loading...

ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି: କଂଗ୍ରେସ

ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୫



ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି। ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସ ଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଓ ପ୍ରତିବାଦ ସଭା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ପୌରହିତରେ ଆୟୋଜନ ହୋଇଥିଲା। ମହିଳା ଅତ୍ୟାଚର ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପଜିଲ୍ଳାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। 

ରାଜ୍ୟରେ ମହିଳାମାନେ ଆଜି ସଂପୂର୍ଣ୍ଣ ରୂପେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଏବଂ ଏହି ବର୍ଗଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରୁନାହାନ୍ତି ବା କରିପାରୁନାହାନ୍ତ, ତାହାଲେ କିଭଳି ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛନ୍ତି ଓ ଦେଖାଉଛନ୍ତି। ତାହା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଏହି ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ଏ ସରକାରଙ୍କୁ ତିଳେମାତ୍ର ସହ୍ୟ କରିବ ନାହିଁ, ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସଂପୂର୍ଣ୍ଣରୂପେ ସୁରକ୍ଷା ପ୍ରଦାନ କରାଯାଇନାହିଁ। ରାଜ୍ୟରେ ଏହି ୮ମାସର ସରକାର ସମୟରେ ୫୪ଟି ଗଣଧର୍ଷଣ, ଧର୍ଷଣ ଓ ଧର୍ଷଣଜନିତ ମୃତ୍ୟୁ ଘଟିଛି। ରାଜ୍ୟରେ ଏଭଳି ଏକ ଜିଲ୍ଲା ନାହିଁ ଯେଉଁଠାରେ ଏଭଳି ଅମାନୁଷିକ, ବର୍ବର ଓ ପାସବିକ ଅତ୍ୟାଚର ଏ ରାଜ୍ୟର ମା’ ଭଉଣୀ ଓ ଛାତ୍ରୀମାନଙ୍କ ଉପରେ ହୋଇନାହିଁ। ମହାମହିମ ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲାରେ ଜଣେ ଆଦିବାସୀ ଝିଅଙ୍କ ଧର୍ଷଣ କରାଗଲା, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଚମ୍ପୁଆ, ତେଲକୋଇ ଅଂଚଳରେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରୀଙ୍କୁ ଧର୍ଷଣ ଏବଂ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତି। ଯାଜପୁର ଜିଲ୍ଲାର କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ, ମାଲକାନାଗିରିର ଚିିତ୍ରକୁଣ୍ଡାର ମାଟ୍ରିକ୍ ପରିକ୍ଷାତ୍ରୀ ଆଦିବାସୀ ଝିଅଟି ମାତୃତ୍ୱ ଲାଭ କରିବା, ଏହା ଆମ ରାଜ୍ୟର ସାମଗ୍ରିକ ମହିଳାମାନଙ୍କ ସୁରକ୍ଷା ଓ ସ୍ଥିତିପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହାମହିମ ରାଷ୍ଟ୍ରପତି ଏ ସମସ୍ତ ଘଟଣା ତାଙ୍କ ଜ୍ଞାତସାରରେ ଥିବ। କିନ୍ତୁ ଅନ୍ୟରାଜ୍ୟରେ ଘଟୁଥିବା ଘଟଣାକୁ ନିନ୍ଦାକରୁଥିଲାବେଳେ ନିଜ ରାଜ୍ୟରେ ଏଭଳି ସ୍ଥିତି ପ୍ରତି ସାମାନ୍ୟ କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ। ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା, ରାଜ୍ୟ କଂଗ୍ରେସର ଏକମାତ୍ର ଦାବି ବୋଲି ସେ ରୋକ୍ ଠୋକ ଶୁଣାଇଛନ୍ତି। 

ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅତିକ୍ଷୋଭ ଓ ଦୁୂଃଖର ସହିତ କହିଲେ ଯେ, ଗୋଟେ ପଟେ ଏକକୋଟି ସୁଭଦ୍ରାଙ୍କୁ ୫ ହଜାର ଟଙ୍କା ଦେଇ ନିଜକୁ ଭଗବାନ ବୋଲି ଭାବୁଥିବା ଡବଲ ଇଞ୍ଜିନ ସରକାର ଦୟାକରି କହିବେ କି ଆଜି ଶହ ଶହ ସୁଭଦ୍ରାଙ୍କ ପ୍ରତି ପାଶବିକ ଅତ୍ୟାଚାର, ଧର୍ଷଣ ଓ ଗଣଧର୍ଷଣ ଘଟୁଥିଲାବେଳେ ଏ ସରକାର ଚୁପ୍ କାହିଁକି, ଏହା କ’ଣ ଏକ ସରକାରର କର୍ତବ୍ୟ କି? ବେଟି ପଢ଼ାଓ ଓ ବେଟି ବଚାଓର ନାରା ଆଜି କେବଳ ନାରାରେ ରହିଯାଇଛି। ଏ ରାଜ୍ୟର ମହିଳା ଆଜି ସଂପୂର୍ଣ୍ଣ ଅସୁରକ୍ଷିତ। ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟ ବୋଲି ମାନ୍ୟତା ପାଇସାରିଲାଣି। ଏହା ଆମ ଡବଲ ଇଞ୍ଜିନ ସରକାର ସବୁଠାରୁ ବଡ଼ ଉପଲବ୍ଧି। 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଥିଲେ ଯେ ଆଇନର ତରାଜୁ ଜଣେ ମହିଳାଙ୍କ ହାତରେ। କିନ୍ତୁ ଏ ଡବଲ ଇଞ୍ଜିନର ସରକାର ଏ ପ୍ରତି ଧ୍ୟାନ ଦେଉନାହାନ୍ତି। ରାଜ୍ୟର ମହିଳା ଯେତେ ସୁରକ୍ଷିତ ହେବେ ରାଜ୍ୟ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେତେ ମଜଭୂତ ହେବ। ରାଜ୍ୟରେ ଆଦିବାସୀ ସ୍କୁଲ ଛାତ୍ରମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କମ ସାରା ଦେଶରେ ରାଜ୍ୟକୁ ବଦନାମ କରିଛି। କିନ୍ତୁ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର କୌଣସି ନେତା ମୁହଁ ଖୋଲୁନାହାନ୍ତି। ପୂର୍ବତନମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ କଟୁସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ସଂଗୀନ ଅପରାଧ ଓ ଅତ୍ୟାଚାର ଆଜି ବିଜେପି ଦଳର ମନୁବାଦି ଚିନ୍ତାଧାରାର ମୁଖ୍ୟକାରଣ ବୋଲି କହିଥିଲେ। ବିଜେପି ଦଳ ମନୁବାଦି ଚିନ୍ତାଧାରାରେ ଓ ଆଦର୍ଶରେ ଅନୁପ୍ରାଣିତ। ତେଣୁ ମନୁବାଦିମାନେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରନ୍ତି ନାହିଁ। ମହିଳା ମଧୁସ୍ମିତା ଆଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ନିରୁପମା ପାତ୍ର, ଶ୍ରୀୟା ମହାନ୍ତି ଓ ବହୁ ମହିଳା କଂଗ୍ରେସ ନେତ୍ରୀମାନେ ଆଜି ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅପରାଧକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଏହାର ନିରାକରଣ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା। ସେହିଭଳି ଭାବରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଓ ଦେବାଶିଷ ପଟ୍ଟନାୟକ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟଚାର ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ ତାଙ୍କ ନିଜ ବକ୍ତବ୍ୟରେ କହିଥିଲେ ଯେ ଯେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯାଇପାରିବ ନାହିଁ, ସେ ପର୍ଯ୍ୟନ୍ତ ରାଜ୍ୟ କେବେହେଲେ ଏକ ବିକଶିତ ରାଜ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ। ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ କେବେ ବରଦାସ୍ତ ରାଜ୍ୟ କରିବ ନାହିଁ। ରାଜ୍ୟରେ ଏ ୮ ମାସ ଭିତରେ ମହିଳାଙ୍କ ପ୍ରତି ହେଉଥିବା ୧୬ ଶହ ସଂଗୀନ ଅପରାଧ ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି। ଏ ସରକାର ବିରୁଦ୍ଧରେ ଏ ଲଢ଼େଇ ଆରମ୍ଭ ମାତ୍ର। 

ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ସୁବ୍ରତ ମହାପାତ୍ର, ଶୁଭେନ୍ଦୁ ମହାନ୍ତି,ମାନସ ଆଚାର୍ଯ୍ୟ, ମିହିର ଆଚାର୍ଯ୍ୟ, ମାନସୀ ଦାସ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ସ୍ନେହା ଜେନା, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ଆଶିଷ ମଲ୍ଲିକ, ରଜନୀ ମହାନ୍ତି ଓ ଅନ୍ୟମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ମନୋରଞ୍ଜନ ଦାଶ, ୟାସିର ନୱାଜ, ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ, ମହମ୍ମଦ ଇମଦାଦ, ପ୍ରକାଶ ଜେନା, କୁସୁମ ପ୍ରଧାନ, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ପ୍ରାଚୀ ରାଉତରାୟ, ଅଞ୍ଜଳି ସାହୁ, କିରଣ ସାହୁ, ନଜିବୁର ରେହମାନଖାନ, ଦେଓ ପ୍ରସାଦ, ପ୍ରସନ୍ନ ନାୟକ, ପ୍ରକାଶ ଜେନା, ସେକ ତାକୱିମ, ମନୋଜ ସାହୁ, ବଳରାମ ନନ୍ଦ, ସୌମେନ୍ଦ୍ର ମହାନ୍ତି, ପ୍ରଶାନ୍ତ ଶତପଥି, ସତ୍ୟବ୍ରତ ନାୟକ, ସଂକୁନା କହଁର, ଅମିୟ ପଟ୍ଟନାୟକ, ଦୀପକ ସାହୁ, ପ୍ରଭାତ ପ୍ରତାପ ସିଂ, ଦିଲ୍ଲୀପ ସ୍ୱାଇଁ, ସେକ ସାହାଦୁଲ୍ଲା, ମଂଟୁ ମଲ୍ଲିକ, ପ୍ରଶନ୍ନ ପାଇକରାୟ, ଜୟକୃଷ୍ଣ ମଲ୍ଲିଆ, ଖଗେଶ୍ୱର ମଲ୍ଲିକ, କୃଷ୍ଣଚନ୍ଦ୍ର ପତି ଓ ଆତ୍ମାରାମ ପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget