ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୫
ଆଜି ଅପରାହ୍ନରେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାର୍ ମିଷ୍ଟର ହଗ୍ ବୋଲ୍ୟାନ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ବିଧାନସଭାର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଏକ ଉତ୍ତରୀୟ ଏବଂ ସ୍ମାରକ ମିଷ୍କର ହର୍ ବୋଲ୍ୟାନ୍ଙ୍କୁ ପ୍ରଦାନ କରିଥିଲେ ।
ମିଷ୍ଟର ହଗ୍ ବୋଲ୍ୟାନଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତ ସମୟରେ ଆଗାମୀ ଦିନରେ ରାଜ୍ୟରେ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ବନ୍ଧରେ ସେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବେ ।
ଏହି ଅବସରରେ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ୍ଙ୍କ ସହିତ ଅଞ୍ଜେଲିନା ନାୟାର ଏବଂ ଅନଘା ନାୟାର ଉପସ୍ଥିତ ଥିଲେ ।
Post a Comment