loading...

ବିଜେପି କୃଷକ ମୋର୍ଚ୍ଚାର ଡା.ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଓଡ଼ିଶାରେ କୃଷି ଭିତିଭୂମିର ବ୍ୟାପକ ବିକାଶ କରିଥିଲେ ଡା.ଦେବେନ୍ଦ୍ର ପ୍ରଧାନ : ମହେଶ୍ୱର ସାହୁ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫




 ଓଡ଼ିଶା ବିଜେପିର ବରିଷ୍ଠ ନେତା, ପିତାମହ ତଥା ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଭୁବନେଶ୍ୱରସ୍ଥିତ ବୁଲନ୍ ନନା ସେବା ଭବନରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, କୃଷି ମନ୍ତ୍ରୀ ରୂପେ ଓଡ଼ିଶାରେ କୃଷିର ଭିତିଭୂମିର ବ୍ୟାପକ ବିକାଶ କରିଥିଲେ ଡା. ଦେବେନ୍ଦ୍ର ପ୍ରଧାନ। ସେ ଓଡ଼ିଶାରେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠାର ମୁଖ୍ୟ ପୁରୋଧା ଥିଲେ। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଜୀଙ୍କ ସରକାର ଆସିବା ପରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ରୂପେ ଡକ୍ଟର ପ୍ରଧାନ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜାତୀୟ ରାଜପଥର ବିସ୍ତାର କରିଥିଲେ। ଏହା ପୂର୍ବରୁ ଓଡ଼ିଶାରେ କେବଳ ମାତ୍ର ୨ଟି ଜାତୀୟ ରାଜପଥ ଯଥା କଲିକତାଠାରୁ ଚେନ୍ନାଇ ଓ କଲିକତାରୁ ମୁମ୍ବାଇ ଥିଲା। ତାଙ୍କ ପ୍ରଚେଷ୍ଠାରେ ଓଡିଶାରେ ବିଜେପି ସଂଗଠନ ମଜଭୂତ ହେବା ସହ ତୃଣମୂଳସ୍ତର ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇପାରିଥିଲା ବୋଲି ଶ୍ରୀ ସାହୁ କହିଥିଲେ। 
ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଶୁଭ୍ରାଂଶୁ ଶେଖର ପାଢୀ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷୀକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡ. ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, କୈଳାସ ବାରିକ, ଅଶୋକ କୁମାର ପୃଷ୍ଟି, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ଚନ୍ଦ୍ର ଶେଖର ରଥ, ସୁମନ୍ତ ମହାରଣା, କୃଷ୍ଣଚନ୍ଦ୍ର ପଣ୍ଡା, ସୁବୋଧ ପଣ୍ଡା, ଶଙ୍କର୍ଷଣ ଜେନା, ଶ୍ରୀଧର ସାହୁ, ଭାଗିରଥି ସିଂହ, ଗଜେନ୍ଦ୍ର ଚୌଧୁରୀ, ସୁନୀଲ ମହାନ୍ତି, ସନ୍ତୋଷ କୁମାର ବିଶ୍ୱାଳ, ସୁରଥ ସେଠୀ, ଶ୍ରୀଧର ପ୍ରଧାନ, ଶିବରାଜ ବେହେରା, ତପନ କୁମାର ବେହେରା, ସଂଜୀବ ରଣା, ଉତ୍କଳ ମନ୍ତ୍ରୀ, ଅଜୟ କୁମାର ସ୍ୱାଇଁ, ଅଜୟ କୁମାର ସାମନ୍ତରାୟ, ଅଜୟ କୁମାର ପ୍ରଧାନ, ପାଣ୍ଡବ ଧଳ, ବିମଳ କୁମାର ସେନାପତି, ରଞ୍ଜନ ମହନ୍ତ, ଜିତେନ୍ଦ୍ର ବିଶ୍ୱାଳ, ବସନ୍ତ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ରେଙ୍ଗୁଟୁ ପ୍ରଧାନ, ଜୟଲକ୍ଷ୍ମୀ ମହାନ୍ତି, ମାନିନୀ ଷଡ଼ଙ୍ଗୀ ଓ ସୁଦର୍ଶନ ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତଃ ଡ. ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget