ଭୁବନେଶ୍ୱର, ୦୫ ମାର୍ଚ୍ଚ ୨୦୨୫
ଭାରତୀୟ ଷ୍ଟେଟ ବ୍ଯାଙ୍କ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ତେୱାରୀ 4 ମାର୍ଚ୍ଚ 2025 ତାରିଖରେ ସ୍ଥାନୀୟ ଭୁବନେଶ୍ବର ସ୍ଥିତ ବାପୁଜିନଗର ଶାଖାର ନବୀକରଣ ହୋଇଥିବା ପରିସରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ତେୱାରୀ ନୟାଗଡ଼ କଳା ପରିଷଦକୁ ଏକ ସ୍କୁଲ ଭ୍ୟାନ ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ, ଗରିବ ଲୋକଙ୍କ ସୁବିଧା ପାଇଁ ତେଲେଙ୍ଗା ପେଣ୍ଠା ସ୍ଥିତ ସ୍ଵେଚ୍ଛା ସେବୀ ସଂଗଠନ ସଖାକୁ ଏକ ଜଳ ବିଶୋଧିକରଣ ଓ ଶୀତଳିକରଣ ଯନ୍ତ୍ର ପ୍ରଦାନ କରାଯାଇଛି। ସେହିଭଳି, ରେଫ୍ରିଜରେଟର ଏବଂ କ୍ରୋକେରି ଜିନିଷଗୁଡିକ ଓଡିଶା ପତିତ ଉଦ୍ଧାର ସମିତି ଦ୍ଵାରା ପରିଚାଳିତ ଆଶ୍ରୟ ସେବାଗୃହକୁ ପ୍ରଦାନ କରାଯାଇଛି । ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି , ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ , ଶ୍ରୀ କୌଶଳ କିଶୋର ସିଂ ତଥା ଷ୍ଟେଟ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Post a Comment