loading...

ସ୍ୱରାଜ ଆଶ୍ରମ, ସମାଜ କାର୍ଯ୍ୟାଳୟ, ପ୍ରଜାତନ୍ତ୍ର କାର୍ଯ୍ୟାଳୟ, ଜାନକୀନାଥ ଭବନ ଓ ମଧୂବାବୁଙ୍କ ଜନ୍ମସ୍ଥାନକୁ ଗସ୍ତ କଲେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ

ଭୁବନେଶ୍ୱର, ମାର୍ଚ୍ଚ ୨୦୨୫



 ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଟକ ସହର ଗସ୍ତ ଅବସରରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ପ୍ରଥମେ ଖପୁରିଆ ଛକରେ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ସେ ସ୍ୱରାଜ ଆଶ୍ରମରେ ପଂହଚିଥିଲେ। ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଭାଗିରଥି ମହାପାତ୍ର ପ୍ରମୁଖ ସ୍ୱାଧୀନତା ସଂଗ୍ରାମର ମହାନାୟକ ମାନଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହାପରେ ପିସିସି ସଭାପତି ଦୈନିକ ଓଡ଼ିଆ ସମ୍ବାଦପତ୍ର ସମାଜର ମୁଖ୍ୟ କାର୍ଯ୍ୟାଳୟ ଗସ୍ତକରି ସେଠାରେ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ତଥା ସମଜାର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସ, ସମାଜର ପୂର୍ବତନ ସମ୍ପାଦକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାଧାନାଥ ରଥ ଏବଂ ଅନ୍ୟ ରାଷ୍ଟ୍ରନାୟକଙ୍କ ପ୍ରତିମୂର୍ତି ଓ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହାପରେ ଅତୁଲ୍ୟ ରାଷ୍ଟ୍ରଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଓଡ଼ିଆବଜାର ସ୍ଥିତ ଜନ୍ମସ୍ଥାନ ଜାନକୀନାଥ ଭବନ ଗସ୍ତକରି ସେଠାରେ ସୁଭାଷ ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। କଟକର ଆରାଧ୍ୟା ଦେବୀ ମା’ କଟକଚଣ୍ଡୀ ମନ୍ଦିର ଗସ୍ତକରି ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପିସିସି ସଭାପତି ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ର କାର୍ଯ୍ୟାଳୟ ଗସ୍ତକରି ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ଓ ମହାନ ସ୍ୱାଧନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୃର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ କଟକ ପ୍ରେସଛକ ଠାରେ ମଧ୍ୟ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ପିସିସି ସଭାପତି ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଗସ୍ତ କରିବାସମୟରେ ଜଗତପୁର ଗୋଲେଇ ଛକ, ପୀରବଜାର ସ୍ଥିତ ସାଲେପୁର କଂଗ୍ରେସ କାର୍ଯ୍ୟାଳୟ ଓ ପାଗାଛକ ଠାରେ ତାଙ୍କୁ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧିତ କରିଥିଲେ। 

ପିସିସି ସଭାପତି ସତ୍ୟଭାମାପୁର ଠାରେ ମଧୂବାବୁଙ୍କ ଜନ୍ମସ୍ଥାନକୁ ପ୍ରବେଶ କରୁଥିବା ସମୟରେ ସେଠାରେ ଧାରଣାରେ ବସିଥିବା ସ୍ଥାନୀୟ ଗ୍ରାମବାସୀବୃନ୍ଦଙ୍କୁ ସାକ୍ଷାତକରି ସେମାନଙ୍କର ଅଭିଯୋଗ ଶୁଣିଥିଲେ। ମଧୂବାବୁଙ୍କ ଜନ୍ମସ୍ଥାନକୁ ସୁନ୍ଦରଭାବେ ଗଢ଼ିବାପାଇଁ ସରକାର ଅର୍ଥପ୍ରଦାନ କରିଥିଲେ ବି ଏହାର ଜମିଜମା ଅଧିଗ୍ରହଣ ସମସ୍ୟା ସରକାର ସମଧାନ କରୁନଥିବାରୁ ଏଠାରେ ସରକାରୀ ଅର୍ଥ ବିନିଯୋଗ ହୋଇପାରୁ ନାହିଁ। ଏହି ଅବସରରେ ପିସିସି ସଭାପତି କହିଥିଲେ ଯେ ମଧୂବାବୁ ହେଉଛନ୍ତି ଉତ୍କଳ ପ୍ରଦେଶର ବିନ୍ଧାଣୀ। ଓଡ଼ିଆ ଜାତିପାଇଁ ସେ ଚିର ନମସ୍ୟ, ମାତ୍ର ତାଙ୍କର ଜନ୍ମପୀଠକୁ ହତାଦର କରି ଛାଡ଼ି ଦିଆଯାଇଛି। ଏହା ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଜାତି ପ୍ରତି କୁଠାରଘାତ। ଏଠିକାର ସ୍ଥାନୀୟ ବାସିନ୍ଦା ଏବଂ ମଧୂ ପ୍ରେମୀ ମାନଙ୍କର ଦାବି ଯଥାର୍ଥ ଏବଂ ମଧୂବାବୁଙ୍କର ଜନ୍ମସ୍ଥାନ ଜମିଜମା ସମସ୍ୟାର ସମାଧାନ ପାଇଁ ପ୍ରଦେଶ କଂଗ୍ରେସ ପ୍ରଚେଷ୍ଟା କରିବ ଏବଂ ସରକାରଙ୍କ ପାଖରେ ଦୃଢ଼ ଦାବୀ କରିବ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ସେଠାରେ ମଧୂବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ତାଙ୍କର ଏନ୍ତୁଡ଼ିିଶାଳ ଯାଇ ଦେଖିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମରେ ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ନବଜ୍ୟୋତି ପଟ୍ଟନାୟକ, ସୋଫିଆ ଫିର୍ଦ୍ଦୋଶ, ରବି ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ଡ. ଦେବାଶିଷ ପଟ୍ଟନାୟକ, ରଣଜିତ ପାତ୍ର, ବିଶ୍ୱଜିତ ଦାଶ, ସିଦ୍ଧାର୍ଥ ସ୍ୱରୂପ ଦାସ, ଆକ୍ୟୁବ ଖାନ, ସୁଧାଂଶୁ ଦେଓ, ମନୋଜ ବିଶ୍ୱାଳ, ଶିଶିର ରଥ, ଶାନ୍ତାୟନ ମିଶ୍ର, ପ୍ରଦୀପ ମହାପାତ୍ର, ମହମ୍ମଦ ପରଭେଜ, ପ୍ରିୟଜିତ ରାୟ, ରାମଚନ୍ଦ୍ର ଗୋଛାୟତ, ସୁଦର୍ଶନ ସାହୁ, ନିକୁଞ୍ଜ ପଶାୟତ, ବିଶ୍ୱଜିତ ଦାସ, ଗିରିବାଳା ବେହେରା, ମଞ୍ଜୁଶ୍ରୀ କଳ୍ପନା ରାଉତ, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ବଟକୃଷ୍ଣ ରାଉତରାୟ, ବେଣୁଧର ପ୍ରଧାନ, ଆଶୁତୋଷ ବରାଳ, ମାନସ ପରିଡ଼ା, ପ୍ରଦୀପ ଦାସ, ନାରାୟଣ ଜେନା, ରମାକାନ୍ତ ବେହେରା, ଅଲେଖ ସ୍ୱାଇଁ, ଆଶୁତୋଷ ରାଉତ, ଅମ୍ରିତା ଦାସ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget