ଭୁବନେଶ୍ୱର, ୦୮ ମାର୍ଚ୍ଚ ୨୦୨୫
ଆନ୍ତର୍ଜାତୀୟ ମହିଳା ଦିବସ 2025 ଅବସରରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳ କର୍ପୋରେଟ ସାମାଜିକ ଦାୟିତ୍ଵ ପାଳନ ଅନୁକ୍ରମେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ 200 ସିଲେଇ ମେସିନ୍ ଏବଂ ଓଡିଶାର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଛାତ୍ରୀ ନିବାସ ପାଇଁ 81 ଟି ସାନିଟାରୀ ପ୍ୟାଡ୍ ଭସ୍ମକ ମ୍ୟାସିନ ପ୍ରଦାନ କରିଛି । ଭୁବନେଶ୍ବର ସ୍ଥିତ ସ୍ଥାନୀୟ ପ୍ରଧାନ କାର୍ଯ୍ୟଳୟ ଠାରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉତ୍ସବରେ ଯୋଗଦେଇ ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୀନେଶ ପରୁଥି , ମହାପ୍ରବନ୍ଧକ ଶ୍ରୀ ପୋନ୍ନାବାଲାମ ଏମ, ମହା ପ୍ରବନ୍ଧକ ଶ୍ରୀ କୌଶଳ କିଶୋର ସିଂ, ଅନ୍ୟ ଉପ ମହାପ୍ରବନ୍ଧକ ସମୂହ ସହିତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ବକ୍ତବ୍ୟରେ ସୁଭଦ୍ରା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର ପାଇଁ ଏସବିଆଇର ଉଦ୍ୟମକୁ ପ୍ରଶଂସା କରିଥିଲେ । ମିଶନ୍ ଶକ୍ତି ଅଧୀନରେ ମଧ୍ୟ ସର୍ବାଧିକ ଲୋନ ବିତରଣ ପାଇଁ ସେ ଏସବିଆଇକୁ ପ୍ରଶଂସା କରିଥିଲେ ଯାହାଦ୍ୱାରା ଆଜି ଓଡିଶା ରାଜ୍ୟ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଶ୍ରୀମତୀ ପରିଡା ଭାରତୀୟ ଷ୍ଟେଟ ବ୍ୟାଙ୍କର କୋର୍ପୋରେଟ ସାମାଜିକ ଦାୟିତ୍ଵରେ ନିମ୍ନବର୍ଗର ମହିଳା ଓ ବିଦ୍ୟାଳୟ /ମହାବିଦ୍ୟାଳୟରେ ପଢୁଥିବା ବାଳିକା ମାନଙ୍କ ପାଇଁ ଦେଉଥିବା ବିଭିନ୍ନ ଅବଦାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

Post a Comment