loading...

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ୍ ସଂପ୍ରସାରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସଂପର୍କରେ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ମାର୍ଚ୍ଚ ୨୦୨୫




ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନସିସି) ର କ୍ୟାଡେଟ୍ ସଂପ୍ରସାରଣ ଏବଂ ଅନ୍ୟାନ୍ୟ ବିଷୟ ବସ୍ତୁକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ  ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଓଡିଶା ସମର ଶିକ୍ଷାର୍ଥୀ ବାହିନୀ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, କର୍ଣ୍ଣେଲ ସାଗର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନା ରେ ଅଂଶଗ୍ରହଣ କରି  ଶ୍ରୀଯୁକ୍ତ  ଅଗ୍ରୱାଲ ରାଜ୍ୟରେ ଏନସିସି କ୍ୟାଡେଟ ସଂଖ୍ୟା ୬୩୦୦୦ରୁ ୯୦୦୦୦ କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ଲାଭ କରିଥିବା ଏବଂ ତାହା ଭାରତ ସରକାରଙ୍କ ଏନସିସି ନିର୍ଦ୍ଦେଶାଳୟକୁ ଦିଆଯାଇଥ‌ିବା ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଥିଲେ । କୋରାପୁଟରେ ଖୋଲାଯାଇଥିବା ଏନସିସି ଗ୍ରୁପ୍ ମୁଖ୍ୟାଳୟକୁ ଆବଶ୍ୟକୀୟ ମାନବ ସମ୍ବଳ ଯୋଗାଇ ଏହାକୁ କାର୍ଯ୍ୟକ୍ଷମ କରିବା ବିଷୟ ଆଲୋଚନା ହୋଇଥିଲା ଏବଂ ଉଚ୍ଚଶିକ୍ଷା ନିର୍ଦେଶକଙ୍କ ନିର୍ଦ୍ଦେଶରେ ସେଠାକୁ ବର୍ତ୍ତମାନ ଆବଶ୍ୟକୀୟ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ଏନସିସି ଶାଖା କାର୍ଯ୍ୟାଳୟରେ ଖାଲିଥିବା ସମସ୍ତ ପଦବୀଗୁଡ଼ିକ  ତୁରନ୍ତ ପୂରଣ ନିମନ୍ତେ  ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯ।ଇଛି

ଏନସିସି  ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ପାଇଁ  ଗୋଟିଏ ହାଙ୍ଗର ନିର୍ମାଣ ନିମନ୍ତେ ଝାରସୁଗୁଡା ବିମାନ ବନ୍ଦର ପ୍ରାଧୀକରଣ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁମୋଦନ କରାଯାଇଛି  । ଝାରସୁଗୁଡାରେ ଏନସିସି ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ହୋଇଥିବା ଅସ୍ତ୍ର ସରଞ୍ଜାମର ରକ୍ଷଣ କରିବା ପାଇଁ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ପତ୍ର ଲେଖିବାକୁ ଉଚ୍ଚଶିକ୍ଷା ବିଭାଗକୁ ବୈଠକରେ ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଛନ୍ତି ଏହା ବ୍ୟତୀତ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏନସିସି ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ପାଇଁ  ପ୍ରଶିକ୍ଷଣ କେନ୍ଦ୍ରମାନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । 


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget