loading...

ସୋଆ ଆଇଏଏସ୍ ର ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୫” ଅନୁଷ୍ଠିତ

ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫




 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ମଙ୍ଗଳବାର ଶିକ୍ଷାନୁଷ୍ଠାନର ଦୁଇ ଦିନିଆ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୫” ଆରମ୍ଭ ହୋଇଛି।

ଏହି ବାର୍ଷିକ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥାର ଅଭିନବ ପଦକ୍ଷେପ ଦ୍ୱାରା କୃଷି ମହାବିଦ୍ୟାଳୟ ଅନେକ ସଫଳତା ହାସଲ କରିପାରିଛି। ଶୃଙ୍ଖଳା, ସମୟାନୁବର୍ତିତା ଓ ଅଧ୍ୟବସାୟ ଗୁଣଗୁଡିକ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଠାରେ ରହିବା ଜରୁରୀ ବୋଲି ସେ କହିଥିଲେ। 

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୋଆର ସ୍ପନ୍‌ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନ୍ସି (ଏସ୍‌ଆର୍‌ଆଇସି)ର ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବାର ଉତ୍କଣ୍ଠା ରହିବା ଜରୁରୀ ଯାହା ସେମାନଙ୍କୁ ଗବେଷଣା କ୍ଷେତ୍ରରେ ବେଶ ସାହାଯ୍ୟ କରିପାରିବ। କୃଷକମାନେ କୃଷିଭିତିକ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକର ସମାଧାନ ପାଇଁ ସେମାନେ କିପରି କୃଷି ମହାବିଦ୍ୟାଳୟ ସହିତ ଜଡିତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏକ ଛୋଟ ବୃକ୍ଷର ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବାର ଆହ୍ୱାନ ଦେଇଥିଲେ। ନିଜର ଓ ସମାଜ ପାଇଁ କିଛି କରିବାର ମନୋଭାବ ରଖିବା ଆବଶ୍ୟକ ଓ ଏଥି ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ପ୍ୟାଶନ୍‌କୁ ସଦାସର୍ବଦା ଅନୁସରଣ କରିବା, ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରୟାସ କରିବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ। 

ଏହି ଅବସରରେ କୃଷି ମହାବିଦ୍ୟାଳୟର ବାର୍ଷିକ ପୁସ୍ତିକା “ଅର୍ଣ୍ଣ-୨୦୨୫” ଉନ୍ମୋଚିତ ହୋଇଥିଲା।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍‌୍‌ର ଏନ୍‌ଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଆଇଏଏସ୍‌ର ସିନିୟର ପ୍ରଫେସର, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ। 

ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôବା ବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget