loading...

ଟ୍ରାକ୍ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ରେଳ ଧାରଣା କଡରେ ସୁରକ୍ଷା ବାଡ଼ କାର୍ଯ୍ୟ

ଭୁବନେଶ୍ୱର, ମାର୍ଚ୍ଚ ୨୦୨୫


ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ବାଡ଼ କାର୍ଯ୍ୟ ପାଇଁ ₹1000 କୋଟିରୁ ଅଧିକ ଅନୁମୋଦନ ।



ରେଲୱେ ସୁରକ୍ଷାକୁ ବୃଦ୍ଧି କରିବା ଏବଂ ଟ୍ରେନର ଚଳାଚଳ ଗତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବତଟ ରେଳପଥ କ୍ଷେତ୍ରାଧିକାରରେ ବିଭିନ୍ନ ରେଳ ସେକ୍ସନର ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ସୁରକ୍ଷା ବାଡ଼ ପ୍ରକଳ୍ପ ଆରମ୍ଭ କରାଯାଇଅଛି ।

ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟରେ ₹865 କୋଟି ଟଙ୍କା ବ୍ୟୟରେ ମୋଟ 2792 କିଲୋମିଟର ସୁରକ୍ଷା ବାଡ଼ କାର୍ଯ୍ୟ କରାଯାଉଅଛି । ଏହି କାର୍ଯ୍ୟଗୁଡ଼ିକର ଲକ୍ଷ୍ୟ ହେଉଛି ସୁରକ୍ଷିତ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା, ଅନଧିକୃତ ଅନୁପ୍ରବେଶକୁ ବନ୍ଦ କରିବା ଏବଂ ରେଳ ଟ୍ରାକ୍ ନିକଟରେ ଗୃହପାଳିତ ପଶୁ ଏବଂ ବନ୍ୟ ପ୍ରାଣୀଙ୍କ ଗତିବିଧିକୁ ପ୍ରତିବନ୍ଧିତ କରିବା । ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରି, ପୂର୍ବତଟ ରେଳପଥ ଏକ ସୁରକ୍ଷିତ ଏବଂ ଦକ୍ଷ ରେଳପଥ ନେଟୱାର୍କ ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି । ଏହା ବ୍ୟତୀତ, ଟିଟିଲାଗଡ଼ ଏବଂ ଲାଖୋଲି ମଧ୍ୟରେ ଏବଂ ବଲାଙ୍ଗୀର-ଥେରୁବାଲି-ସିଙ୍ଗାପୁର ରୋଡ୍ ରେଳ ସେକ୍ସନ ମଧ୍ୟରେ ଟ୍ରାକ୍ ସେଫ୍ଟି ଫେନ୍ସିଂ କାର୍ଯ୍ୟ ପାଇଁ ₹207 କୋଟି ମଞ୍ଜୁର କରାଯାଇଛି।


ପୂର୍ବତଟ ରେଳପଥରେ ସୁରକ୍ଷା ବାଡ଼ କାର୍ଯ୍ୟର ସ୍ଥିତି ---

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ:

ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ୍-ପୁରୀ ରେଳ ସେକ୍ସନରେ 797.3 କିଲୋମିଟର ଏବଂ ନିର୍ଗୁଣ୍ଡି-କେରଜଙ୍ଗ ରେଳ ସେକ୍ସନରେ 228 କିଲୋମିଟର ସମେତ 1025.3 କିଲୋମିଟର ଦୈର୍ଘ୍ୟ ରେଳ ଧାରଣା ସୁରକ୍ଷା ବାଡ଼ (ଟ୍ରାକ୍ ସେଫ୍ଟି ଫେନ୍ସିଂ) କାର୍ଯ୍ୟ ପାଇଁ 388.85 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ପରବର୍ତ୍ତୀ ପର୍ଯ୍ୟାୟରେ, ଜଖପୁରା-କେନ୍ଦୁଝରଗଡ଼-ନୟାଗଡ଼ ରେଳ ସେକ୍ସନ ଏବଂ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ଫେନ୍ସିଂ ପାଇଁ ପ୍ରସ୍ତାବ ରହିଛି।

ସମ୍ବଲପୁର ରେଳମଣ୍ଡଳ :

ମୋଟ 830 କିଲୋମିଟର ରେଳ ଧାରଣା କଡରେ ସୁରକ୍ଷା ବାଡ଼ କାର୍ଯ୍ୟ ମଧ୍ୟରୁ 468.23 କିଲୋମିଟର ଦୈର୍ଘ୍ୟ ଟ୍ରାକ୍ ସେଫ୍ଟି ଫେନ୍ସିଂ କାର୍ଯ୍ୟ ପାଇଁ 288.045 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସରଲI ରୋଡ୍-ବଲାଙ୍ଗିର ରେଳ ଲାଇନ ସେକ୍ସନରେ 124.15 କିଲୋମିଟର ଏବଂ ଝାରସୁଗୁଡା ରୋଡ୍-ସମ୍ବଲପୁର ସିଟି-କେରଜଙ୍ଗ ରେଳ ସେକ୍ସନରେ 344.08 କିଲୋମିଟର ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଏହା ବ୍ୟତୀତ, ବଲାଙ୍ଗୀର-ଥେରୁବାଲି-ସିଙ୍ଗାପୁର ରୋଡ଼ ମଧ୍ୟରେ 188.89 କିଲୋମିଟର ମଞ୍ଜୁରୀ ପ୍ରାପ୍ତ ହେଉଛି ଏବଂ ଟିଟିଲାଗଡ଼ ଓ ଲାଖୋଲି ମଧ୍ୟରେ 172.781 କିଲୋମିଟର ପ୍ରସ୍ତାବିତ ଅନ୍ତର୍ଭୁକ୍ତ ।

ୱାଲଟିୟର ରେଳ ମଣ୍ଡଳ :

ପଲାସା-ବିଶାଖାପାଟନମ୍-ଦୁଭାଡା ଏବଂ ବିଜୟନଗରମ୍-ସିଙ୍ଗାପୁର ରୋଡ୍ ରେଳ ସେକ୍ସନରେ 600 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟରେ ସମ୍ବେଦନଶୀଳ ରେଳ ଧାରଣା କଡରେ ସୁରକ୍ଷା ବାଡ଼ ପାଇଁ ₹187.19 କୋଟି ଟଙ୍କା ମଞ୍ଜୁର କରାଯାଇଛି।

କାର୍ଯ୍ୟକାରୀତା ଏବଂ ଲାଭ

• ସୁରକ୍ଷା ବୃଦ୍ଧି ପାଇଁ ଫିକ୍ସ ନଟ୍ ଫେନ୍ସିଂ ଏବଂ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବାରିଅର୍ ସ୍ଥାପନ କରାଯାଉଛି।

• ସୁରକ୍ଷା ବାଡ଼ ବିଭିନ୍ନ ସେକ୍ସନରେ ୧୩୦ କିଲୋମିଟର ଘଣ୍ଟା ଏବଂ ତା'ଠାରୁ ଅଧିକ ବେଗରେ ଟ୍ରେନ୍ ପରିଚାଳନାକୁ ସହାୟତା କରିବ।

• ଏହି ପଦକ୍ଷେପ ଅନଧିକୃତ ଅନୁପ୍ରବେଶକୁ ମଧ୍ୟ ବନ୍ଦ କରିବା ସହ ରେଳ ଟ୍ରାକରେ ଗୃହପାଳିତ ପଶୁ ଏବଂ ବନ୍ୟପ୍ରାଣୀଙ୍କ ପ୍ରବେଶକୁ ପ୍ରତିବନ୍ଧିତ କରିବ।

• ଏହା ଲେଭଲ୍ କ୍ରସିଂ, ରୋଡ଼ ଓଭର ବ୍ରିଜ (ROB), ରୋଡ଼ ଅଣ୍ଡର ବ୍ରିଜ (RUB) ବା ଉପାମାର୍ଗ ଏବଂ ସେତୁରେ ପ୍ରବେଶକୁ ମଧ୍ୟ ବନ୍ଦ କରିବ, ସୁଗମ ଟ୍ରେନ୍ ଚଳାଚଳ ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବ।

ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନ ସହିତ ଭୁବନେଶ୍ୱର ଏବଂ ପଲାସା ରେଳ ଷ୍ଟେସନ ନିକଟରେ ଦୁଇଟି ପାଇଲଟ୍ ସେକ୍ସନରେ କାର୍ଯ୍ୟ ପୂର୍ବରୁ ଆରମ୍ଭ ହୋଇସାରିଥିବା ବେଳେ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ କେତେକ ସମ୍ବେଦନଶୀଳ ରେଳ ଧାରଣା କଡରେ ସୁରକ୍ଷା ବାଡ଼ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା, 30 କିଲୋମିଟର ବାଡ଼ ସମ୍ପୂର୍ଣ୍ଣ ହୋଇଛି । ଦକ୍ଷତା ସୁନିଶ୍ଚିତ କରିବା ଏବଂ ଟ୍ରେନ ଚଳାଚଳ ବାଧାକୁ କମ କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget