜ ଖଣି ପଦକ୍ଷେପ ଶିଳ୍ପ କ୍ଷେତ୍ରକୁ ରୂପାନ୍ତରିତ କରୁଛି। କୃତ୍ରିମ ବୁଦ୍ଧିମତ୍ତା, ତଥ୍ୟ ବିଶ୍ଲେଷଣ ଏବଂ ଆଧୁନିକ ଅନୁସନ୍ଧାନ କୌଶଳର ବ୍ୟବହାର ଫଳରେ ଦକ୍ଷତା ବୃଦ୍ଧି କରିବା ସହିତ ପରିବେଶଗତ ପ୍ରଭାବକୁ ହ୍ରାସ କରୁଛି । 

ଦାୟିତ୍ୱପୂର୍ଣ୍ଣ ଖଣି କାର୍ଯ୍ୟକ୍ରମ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ପ୍ରତି ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ଏହି କ୍ଷେତ୍ରରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ଉଝଜ) ଉପରେ ରାଜ୍ୟପାଳ ଗୁରୁତ୍ୱ ଗୁରୁତ୍ୱାରୋପ କରିଥିଲେ। ଖଣି ପ୍ରଭାବିତ ଅଂଚଳରେ ପ୍ରଭାବିତ ଗୋଷ୍ଠୀଙ୍କ କଲ୍ୟାଣ, ପରିବେଶ ସଂରକ୍ଷଣ ଏବଂ ପୁନର୍ବାସକୁ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱାରୋପ କରିବା ସହିତ ବନୀକରଣ, ଜଳ ସଂରକ୍ଷଣ ଏବଂ ଗୋଷ୍ଠୀ ଉନ୍ନୟନକୁ ପ୍ରାଥମିକତା ଦେବାକୁ କହିଥିଲେ। 

ମାଇନିଂ ଏକ୍ସପୋ ଓ କନ୍‌କ୍ଲେଭରେ ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା, ପର୍ଯ୍ୟାଲୋଚନା ମାଧ୍ୟମରେ ଶିଳ୍ପ ପ୍ରଗତି ଓ ପରିବେଶଗତ ସନ୍ତୁଳନ ଉପରେ ଭାବ ବିନିମୟ ଓ ଜ୍ଞାନ ଅର୍ଜନ ପାଇଁ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଅର୍ନ୍ତଦୃଷ୍ଟି ଦାୟିତ୍ୱପୂର୍ଣ୍ଣ ଖଣି ପରିଚାଳନା ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋସାହିତ କରୁଥିବା ନୀତିଗୁଡ଼ିକୁ ଆପଣେଇବାରେ ସହାୟକ ହେବ ବୋଲି କହିଥିଲେ। ଏହି ଅବସରରେ ଏକ ଉତ୍ପାଦନକ୍ଷମ, ଦକ୍ଷ ଏବଂ ସାମାଜିକ ଦାୟିତ୍ୱବୋଧ ଥିବା ଖଣି କ୍ଷେତ୍ର ପାଇଁ ସାମୁହିକ ଭାବେ କାର୍ଯ୍ୟ କରିବାକୁ ସମସ୍ତ ଅଂଶୀଦାରମାନଙ୍କୁ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଆହ୍ୱାନ ଜଣାଇଥିଲେ। 

ଫ୍ୟୁଚରେକ୍ସ୍‌ର ଅଧ୍ୟକ୍ଷ ସ୍ୱାମୀ ପ୍ରେମ ଅନ୍ୱେଷୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆୟୋଜକ କମିଟିର ଅଧ୍ୟକ୍ଷ ତଥା ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ୍ ଚାନ୍ଦ ମାଇନିଂ ଏକ୍ସପୋ ଆଣ୍ଡ କନ୍‌କ୍ଲେଭ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଏବଂ କାର୍ଯ୍ୟାଧାରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଲୁମିନସ୍ ଇନ୍‌ଫୋୱେଜ୍‌ର ଏମ୍‌.ଡି. ଜୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିମ୍ବଦନ୍ତୀ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି / କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget