loading...

କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସର ଅଭିବୃଦ୍ଧିରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କିଟ୍‍ ଓ କିସ୍‍ ମଧ୍ୟ ମହିଳାମାନଙ୍କୁ ସବୁବେଳେ ସମାନ ସୁଯୋଗ ଓ ସମ୍ମାନ ଦେଇଆସୁଛି । ଅପରପକ୍ଷରେ କିଟ୍‍ ଓ କିସ୍‍ର ମହିଳା କର୍ମଚାରୀମାନେ କିଟ୍‍ ଓ କିସ୍‍ ସହ ସେମାନଙ୍କ ଭାବାବେଗ ଗଭୀର ଭାବେ ଜଡ଼ିତ ହୋଇ କହିଥିଲେ । ପୁରୁଷ କର୍ମଚାରୀଙ୍କ ଭଳି ସେମାନଙ୍କୁ ବ୍ୟକ୍ତିଗତ ଓ ବୃତ୍ତିଗତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ କିଟ୍‍ ଓ କିସ୍‍ କର୍ତ୍ତୃପକ୍ଷ ଏକ ଉତ୍ତମ ପରିବେଶ ସୃଷ୍ଟି କରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କିସ୍‍ର ସେଣ୍ଟର ଫର ୱିମେନ୍‍ ଷ୍ଟଡିଜ୍‍ ପକ୍ଷରୁ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ କ୍ରୀଡ଼ା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଦେବାଶିଷ ବନ୍ଦୋପାଧ୍ୟାୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କିଟ୍‍ ଓ କିସରେ ୫୦% ମହିଳା କର୍ମଚାରୀ କାର୍ଯ୍ୟକରୁଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ମଧ୍ୟ ୫୦%ରୁ ଅଧିକ ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget