loading...

ଜଳ ସମ୍ପଦ ବିଭାଗରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫




              ଜଳ ସମ୍ପଦ ବିଭାଗରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବା ସମ୍ପର୍କରେ ଆଜି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରୁ ଉନ୍ନୟନ କମିଶନର ଏବଂ ବିଭିନ୍ନ ଜିଲ୍ଲାରୁ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିବା ବେଳେ ଜଳ ସମ୍ପଦ ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଜଳ ସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା, ବୃହତ୍,ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ,         ଉଠା ଜଳସେଚନ ପ୍ରକଳ୍ପ, ଜଳ ଭଣ୍ଡାରରେ ଜଳ  ସଂରକ୍ଷଣ, ଜଳ ଭଣ୍ଡାରର ରକ୍ଷଣାବେକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା ଆଦି କାର୍ଯ୍ୟ  ସଂପର୍କରେ ସମୀକ୍ଷା କରାଯାଇଥିଲା । ଶ୍ରୀମତୀ ଗର୍ଗ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget