loading...

ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ

ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୫





  •  ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତିବଦ୍ଧପୂର୍ବତଟ ରେଳପଥ 

ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ 20835/20836 ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି  ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ।

 

ସଂଶୋଧିତ ସେବା ସମୟସୂଚୀ ଏହିପରି ହେବ...

 

ଏହି ଟ୍ରେନ ପାଇଁ 3 ଜୁନ୍ 2025 ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଚଳାଚଳ ବନ୍ଦ ରହିବ ଏବଂ 7 ଜୁନ୍ 2025 ଠାରୁ ଶନିବାର ଦିନମାନଙ୍କରେ ଚଳାଚଳ ସ୍ୱାଭାବିକ ରହିବ 

 

🔹 20836 ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ 5 ଘଟିକାରେ ଛାଡି  ଅପରାହ୍ନ 12.45ମି.ରେ ରାଉରକେଲାରେ ପହଞ୍ଚୁଛି 

 

🔹 20835 ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଅପରାହ୍ନ 2.10ମି.ରେ  ଛାଡି ପୁରୀରେ ରାତ୍ରି 9.40ମି.ରେ ପହଞ୍ଚୁଛି 

 

ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣିରେ କୌଣସି ପରିବର୍ତ୍ତନ ହେବ ନାହିଁ।

 

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସଂଶୋଧିତ ସେବା ଦିବସଗୁଡ଼ିକୁ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରନ୍ତୁ 

 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget