loading...

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ମାର୍ଚ୍ଚ ୨୦୨୫



ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପଟାମୁଣ୍ଡାଇ ବିଶ୍ୱବିଦ୍ୟାଳୟରେ ଘଟିଥିବା +୨ ବାଣିଜ୍ୟ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଉପରେ କଲେଜର ଅଧ୍ୟାପକଙ୍କ ଅସଦାଚରଣ ଶିକାର ହୋଇ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ଏହାକୁ ଛାତ୍ର କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ସେଥିପାଇଁ ଆଜି ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତଳିକା ଦାହ କରିବା ସହିତ ତାଙ୍କର ଇସ୍ତଫା ଦାବି କରିଛନ୍ତି। ସାରା ରାଜ୍ୟରେ କଲେଜ ପରିସରରେ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି। ପଟ୍ଟମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହାରଣ ବୋଲି ଛାତ୍ର କଂଗ୍ରେସ ମାଷ୍ଟରକ୍ୟାଂଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଜଦି ଏହି ଘଟଣାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ଓ ଛାତ୍ରୀଙ୍କୁ ଯେଉଁପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ଅଗାମୀ ଦିନରେ ସାରା ରାଜ୍ୟରେ ଛାତ୍ର କଂଗ୍ରେସ ଜୋରଦାର ବିକ୍ଷୋଭ କରିବ ବୋଲି ଛାତ୍ର କଂଗ୍ରେସ ଡାକରା ଦେଇଛି। 

ଆଜିର ଏହି ବିକ୍ଷୋଭରେ ସାହାରୁଖ୍ ଖାନ୍‌, ସିଦ୍ଧାନ୍ତ ଓମ୍ ପ୍ରକାଶ, ସନ୍ଦିପ ରାଉତରାୟ, ସୁନିଲ କୁମାର ସାହୁ, ତାପସ ଦେ, ବବୁଲ ବେହେରା, ଚଣ୍ଡି ପ୍ରସାଦ ମହାପାତ୍ର, ଜ୍ଞାନ ରଞ୍ଜନ ଓ ବହୁ ଛାତ୍ର କଂଗ୍ରେସ ନେତାମାନେ ଅଂଶ ଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget