loading...

ବିଶ୍ୱ ମହିଳା ଦିବସ ପାଳନ, ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସର ମଶାଲ ରାଲି

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଆଜି ଛାତ୍ରୀ କଂଗ୍ରେସ ପକ୍ଷରୁ ସଭାପତି ଉଦ୍ଦିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନ, ଦୁଷ୍କର୍ମ ଓ ବିଶେଷ କରି ଛାତ୍ରୀମାନଙ୍କୁ ଦୁଷ୍କର୍ମ, ନିର୍ଯ୍ୟାତନା ଓ ହତ୍ୟା ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ଯୋଗ ଦେଇ କହିଲେ ଯେ, ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ଓ କଂଗ୍ରେସ ସଂଗଠନ ଅବିରତ ଆନ୍ଦୋଳନ ମାଧ୍ୟମରେ ମୋହନ ସରକାରଙ୍କୁ ଅଣନିଶ୍ୱାସୀ କରିଦେବ। କେବଳ ବିଶ୍ୱବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ନୁହେଁ ଏପରିକି ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କର ଶିକ୍ଷାନୁଷ୍ଠାନର ପରିସରରେ ସୁରକ୍ଷିତ ନାହାନ୍ତି। ମହିଳାଙ୍କ ସୁରକ୍ଷା ଦେବାରେ ମୋହନ ସରକାର ବିଫଳ ହୋଇଛି। ବାଲେଶ୍ୱରରେ ଦଶ ବର୍ଷ ଝିଅକୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ବେତେଡାରେ ୭ ବର୍ଷର ଝିଅକୁ ହତ୍ୟା, କଟକ ଜିଲ୍ଲାରେ ଇଟାଭାଟିରେ ନାବାଳିକାକୁ ଗଣଦୁଷ୍କର୍ମ, ମୟୁରଭଞ୍ଜରେ ନାବାଳିକାକୁ ଗଣଦୁଷ୍କର୍ମ, ବରୀରେ ମାର୍ଟିକ୍ ପରୀକ୍ଷାର୍ଥୀ ଛାତ୍ରୀ କନ୍ୟାଶ୍ରମରେ ଗର୍ଭବତୀ, ମାଲକାନ୍‌ଗିରୀ ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା ସେହିପରି ଚମ୍ପୁଆରେ ଷଷ୍ଠ ଶ୍ରେଣୀ ଛାତ୍ରୀ କନ୍ୟାଶ୍ରମରେ ଗର୍ଭବତୀ ଓ କେନ୍ଦ୍ରପାଡାରେ +୨ ବାଣିଜ୍ୟ ଛାତ୍ରୀ ଅଧ୍ୟାପକଙ୍କ ଦୁର୍ବ୍ୟବହାରରେ ଯୋଗୁଁ ଆତ୍ମାହତ୍ୟା ଘଟଣାଭଳି ଉଦାହାରଣ ଓଡ଼ିଶାରେ ପ୍ରତିଦିନ ଘଟୁଛି। 

ନିର୍ବାଚନ ପୂର୍ବରୁ ବିଜେପି ମହିଳା ସୁରକ୍ଷାର ଡିମ୍‌ଡିମୋ ପିଟୁଥିଲାବେଳେ ଏବେ ଓଡ଼ିଶାର ମହିଳାଙ୍କ ଦୂରାବସ୍ଥାକୁ ନେଇ ନୀରବ ହୋଇଯାଇଛି। କେବଳ ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କର ବିକାଶ ହେବ ନାହିଁ। ବର୍ତମାନ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଦେବା ମୋହନ ସରକାରର ପ୍ରମୁଖ କର୍ତବ୍ୟ ଯାହାକୁ ସେ ପାଳନ କରୁନାହିଁ। ସୁତରାଂ କଂଗ୍ରେସ ଦଳ ଓଡ଼ିଶାର ନାରୀକୁ ନ୍ୟାୟ ଦେବା ପାଇଁ ଅବିରତ ସଂଗ୍ରାମ କରିବ। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଚିନୁ ସିଂ ମିହଳାଙ୍କୁ ସୁରକ୍ଷା ଦେଇପାରୁନଥିବା ମୋହନ ସରକାର କଡା ତୀବ୍ର ସମାଲୋଚନା କରିଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ କହିଲେ ଯେ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଛାତ୍ର କଂଗ୍ରେସ ଲଢ଼େଇ କରିବ। କ୍ୟାମ୍ପସରେ କିପରି ମହିଳାମାନେ ନିର୍ଭୟରେ ରହିପାରିବେ ସେଥିପାଇଁ ଛାତ୍ର କଂଗ୍ରେସ ଜାଗ୍ରତ ପ୍ରହରି ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱ ମହିଳା ଦିବସରେ ଛାତ୍ର କଂଗ୍ରେସ ସଂକଳ୍ପ କରୁଛି।

ଏହି କାର୍ଯ୍ୟକ୍ରମରେ ମାନସ ଚୌଧୁରୀ, ସାଗର ଚରଣ ଦାସ, ୟାସିର ନୱାଜ, ରଞ୍ଜିତ ପାତ୍ର, ସତ୍ୟଜିତ ଗମାଙ୍ଗୋ, ଅମୀୟ ପାଣ୍ଡବ, ନିହାର ବେହେରା, ଅଜୟ ସାହୁ, ଗୋପନ ମାର୍ଥା, ସ୍ୱାଗତ କର, ସାହାରୁକ୍ ଖାନ୍‌, ସୁନିଲ ସାହୁ ଗାନ୍ଧୀ, ସନ୍ଦିପ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ଅମରେଶ ପରିଡ଼ା, ସିଦ୍ଧାନ୍ତ ଓମ୍ ପ୍ରକାଶ, ତାପସ ଦେଓ, ଆଦିତ୍ୟ ଅଂଶୁମାନ ସାହାରୁ ଖାନ୍‌, ମହମ୍ମଦ ପରଭେଜ ଓ ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget