loading...

ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ୍ ଆକାଉଂଟସ୍ ସେବା ଅଧିକାରୀମାନେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱକୁ ସୁନିଶ୍ଚିତ କରାନ୍ତୁ - ରାଜ୍ୟପାଳ ।

ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୫





 ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ୍ ଆକାଉଂଟସ୍ ସେବା (ଓଟି ଆଣ୍ଡ ଏଏସ୍‌) ଅଧିକାରୀମାନେ ସେମାନଙ୍କ ସେବାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରାନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଆଜି ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ୍ ଫାଇନାନ୍‌ସିଆଲ ମ୍ୟାନେଜ୍‌ମେଂଟର ଶିକ୍ଷାନବୀଶମାନେ ରାଜଭବନ ଆସି ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଶିକ୍ଷାନବୀଶମାନଙ୍କ ସହ ବାର୍ତ୍ତାଳାପବେଳେ ରାଜ୍ୟପାଳ କହିଥିଲେ ଯେ ଟିକସ ରାଜସ୍ୱ ହେଉଛି ସରକାରୀ ପାଣ୍ଠିର ମେରୁଦଣ୍ଡ ଏବଂ ଓଟି ଆଣ୍ଡ ଏଏସ ଅଧିକାରୀମାନେ ରାଜ୍ୟ ପାଇଁ ପାଣ୍ଠି ସଗ୍ରହ ଏବଂ ଜନକଲ୍ୟାଣ ପାଇଁ ସମ୍ବଳ ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଏହି ଅବସରରେ ରାଜ୍ୟପାଳ ଆର୍ଥିକ ଉତ୍ତର ଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ ଅନେକ ସରକାରୀ ସେକ୍ଟର ଉଦ୍ୟୋଗ ସଠିକ୍ ହିସାବ ରଖିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଡିଟ୍ କରାଇବା ଦିଗରେ ଖିଲାଫ କରିଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଯୁବଅଧିକାରୀମାନେ ଦାୟିତ୍ୱ ନେବାକୁ କହିଥିଲେ। ଆର୍ଥିକ ପରିଚାଳନାରେ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ଏବଂ ଅଡିଟ୍ ପାଇଁ ପ୍ରାଥମିକତା ଦେବାକୁ ରାଜ୍ୟପାଳ କହିଥିଲେ। ଉପସ୍ଥିତ ସମସ୍ତ ଶିକ୍ଷାନବୀଶଙ୍କ ସହ ରାଜ୍ୟପାଳ ବାର୍ତ୍ତାଳାପ କରି ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ୍ ଫାଇନାନ୍‌ସିଆଲ ମ୍ୟାନେଜମେଂଟ୍‌ରେ ଦିଆଯାଇଥିବା ତାଲିମ ଏବଂ ସେମାନଙ୍କ ଉପଲବ୍ଧ ସଂପର୍କରେ ପଚାରି ବୁଝିଥିଲେ ଏବଂ ସଫଳ ସେବା ଜୀବନ ପାଇଁ ଶୁଭକାମନା ଜଣାଇଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget