loading...

ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୫





ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର ହୋଇଯାଇଛି । ଏହି ବୁଝାମଣାପତ୍ରରେ ତୁଲସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ୍‍ ଏନ୍‍ଗେଜମେଣ୍ଟର ଭାଇସ୍‍ ପ୍ରୋଭୋଷ୍ଟ ଡ. ଭିଭାନ୍‍ ୱାଙ୍ଗ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ କିଟରେ ବିଟେକ୍‍ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡୁଆଲ ଡିଗ୍ରୀ ହାସଲ କରିପାରିବେ। ସେମାନେ ଦୁଇ ବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ ଓ ବାକି ଦୁଇ ବର୍ଷ ତୁଲସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇବେ। ଫଳରେ କିଟ୍‍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ସହ ତୁଲସା ବିଶ୍ୱବିଦ୍ୟାଳୟରୁ ଆଉ ଏକ ଡିଗ୍ରୀ ହାସଲ କରିପାରିବେ।

ଏହା ବ୍ୟତୀତ କିଟ୍‍ର ବିଭିନ୍ନ ପାଠ୍ୟକ୍ରମର ୪୦ ଜଣ ଛାତ୍ରଛାତ୍ରୀ ତୁଲସା ବିଶ୍ୱବିଦ୍ୟାଳୟରେ ଦୁଇ ସପ୍ତାହର ଗ୍ରୀଷ୍ଣକାଳୀନ ପାଠ୍ୟକ୍ରମ ପାଇଁ ଯିବାର ସୁଯୋଗ ପାଇବେ । ସେଠାରେ ଏହି ଛାତ୍ରଛାତ୍ରୀମାନେ ନିଜର ସଂସ୍କୃତି ଓ ନେତୃତ୍ୱ ବିଷୟରେ ତୁଲସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜଣାଇବା ସହ ନିଜେ ମଧ୍ୟ ସେଠାକାର ସଂସ୍କୃତି ଓ ନେତୃତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିବେ।

ଗତ ଏକ ବର୍ଷ ଧରି କିଟ୍‍ ପକ୍ଷରୁ ଏଥିପାଇଁ ପ୍ରୟାସ ଜାରି ରହିଥିଲା । ଏହା ବିଶ୍ୱବିଦ୍ୟାଳୟ ବୈଶ୍ୱିକ ଶିକ୍ଷା ଦିଗରେ କିଟ୍‍ର ଏକ ସଫଳ ପ୍ରୟାସ। ଏହା ବ୍ୟତୀତ ଉଭୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣାଛାତ୍ର ଓ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଏଭଳି ଏକ ପ୍ରୟାସ ପ୍ରଶଂସା କରିବା ସହ ତୁଲସା ବିଶ୍ୱବିଦ୍ୟାଳୟ ପ୍ରୋଭୋଷ୍ଟ ଭିଭାନ୍‍ଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟକିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିବିଭିନ୍ନ ସ୍କୁଲ୍‍ର ନିର୍ଦ୍ଦେଶକଡିନ୍‍ ଓ ପ୍ରାଧ୍ୟାପକମାନେ ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget