loading...

ଜରୁରୀକାଳୀନ ହୃଦରୋଗ ପ୍ରାଥମିକ ଚିକିତ୍ସା ନିମନ୍ତେ ଓଡ଼ିଶାରେ ସମ୍ ହସ୍ପିଟାଲ୍ ଏକମାତ୍ର ଆଂଚଳିକ ତାଲିମ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୫




ଜରୁରୀକାଳୀନ ପରିସ୍ଥିତିରେ ହୃଦରୋଗୀର ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଆଂଚଳିକ ତାଲିମ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌କୁ ଇଣ୍ଡିଆନ ରେସୁସିଟେସନ୍ କାଉନ୍‌ସିଲ୍ (ଆଇଆର୍‌ସି) ଦ୍ୱାରା ମନୋନୀତ କରାଯାଇଛି। 
ଏହି କେନ୍ଦ୍ରରେ ବେସିକ୍ କାର୍ଡିଆକ୍ ଲାଇଫ୍ ସପୋର୍ଟ (ବିସିଏଲ୍‌ଏସ୍‌) ଓ କମ୍ପ୍ରେହେନସିଭ୍ କାର୍ଡିଆକ୍ ଲାଇଫ୍ ସପୋର୍ଟ (ସିସିଏଲ୍‌ଏସ୍‌) ବିଷୟରେ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ। ଓଡ଼ିଶାରେ କେବଳ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏଥି ନିମନ୍ତେ ମନୋନୀତ କରାଯାଇଛି ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। 
ଏଥି ନିମନ୍ତେ ହସ୍ପିଟାଲ୍‌ରେ ମାର୍ଚ୍ଚ ୨୩ ଓ ୨୪ ଦୁଇ ଦିନ ଧରି ଆଇଆରସି ଦ୍ୱାରା ଅନୁମୋଦିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଆରସିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ଏସ୍‌. ଚକ୍ର ରାଓ, ତିରୁପତିସ୍ଥିତ ଭେଙ୍କଟେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ଆନେସ୍ଥେସିଆ ଓ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଆଲୋକ ସାମନ୍ତରାୟ ଓ ତିରୁପତିସ୍ଥିତ ଏସ୍‌.ଭି. ମେଡିକାଲ୍ କଲେଜର ଆନେସ୍ଥେସିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀନିବାସ ରାଓ ବିଶେଷଜ୍ଞ ଭାବେ ଯୋଗ ଦେଇ ଏହି ତାଲିମ୍ ପ୍ରଦାନ କରିଥିଲେ। 
ଏହି କର୍ମଶାଳାରେ ୪୫ ଜଣ ଡାକ୍ତର ଓ ପି.ଜି ଛାତ୍ରଛାତ୍ରୀ ଯୋଗ ଦେଇ ତାଲିମ ନେଇଥିଲେ। 
କର୍ମଶାଳାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ପ୍ରଫେସର (ଡାକ୍ତର) ସାମନ୍ତସିଂହାର ଯୋଗ ଦେଇଥିଲେ। 
ହସ୍ପିଟାଲ୍‌ର ଇମର୍ଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଖଦେବ ନାୟକଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ) ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ସଂଚାଳନ କରିଥିଲେ। 
କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞ ବୃନ୍ଦ ତଥା ପ୍ରଫେସର (ଡାକ୍ତର) ନାୟକ ଓ ପ୍ରଫେସର (ଡାକ୍ତର) ସାହୁ ମାର୍ଚ୍ଚ ୨୪ ତାରିଖ ଦିନ ରାଜଭବନ ଠାରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମଭାମପଟିଙ୍କୁ ଭେଟି ଏହି ତାଲିମର ଆବଶ୍ୟକତା ଓ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget