loading...

ମାର୍ଚ୍ଚ ୧୨ ପରେ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଛୁଇଁପାରେ

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



ହିମାଳୟ ଅଂଚଳରୁ ତୀବ୍ର ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ଗତ ୩ ଦିନ ଧରି ପତନ ଫଳରେ ଶୀତ ଦିନ ପରି ଅନୁଭୂତ ହୋଇଥିଲେ ମଧ୍ୟ ଆସନ୍ତା ୪ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଶନିବାର କୁହାଯାଇଛି। 

କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଶନିବାର ଠାରୁ ମଙ୍ଗଳବାର ମଧ୍ୟରେ ବଙ୍ଗୋପ ସାଗର ଆଡ଼ୁ ଦକ୍ଷିଣ-ପୂର୍ବ ବାୟୁ ପ୍ରବାହ ଫଳରେ ବର୍ତମାନର ସୁଖଦ ଅନୁଭୂତି ଜାରି ରହିପାରେ ଏବଂ ମାର୍ଚ୍ଚ ୯ ଓ ୧୦ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ମଧ୍ୟ ହୋଇପାରେ। 

ମାତ୍ର ମାର୍ଚ୍ଚ ୧୨ ରୁ ୧୬ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ର ୪୦ ଡିଗ୍ରୀ ସେଲସିୟସ ବା ତାହାଠାରୁ ଅଧିକ ହୋଇପାରେ। ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ଏହା ୩୮ ଡିଗ୍ରୀ ସେଲ୍‌ସିୟସ ଛୁଇଁପାରେ। ମାର୍ଚ୍ଚ ୧୫ ଓ ୧୮ ମଧ୍ୟରେ ଉପକୂଳ ତଥା ନିକଟବର୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget