loading...

ଜଳ ସମ୍ପଦ ବିଭାଗ ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଇନ୍‌ଷ୍ଟିଟ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ ସହ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ଏହି ବୁଝାମଣା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ବଜାର ସୁବିଧା ସୃଷ୍ଟି ପାଇଁ ମତ୍ସ୍ୟ ଅଧିକାରୀ ଏବଂ ମାଛ ଚାଷୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।

ଭୁବନେଶ୍ୱର, ୦୪ ମାର୍ଚ୍ଚ ୨୦୨୫




ଆଜି ରାଜ୍ୟ ଜଳ ସଂପଦ ବିଭାଗ ଦ୍ୱାରା  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଓଡ଼ିଶା ଏବଂ ଇନ୍ଷ୍ଟଚ୍ୟୁଟ୍  ଅଫ ରୁରାଲ୍ ମ୍ୟାନେଜମେଣ୍ଟ ଆନନ୍ଦ (ଆଇଆରଏମଏ),ଗୁଜରାତ ସହ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ  ରାଜ୍ୟ ଉନ୍ନୟନ କମିଶନର ତଥା  ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ  ସଦ୍ଦିକ୍ ଆଲାମ୍,  ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ) ର  ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରଶ୍ମିରଞ୍ଜନ ନାୟକ, ଆଇଆରଏମଏ, ଗୁଜରାତର ନିର୍ଦ୍ଦେଶକ ଡଃ. ଉମାକାନ୍ତ ଦାଶଙ୍କ ସମେତ ଜଳ ସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ଜଳ ସଂପଦ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ  ଏବଂ ଓ୍ୱାର୍ଲ୍ଡ ଫିସର କର୍ମକର୍ତ୍ତାମାନେ  ଉପସ୍ଥିତ ଥିଲେ  ଏହି ବୁଝାମଣା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବଜାର ସୁବିଧା( ମାର୍କେଟିଂ)  ଉପରେ  ମତ୍ସ୍ୟ  ଅଧିକାରୀ ଏବଂ ମାଛ ଚାଷ କରୁଥିବା କୃଷକ ଏବଂ  ସଂପୃକ୍ତ  ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ

ମତ୍ସ୍ୟ ବଜାର ବିକାଶ ଉପରେ କେନ୍ଦ୍ରିତ ଗଠନମୂଳକ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଅଧିକାରୀ ଏବଂ ପ୍ରଗତିଶୀଳ କୃଷକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ  ଅଧିକାରୀ ଏବଂ ଅଂଶୀଦାରମାନଙ୍କ ପାଇଁ ପ୍ରଶିକ୍ଷକଙ୍କ  ପ୍ରଶିକ୍ଷଣ ଏହି ସହଯୋଗର ମୂଳ ଉଦ୍ଦେଶ୍ୟ ରହିଛି ।  ମତ୍ସ୍ୟ ଚାଷୀଙ୍କ ନିମନ୍ତେ  ଘରୋଇ ବଜାର ପାଇଁ ରଣନୀତି ବିକଶିତ କରିବା, ମାର୍କେଟିଂ କୌଶଳ ସହିତ ପରିଚିତ କରାଇବା ଏବଂ ଉପଭୋକ୍ତାଙ୍କ  ବ୍ୟବହାରିକ ଆଚରଣ ବିଷୟରେ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରାଇବାରେ ସାହାଯ୍ୟ କରିବ  ଏହା ବ୍ୟତୀତ, ଏହି ପଦକ୍ଷେପ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦକ୍ଷତା ସୃଷ୍ଟି କରିବା,  ମୂଲ୍ୟ ଶୃଙ୍ଖଳା ବୃଦ୍ଧି ପାଇଁ ଅନ୍ୟ ରାଜ୍ୟ ତଥା ଦେଶକୁ ପରିଦର୍ଶନ ଆୟୋଜନ କରିବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନାଭିତ୍ତିକ  ଶିକ୍ଷାରେ  ସହଯୋଗକୁ ପ୍ରୋତ୍ସାହିତ କରିବ । 


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget