loading...

ନିରାପଦ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ଉତ୍ସର୍ଗ, ସତର୍କତା ଏବଂ ତ୍ୱରିତ କାର୍ଯ୍ୟ ପାଇଁ ପାଞ୍ଚ ଜଣ ରେଳ କର୍ମଚାରୀ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫ 

  


ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି 5 ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠାସତର୍କତା ଏବଂ ଡ୍ୟୁଟି ସମୟରେ ତ୍ୱରିତ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ ଯାହା ଦ୍ୱାରା ନିରାପଦ ଟ୍ରେନ୍ ପରିଚାଳନା ସୁନିଶ୍ଚିତ ହୋଇଥିଲା  ଏହି ସମ୍ବର୍ଦ୍ଧନା ସମାରୋହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକପ୍ରମୁଖ ମୁଖ୍ୟ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା 

 

ଅସାଧାରଣ ସେବା ପାଇଁ ସମ୍ମାନିତ ହୋଇଥିବା ପାଞ୍ଚ ଜଣ ରେଳ କର୍ମଚାରୀ ହେଉଛନ୍ତି - ଖୋର୍ଦ୍ଧା ରୋଡ୍  ବରିଷ୍ଠ ସହାୟକ ଲୋକୋ ପାଇଲଟ୍ ଶ୍ରୀ ଚନ୍ଦ୍ରଗୀର କୁମାର ରାଉତଟିଟିଲାଗଡ଼ର ବରିଷ୍ଠ ଗୁଡ଼ସ ଟ୍ରେନ ମ୍ୟାନେଜର ଶ୍ରୀ ଉପେନ୍ଦ୍ର କୁମାରହରିଚନ୍ଦନପୁରର ଟ୍ରାକ୍ ମେଣ୍ଟେନର-IV ଶ୍ରୀ ସୁରେଶ ଗାଗାରାଏଗୋରଖନାଥର ମେଣ୍ଟେନର-II ଶ୍ରୀ ସୁଧାଂସୁ ଶେଖର ଦାସ ଏବଂ ମାନବର (କୋରାପୁଟ) ଟ୍ରାକ୍ ମେଣ୍ଟେନର-IV ଶ୍ରୀ କିଲୋ ସୋନୁ 

 

ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ଏହି କର୍ମଚାରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସତର୍କତା ଏବଂ ତ୍ୱରିତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ଯାହା ରେଳ ନେଟୱାର୍କର ସୁଗମ ଏବଂ ନିରାପଦ କାର୍ଯ୍ୟକାରିତା ବଜାୟ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ଯାତ୍ରୀ ସୁରକ୍ଷା ଏବଂ ପରିଚାଳନାଗତ ଦକ୍ଷତା ସୁନିଶ୍ଚିତ କରିବାରେ ରେଳ କର୍ମଚାରୀଙ୍କ ସମର୍ପଣ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ 

 

ରେଳ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତାକୁ ସ୍ୱୀକାର କରିଶ୍ରୀ ଫୁଙ୍କୱାଲ ସମସ୍ତ ରେଳ କର୍ମଚାରୀଙ୍କୁ ସତର୍କସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅନୁରୋଧ କରିଥିଲେରେଳ କାର୍ଯ୍ୟର ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ  ସେ ପୁନରାବୃତ୍ତି କରିଥିଲେ ଯେ ରେଳ କର୍ମଚାରୀଙ୍କ ଅଟଳ ପ୍ରୟାସ ଏକ ସୁରକ୍ଷିତ ଏବଂ ଦକ୍ଷ ରେଳ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସୁଅଛି 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget