loading...

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆସନ୍ତା ୨୨ ରେ ଦେଶବ୍ୟାପୀ ପାଳନ କରାଯିବ “ବିହାର ଦିବସ”

ଭୁବନେଶ୍ୱର, ୨୧ ମାର୍ଚ୍ଚ ୨୦୨୫




  • ‘ଆମେ ସମସ୍ତେ ଅନ୍ୟ ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା’ ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ: ମନୋଜ ଶର୍ମା
  • ଭୁବନେଶ୍ୱରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ବିହାରର ପୂର୍ବତନ ବିଧାୟକ ଶ୍ରୀ ମନୋଜ ଶର୍ମା; ଆସନ୍ତା କାଲି ୨୨ରେ କଟକଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଏବଂ ବିହାରର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କ୍ରୀଷ୍ଣା କୁମାର ମଂଟୁ; ୨୩ରେ ରାଉରକେଲାଠାରେ ବିହାର ବିଧାୟିକା ସଂଗୀତା କୁମାରୀ ଯୋଗ ଦେବେ 
  • କାର୍ଯ୍ୟକ୍ରମକୁ ସୁସଂପାଦନା ପାଇଁ ରାଜ୍ୟସ୍ତରୀୟ କମିଟି ଗଠିତ
ବହୁ ବର୍ଷ ପୂର୍ବରୁ ବିହାରର ବହୁତ ଲୋକ ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଓଡିଶାକୁ ଆସିଥିଲେ। ଏଠାର ମାଟି ସେମାନଙ୍କୁ ସ୍ୱାଗତ କଲା, ସ୍ଥାନ ଦେଲା ଓ ଆଗକୁ ବଢିବାରେ ସହଯୋଗର ହାତ ବଢାଇଲା । ତେଣୁ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ। ଓଡିଶା ଓ ବିହାରର ଲୋକଙ୍କ ମଧ୍ୟରେ ସଂସ୍କୃତିର ଆଦାନ ପ୍ରଦାନ ହେଉଛି। ବିହାରିଙ୍କ ସବୁଠୁ ବଡ ପର୍ବ ‘ଛଟ୍ ପର୍ବ’କୁ ଓଡିଶାରେ ମଧ୍ୟ ମିଳିମିଶି ପାଳନ କରାଯାଉଛି। ଏହାଠାରୁ ବଡ ସ୍ନେହ ମିଳନର କାର୍ଯ୍ୟକ୍ରମ ଆଉ କିଛି ନାହିଁ। “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଜରିଆରେ ଆମେ ଓଡିଶାର ସମସ୍ତ ଜାଗାକୁ ଯିବୁ । ଓଡିଶା ଓ ବିହାରର ସାଂସ୍କୃତିକ ସମନ୍ୱୟ ସମାନ ଅଛି। ଯେଉଁ ପର୍ଯ୍ୟନ୍ତ ଆମେ ଏକାଠି ହୋଇ ଭାରତକୁ ଶ୍ରେଷ୍ଠ ଭାରତ ବନାଇବା ପାଇଁ ସମସ୍ତ କାର୍ଯ୍ୟକ୍ରମ କରିବା, ତେବେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ଭାରତକୁ ‘ଶ୍ରେଷ୍ଠ ଭାରତ’ ବନାଇବାରେ ସଫଳ ହେବ ବୋଲି ବିହାରର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ଶ୍ରୀ ମନୋଜ ଶର୍ମା କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ “ଏକ ଭାରତ ଶ୍ରେଷ୍ଠ ଭାରତ”କୁ ଚରିତାର୍ଥ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ରହୁଥିବା ଅନ୍ୟ ରାଜ୍ୟର ପ୍ରବାସୀ ସମୁଦାୟଙ୍କୁ ନେଇ କାର୍ଯ୍ୟକ୍ରମ ଦେଶବ୍ୟାପୀ କାର୍ଯ୍ୟକ୍ରମ ଜାରୀ ରହିଛି । ‘ଆମେ ସମସ୍ତେ ଅନ୍ୟ ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା’ ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖରେ ପାଳନ ହେବାକୁ ଥିବା ‘ବିହାର ଦିବସ’କୁ ଦେଶର ବିଭିନ୍ନ ରାଜ୍ୟମାନଙ୍କରେ ମଧ୍ୟ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
୩୧ ଅକ୍ଟୋବର ୨୦୧୫ରେ ମାନନୀୟ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପରିକଳ୍ପନାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସ୍ନେହ ମିଳନ। ସାରା ଭାରତବର୍ଷରେ ୨୮ ରାଜ୍ୟ ୮ ଟେରିଟୋରି ଭିତରେ ରହୁଥିବା ବିଭିନ୍ନ ବର୍ଗରେ ବିଭିନ୍ନ ସାମାଜିକ ସ୍ୱାଦ, ବିଭିନ୍ନ ସାଂସ୍କୃତିକ ପରମ୍ପରାକୁ ନେଇ ଭାରତୀୟ ସଂସ୍କୃତି। ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରାଜ୍ୟର ଲୋକ ବସତି ସ୍ଥାପନ କରୁଥିବାବେଳେ ନିଜ ଭିତରେ ସମ୍ବାଦ ସମ୍ପର୍କ ଏବଂ ସମନ୍ୱୟ ରଖିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆମ ରାଜ୍ୟ ଓଡିଶା ଏବଂ ବିହାର ମଧ୍ୟରେ ଅନେକ ପାରଂପାରିକ, ସାଂସ୍କୃତି ସାମଞ୍ଜ୍ୟସ ରହିଛି । ଓଡିଶାରେ ପ୍ରାୟ ୪ରୁ ୫ଲକ୍ଷ ବିହାରୀ ବସବାସ କରୁଛନ୍ତି। ଓଡିଆ ଏବଂ ବିହାରୀଙ୍କ ମଧ୍ୟରେ ଥିବା ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ଚଳିତ ବର୍ଷ ଓଡିଶାରେ ମଧ୍ୟ ବିହାର ଦିବସକୁ ଆଡମ୍ବର ଭାବେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଭୁବନେଶ୍ୱର ବ୍ୟତୀତ କଟକ ଓ ରାଉରକେଲା ସମେତ ବିହାରୀ ସମୁଦାୟ ରହୁଥିବା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଏବଂ ବିହାରର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ଶ୍ରୀ ମନୋଜ ଶର୍ମା ପ୍ରମୁଖ ଯୋଗ ଦେବେ । ଆସନ୍ତା କାଲି ୨୨ ତାରିଖରେ କଟକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଏବଂ ବିହାରର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କ୍ରୀଷ୍ଣା କୁମାର ମଂଟୁ ପ୍ରମୁଖ ଯୋଗ ଦେବେ । ସେହିପରି ୨୩ ତାରିଖ ଦିନ ରାଉରକେଲାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିହାର ବିଧାୟିକା ସଂଗୀତା କୁମାରୀ ଯୋଗ ଦେବେ ବୋଲି ରାଜ୍ୟ ସଂଯୋଜିକା ତଥା ମହିଳା ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କାର୍ଯ୍ୟକ୍ରମର ସହ ସଂଯୋଜକ ତଥା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ବରିଷ୍ଠ କାର୍ଯ୍ୟକର୍ତା ମହେଶ ମହାନ୍ତି, ଅଶୋକ ଭଗତ ପ୍ରମୁଖ ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget