loading...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ ।

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୫


ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତାରେ ରାଜ୍ୟପାଳ କହିଛନ୍ତି ଯେ ଡା. ପ୍ରଧାନ ଜଣେ କେନ୍ଦ୍ରମନ୍ତ୍ରୀ ତଥା ଉତ୍ସର୍ଗୀକୃତ ରାଜନେତା ଭାବରେ ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ଓଡ଼ିଶା ତଥା ସମଗ୍ର ଦେଶର ହିତ ପାଇଁ ନୀତି ନିର୍ଦ୍ଧାରଣରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ, ଶାସନ ବ୍ୟବସ୍ଥାରେ ଗଭୀର ଜ୍ଞାନ, ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତା ତଥା ସାଧାରଣ ଜନତାଙ୍କ କଲ୍ୟାଣ ନିମନ୍ତେ ସମର୍ପଣ ଭାବ ପାଇଁ ସେ ଲୋକପ୍ରିୟ ହୋଇପାରିଥିଲେ। ରାଜନୈତିକ କ୍ୟାରିଅର ବ୍ୟତୀତ ଜଣେ ସମ୍ବେଦନଶୀଳ ଓ ନୀତିନିଷ୍ଠ ଜନନେତାଭାବେ ସେ ଜନସାଧାରଣଙ୍କ ସହ ଗଭୀରଭାବେ ଯୋଡି ହୋଇ ରହିଥିଲେ। ରାଜ୍ୟ ତଥା ଦେଶର ବିକାଶ ଦିଗରେ ନିରନ୍ତର ଉଦ୍ୟମ ପାଇଁ ଡା. ପ୍ରଧାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ମହନୀୟ ସେବା, ସାଧୁତା ଓ ବ୍ୟକ୍ତିତ୍ୱ ପରବର୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଜ୍ୟପାଳ ଆଶା ପୋଷଣ କରିଛନ୍ତି। 
ଏପରି ଦୁଃଖଦ ସମୟରେ ରାଜ୍ୟପାଳ ସ୍ୱର୍ଗତ ପ୍ରଧାନଙ୍କର ସୁପୁତ୍ର ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମଗ୍ର ଶୋକସନ୍ତପ୍ତ ପରିବାର, ଆତ୍ମୀୟସ୍ୱଜନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ପରଲୋକଗତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। 
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget