loading...

ତାମିଲନାଡୁର ଡିଏମକେ ନେତାଙ୍କ ନବିନ ବାବୁଙ୍କୁ ଭେଟିବା ପ୍ରସଙ୍ଗରେ ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ : ଅନିଲ ବିଶ୍ୱାଳ

ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫





  • ସୀମାନିର୍ଦ୍ଧାରଣ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ
  • ବିଜେଡି ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁ
 ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ । ସାରା ଦେଶ ଡିଲିମିଟେସନ ସପକ୍ଷରେ ଥିବା ବେଳେ ତାମିଲନାଡୁର ଶାସକ ଦଳ ଡିଏମକେ ସେମାନଙ୍କର ଚିରାଚରିତ ବିଭାଜନକାରି ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏଥିରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହେବା ପ୍ରମାଣିତ କରୁଛି ଯେ ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ । ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ବିଜେଡି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଓଡିଶା ରାଜନୀତିକୁ ତାମିଲକରଣର କରିବାର ଅପଚେଷ୍ଟାର ଜବାବ ଚଳିତ ନିର୍ବାଚନରେ ଓଡିଶାର ଲୋକେ ଦେଇଥିଲେ । ଆଜି ନବୀନ ବାବୁ ବିଧାନସଭା ନଯାଇ ଘରେ ରହି ତାମିଲନାଡୁର ଶାସକଦଳ ଡିଏମକେର ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କୁ ଭେଟିବା ପ୍ରମାଣିତ କରୁଛି ଯେ ନବୀନ ବାବୁ ଏବେ ବି ତାମିଲଛାପରୁ ମୁକ୍ତି ପାଇପାରିନାହାନ୍ତି । ଡିଲିମିଟେସନ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ । ଦେଶର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟକରିସାରିଛନ୍ତି ଯେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟା ବଢିବ ପଛେ କାହାର କମିବ ନାହିଁ । ତେଣୁ ଡିଲିମିଟେସନ ବିରୋଧରେ ଅପପ୍ରଚାର କରି କିଛି ରାଜନୈତିକ ଦଳ ଏହାର ବିରୋଧ କରି ଏହାକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ସବୁବେଳେ ଜାତୀୟ ସ୍ରୋତରେ ସାମିଲ ରହିଆସିଛି । ଦେଶରେ ଡିଏମକେ ଭଳି ଦଳମାନେ ସବୁବେଳେ ଜାତୀୟ ସ୍ରୋତର ବିରୋଧରେ ଯାଇଛନ୍ତି । ବିଜୁ ଜନତା ଦଳ ସେମାନଙ୍କ ସହିତ ହାତ ମିଳାଇଛି କି, ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget