loading...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ ବିଭିନ୍ନ ନାଗରିକକୈନ୍ଦ୍ରିକ ସେବା ପ୍ରଦାନକୁ ଗୁରୁତ୍ୱ

ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫




ଆଜି ଅପରାହ୍ଣରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ରାଜ୍ୟ ଅର୍ଥ ବିଭାଗ ତରଫରୁ ୨୦୨୪-୨୫  ଆର୍ଥିକ ବର୍ଷ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ  ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।  ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ସମୀକ୍ଷା କରାଯିବା ସହିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ, ଆଇଜିଓଟି  କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା   

ବୈଠକରୁ ଜଣାଯାଇଛି ଯେ ଗତ ୨୦୨୩-୨୪  ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ  ବିଭିନ୍ନ ବିଭାଗକୁ ବଜେଟ୍ ଅନୁମୋଦନ ଅନୁସାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିଭାଗମାନଙ୍କ ଦ୍ୱାରା ବଜେଟ୍ ପ୍ରାବଧାନ ଅନୁସାରେ ଖର୍ଚ୍ଚ  ବୃଦ୍ଧି ନିମନ୍ତେ  ପ୍ରଚେଷ୍ଟା କରାଯାଇଥିଲା । ବୈଠକରୁ ଜଣାଯାଇଛି  ଯେ,  ବିଭିନ୍ନ ବିଭାଗ ଦ୍ୱାରା ଚଳିତ  ମାର୍ଚ୍ଚ  ୬ ତାରିଖ ସୁଦ୍ଧା ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ସାମଗ୍ରିକ ଭାବେ ଖର୍ଚ୍ଚ ୧୬.୫ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ପାଇଛି କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ହାର ଗତବର୍ଷ ତୁଳନାରେ ୧୭.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ  ବିଭିନ୍ନ ବିଭାଗ ଦ୍ୱାରା ବଜେଟ୍  ମୁତାବକ ଖର୍ଚ୍ଚ ଗତବର୍ଷ ତୁଳନାରେ ଅଧିକ କରାଯାଇଛି ବୈଠକରେ   ୮୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା  ୯୦ ରୁ ୯୫ ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି ସେହିଭଳି ୭୦ ପ୍ରତିଶତ ଖର୍ଚ୍ଚ ହାସଲ କରିଥିବା ବିଭାଗମାନଙ୍କୁ ୮୦ ରୁ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ କୁହାଯାଇଛି   ବିଭିନ୍ନ ବିଭାଗ ତରଫରୁ ଖର୍ଚ୍ଚର ସ୍ଥିତି କେତେ ରହିଛି ଏବଂ ଚଳିତ  ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ହାର କେତେ ରହିବ, ସେ ସମ୍ପର୍କରେ ବିଭାଗୀୟ ସଚିବମାନେ ଉପସ୍ଥାପନ କରିଥିଲେ କମ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସମୟସୀମା ମଧ୍ୟରେ ତଥା ନୂତନ ଆର୍ଥିକ ବର୍ଷ ପୂର୍ବରୁ ଯଥାସମ୍ଭବ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ  ଦେଇଥିଲେ  ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ବଜେଟ୍ ପ୍ରାବଧାନ ଅନୁସାରେ ଏବେଠାରୁ ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।   

ବୈଠକରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ବାବଦକୁ ପାଇବାକୁ ଥିବା ଅର୍ଥ ଓ ଫେବୃୟାରୀ ୨୦୨୫ ସୁଦ୍ଧା ପ୍ରାପ୍ତ ଅର୍ଥ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା କୌଣସି  କ୍ଷେତ୍ରରେ  ଖର୍ଚ୍ଚ ହୋଇପାରୁନଥିବା ଅର୍ଥ ବିଭାଗରେ ପାର୍କିଂ   ଅଫ ଫଣ୍ଡ ଭାବରେ ନରଖିବାକୁ ଅର୍ଥ ବିଭାଗ  ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।  ବୈଠକରେ  ଫେବୃୟାରୀ ୨୦୨୫ ସୁଦ୍ଧା  ରାଜ୍ୟର ନିଜସ୍ୱ  ରାଜସ୍ୱ ଆଦାୟ,  କେନ୍ଦ୍ରୀୟ ଅନୁଦାନ, କେନ୍ଦ୍ରୀୟ କର ବାବଦରେ ରାଜ୍ୟର ଅଂଶ ପ୍ରଦାନ, ବିଭିନ୍ନ କର ଆଦାୟ, ଅଣ କର ରାଜସ୍ୱ କ୍ଷେତ୍ର  ଆଦିରୁ ସଂଗୃହିତ  ରାଜସ୍ୱ ସାମଗ୍ରିକ ଭାବେ ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଥିବା ବୈଠକରୁ ଜଣାଯାଇଛି     

ବୈଠକରେ ବିଭିନ୍ନ ସ୍ତରରେ ହେଉଥିବା  ଜନ ଅଭିଯୋଗ ଶୁଣାଣି  ବ୍ୟବସ୍ଥାରେ  ଅଧିକ ଉନ୍ନତି ପାଇଁ ଓକାକ ତରଫରୁ ପଦକ୍ଷେପ ନିଆଯିବାକୁ  ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ   ମେଟା, ଇଣ୍ଡିଆ  ସହ କରାଯାଇଥିବା ବୁଝାମଣା ପତ୍ର ଅନୁସାରେ ବିଭିନ୍ନ ବିଭାଗମାନେ  ସିଏମଜିଆଇ, ସିଓ୍ୱାଇଏସଡି, ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀ ସହ ସମନ୍ୱୟ କରି ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ  ସେବା ପ୍ରଦାନ ଭଳି ନାଗିରିକକୈନ୍ଦ୍ରିକ ସେବା ପ୍ରଦାନକୁ ସହଜ  କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି   ସେହିପରି ସରକାରୀ କାର୍ଯ୍ୟକ୍ରମକୁ ଅଧିକ ସ୍ୱଚ୍ଛ ଓ  ଉତ୍ତରଦାୟୀ କରିବା ପାଇଁ ବିଭାଗୀୟ ସଚିବ ବା କର୍ତ୍ତୃପକ୍ଷଙ୍କ ପାଖରେ  ଓ୍ୱାର୍କ ପାଶ୍ ବୁକ୍ ଭଳି ଏକ ବ୍ୟବସ୍ଥା ରହିବ, ଯାହାକି କାର୍ଯ୍ୟକାରୀ ହେଉଥିବା ବା ହେବାକୁ ଥିବା ବିଭିନ୍ନ  ପ୍ରକଳ୍ପର  ସ୍ଥିତି,  ଉପଲବଧ ପାଣ୍ଠି, ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ କୃତ୍ତିମ ବୁଦ୍ଧିମତ୍ତା ଜରିଆରେ ପ୍ରକଳ୍ପର ଗୁଣାତ୍ମକତା ସଂପର୍କରେ ଜାଣିହେବ । ଆଗାମୀ ଆର୍ଥିକ ବର୍ଷରେ ଏହାକୁ ଓକାକ୍ ଜରିଆରେ  କାର୍ଯ୍ୟକାରୀ କରାଯିବା ସଂପର୍କରେ  ମୁଖ୍ୟ ଶାସନ ସଚିବ ମଧ୍ୟ  ଗୁରୁତ୍ୱାରୋପ କରିଛନ୍ତି    

କର୍ମଚାରୀ ତଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି  ପାଇଁ ଆଇଜିଓଟି  କର୍ମଯୋଗୀ ମିଶନ ରେ ରାଜ୍ୟର  ୪ଲକ୍ଷ ୧୬ ହଜାର କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅଧିକାରୀ ଏବଂ କର୍ମଚାରୀ ୫ଲକ୍ଷ ୩୦ହଜାରରୁ   ଊର୍ଦ୍ଧ୍ୱ  ପ୍ରଶିକ୍ଷଣ ନେଇଥିବା ଜଣାଯାଇଛି ଏହା କର୍ମଚାରୀମାନଙ୍କୁ  ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ସେବା ପ୍ରଦାନରେ  ରାଜ୍ୟକୁ ସହାୟତା  କରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ ।  ବୈଠକରେ ସାମାଜିକ ସୁରକ୍ଷା  ଓ ଭିନନକ୍ଷମ ଶଶକ୍ତିକରଣ ବିଭାଗ,  ଅନୁସୂଚିତ ଜନଜାତି,  ଅନୁସୂଚିତ ଜାତି ଉନ୍ନୟନ, ସଂଙ୍ଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ସଂପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ  ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget