loading...

କର୍ଣ୍ଣାଟକରେ ମହିଳାଙ୍କୁ ଦୁଷ୍କର୍ମ ଓ ଓଡିଆ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



  • କଂଗ୍ରେସ ଦଳର ଦୋମୁହାଁ ନୀତିର ଅସଲ ଚେହେରା ପଦାରେ ପଡିଛି : ବିରଂଚି ନାରାୟାଣ ତ୍ରିପାଠୀ
  • ଓଡିଶା କଂଗ୍ରେସ ନେତୃବୃନ୍ଦ ସମବେଦନା ଜଣାଇବା ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି
  • ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି

ଗତ କାଲି ସମଗ୍ର ବିଶ୍ୱ ଯେତେବେଳେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିଲା, ସେତେବେଳେ କଂଗ୍ରେଶ ଶାସିତ କର୍ଣ୍ଣାଟକ ପ୍ରଦେଶରୁ ଆସିଥିବା ଏକ ଦୁଖଦଃ ସମ୍ବାଦ ସମସ୍ତଙ୍କୁ ବ୍ୟଥୀତ କରିଥିଲା । ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଯାଇଥିବା ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯିବା ଘଟଣା ଅତ୍ୟାନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ । ଏହି ଘଟଣାରେ ଓଡିଶାର କନ୍ଧମାଳ ଜିଲ୍ଲାର ଜଣେ ଯୁବକକୁ କେନାଲକୁ ଠେଲି ଦେଇ ହତ୍ୟା କରାଯାଇଛି । ଏହି ଅମାନବୀୟ ଘଟଣାରେ ୩ ଜଣ ସାମିଲ ଥିବାବେଳେ ବର୍ତମାନ ସୁଦ୍ଧା ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି କର୍ଣ୍ଣାଟକ ସରକାର ।

ଅନ୍ୟ ପଟେ ଓଡିଶାରେ ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିବା କଂଗ୍ରେସ ଦଳ କର୍ଣ୍ଣାଟକ ପ୍ରସଙ୍ଗରେ ସମବେଦନା ଜଣାଇ ଦୁଃଖ ପ୍ରକାଶ କରିବା ତ ବହୁ ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି । ଓଡିଶାର ଜଣେ ହେଲେ କଂଗ୍ରେସ ନେତା ପାଟି ଖୋଲିନାହାନ୍ତି । କଂଗ୍ରେସ ଦଳର ଏଭଳି ଦୋମୁହାଁ ନୀତି ନିଜ ଚେହେରାର ଅସଲ ମୁଖା ଖୋଲିଦେଇଛି । ବାସ୍ତବରେ ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget