loading...

ସୋଆର ୫ ଜଣ ଆଇନ୍ ଛାତ୍ରଛାତ୍ରୀଙ୍କ ଓଜେଏସ୍ ପରୀକ୍ଷାରେ ସଫଳତା

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୫




ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୩ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୫ ଜଣ ଆଇନ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି। 

ନିକଟରେ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋଆ ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ଛାତ୍ରୀ ପାୟଲ୍ ଆଟା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାତୀ ସାମଲ ୧୫ ତମ, ଛାତ୍ର ରାହୁଲ ବିକ୍ରମ ପାଠୀ ୧୬ତମ, ଦେବଦତ ଜେନା ୨୧ତମ ଏବଂ ଛାତ୍ରୀ ସ୍ମୃତି ପଟ୍ଟନାୟକ ୨୭ ତମ ସ୍ଥାନ ଅଧିକାର କରି ବିଶ୍ୱବିଦ୍ୟାଳୟ ନିମନ୍ତେ କୃତିତ୍ୱ ଅର୍ଜନ କରିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏସ୍‌ଏନ୍‌ଆଇଏଲ୍‌ର ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। 

ସୂଚନା ଯୋଗ୍ୟ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍ ୨୦୨୪ରେ ଦେଶରେ ୯ମ ସ୍ଥାନ ଲାଭ କରିଛି। ଏସ୍‌ଏନ୍‌ଆଇଲ୍ ଗତ ୩ ବର୍ଷ ଧରି ଦେଶର ଆଇନ୍ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଲଗାତାର ଭାବେ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନୀତ ହୋଇ ଆସୁଛି।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget