loading...

2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳପଥ I

ଭୁବନେଶ୍ୱର, ୦୧ ଏପ୍ରିଲ୍ ୨୦୨୫




 

 ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଭାବେ 259 ନିୟୁତ ଟନ୍ ମୂଳ ପଣ୍ୟ ପରିବହନକୁ ଅତିକ୍ରମ

 ଏହି ସମୟ ମଧ୍ୟରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର)253.208ନିୟୁତ ଟନ୍ଦକ୍ଷିଣ ପୂର୍ବ ରେଳପଥ (ଏସଇଆର)212.361ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର)202.62ନିୟୁତ ଟନ୍ ପଣ୍ୟ ପରିବହନ କରିଛି।

 ପୂର୍ବ ରେକର୍ଡକୁ ଅତିକ୍ରମ କରି ପୂର୍ବତଟ ରେଳପଥ ପକ୍ଷରୁ ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ।

 ଲଗାତାର 6 ବର୍ଷ 200 ନିୟୁତ ଟନ୍ ପଣ୍ୟ ପରିବହନ।

 

 ପୂର୍ବତଟ ରେଳପଥ 2024-25 ଆର୍ଥିକ ବର୍ଷ (1 ଏପ୍ରିଲ 2024 ରୁ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତରେ ରେକର୍ଡ 259.254 ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ ହାସଲ କରି ପଣ୍ୟ ପରିବହନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି   ଏହି ଉଲ୍ଲେଖନୀୟ ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଛି କାରଣ ପୂର୍ବତଟ ରେଳପଥ 259 ନିୟୁତ ଟନ୍ ପଣ୍ୟ ପରିବହନ ସୀମା ଅତିକ୍ରମ କରିବାରେ ଦେଶର ପ୍ରଥମ ରେଳ ଜୋନ୍ ହୋଇଛିଯାହା ମାଲ ପରିବହନରେ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି  ଏହି ସଫଳତା ପୂର୍ବ ବର୍ଷ ତୁଳନାରେ 3.034 ନିୟୁତ ଟନ୍ ବୃଦ୍ଧି ପାଇଛି 

 

ଏହି ସମୟ ମଧ୍ୟରେପୂର୍ବତଟ ରେଳପଥ ବ୍ୟତୀତ 200 ନିୟୁତ ଟନ୍ ପଣ୍ୟ ବୋଝେଇ ସୀମା ଅତିକ୍ରମ କରିଥିବା ଜୋନାଲ ରେଳବାଇ ଗୁଡିକ ହେଲା - ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) 253.208ନିୟୁତ ଟନ୍ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) 212.361ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର) 202.62ନିୟୁତ ଟନ୍  ସୀମା ଉତ୍ତୀର୍ଣ୍ଣ କରିଛି।

 

ପୂର୍ବତଟ ରେଳପଥ ଲଗାତାର ଭାବେ ଷଷ୍ଠ ବର୍ଷ ପାଇଁ 200 ନିୟୁତ ଟନ୍ ସୀମା ଅତିକ୍ରମ କରିବାର ଏକ ଐତିହାସିକ ସଫଳତା ବଜାୟ ରଖି ପଣ୍ୟ ପରିବହନ କାର୍ଯ୍ୟରେ ନିରନ୍ତର ଭାବେ ତା' ଶକ୍ତି ପ୍ରଦର୍ଶନ ଜାରି ରଖିଛି  ଏହି ସଫଳତା ବର୍ଷସାରା ସମ୍ମୁଖୀନ ହେଉଥିବା ଆହ୍ୱାନ / ଚ୍ୟାଲେଞ୍ଜଗୁଡ଼ିକୁ ଦୃଷ୍ଟିରେ ରଖି ବିଶେଷ ଭାବରେ ଉଲ୍ଲେଖନୀୟଜୋନର ଦକ୍ଷତାରଣନୈତିକ ଯୋଜନା ଏବଂ ଏହାର କର୍ମଚାରୀଙ୍କ ଅଟଳ ସମର୍ପଣ ପ୍ରଦର୍ଶନ ଦ୍ୱାରା ସମ୍ଭବ ହେଇ ପାରିଛି 

 

2024-25 ରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କାର୍ଯ୍ୟଦକ୍ଷତାର ପ୍ରମୁଖ ଉଲ୍ଲେଖନୀୟ ବିଷୟଗୁଡ଼ିକ:

 

• 259.254 ନିୟୁତ ଟନ୍ ପଣ୍ୟ ପରିବହନଏକ ନୂତନ ରେକର୍ଡ ସ୍ଥାପନ 

• ପୂର୍ବତଟ ରେଳପଥ 259 ନିୟୁତ ଟନ୍ ମୂଳ ପଣ୍ୟ ପରିବହନ ଅତିକ୍ରମ କରିବାରେ ପ୍ରଥମ ଜୋନ୍ ପାଲଟିଛି।

• ଲଗାତାର ଷଷ୍ଠ ବର୍ଷ ପାଇଁ 200 ନିୟୁତ ଟନ୍ ମାଲ ପରିବହନ ହାସଲ କରିଛି।

 

ସଦ୍ୟ ସମାପ୍ତ ଆର୍ଥିକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛିଯେଉଁଥିରେ 153.271 ନିୟୁତ ଟନ୍ କୋଇଲାଇସ୍ପାତ କାରଖାନା ପାଇଁ 9.952 ନିୟୁତ ଟନ୍ କଞ୍ଚାମାଲ, 21.381 ନିୟୁତ ଟନ୍ ଇସ୍ପାତ ଏବଂ ସ୍ଲାଗ୍, 32.476 ନିୟୁତ ଟନ୍ ଲୁହାପଥର, 1.065 ନିୟୁତ ଟନ୍ ସିମେଣ୍ଟ, 2.989 ନିୟୁତ ଟନ୍ ଖାଦ୍ୟଶସ୍ୟ, 6.772 ନିୟୁତ ଟନ୍ ସାର, 2.991 ନିୟୁତ ଟନ୍ ଖଣିଜ ତୈଳ ଏବଂ କଣ୍ଟେନର ସହ ଅନ୍ୟାନ ପଣ୍ୟ ପରିବହନ 28.357 ନିୟୁତ ଟନ୍ ଅନ୍ତର୍ଭୁକ୍ତ 

 

ଏହି ଅସାଧାରଣ ପ୍ରଦର୍ଶନ ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) କୋଇଲା କ୍ଷେତ୍ରପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ପ୍ରମୁଖ ବନ୍ଦର (ପାରାଦୀପଧାମରାଭାଇଜାଗ୍ଗଙ୍ଗାଭରମ୍ ଏବଂ ଗୋପାଳପୁରଏବଂ ଇସ୍ପାତଆଲୁମିନିୟମ୍ ଏବଂ ଲୁହାପଥର କ୍ଷେତ୍ରର ପ୍ରମୁଖ ଶିଳ୍ପଗୁଡ଼ିକର ଦୃଢ଼ ଅବଦାନ ଦ୍ୱାରା ସମ୍ଭବ ହୋଇଥିଲା 

 

ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥାଖୋର୍ଦ୍ଧା ରୋଡ୍ୱାଲଟିୟର ଏବଂ ସମ୍ବଲପୁରର ଉତ୍ସର୍ଗୀକୃତ ପ୍ରୟାସ ଗତ ବର୍ଷର ସଂଖ୍ୟାକୁ ଅତିକ୍ରମ କରିବାରେ ଏବଂ ଏହି ଉଲ୍ଲେଖନୀୟ ଫଳାଫଳ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା  ଏହି ପ୍ରୟାସକୁ ସ୍ୱୀକୃତି ଦେଇରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସମସ୍ତ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ଏହି ପ୍ରଦର୍ଶନ ପୂର୍ବତଟ ରେଳପଥ ଏବଂ ବିଭିନ୍ନ ସରକାରୀ କ୍ଷେତ୍ରଶିଳ୍ପ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ଏବଂ ନିରନ୍ତର ଉନ୍ନତି ଏବଂ ନବସୃଜନ ପ୍ରତି ପ୍ରତିବଦ୍ଧତାର ପ୍ରମାଣ 

 

ପୂର୍ବତଟ ରେଳପଥର କର୍ମଚାରୀମାନଙ୍କ କଠିନ ପ୍ରୟାସ ବିନା ଏହି ଅସାଧାରଣ ସଫଳତା ସମ୍ଭବ ହୋଇପାରି ନଥାନ୍ତା  ସେମାନଙ୍କର ଦୃଢ଼ ନିଷ୍ଠା ଏବଂ ଦଳଗତ କାର୍ଯ୍ୟଉପଯୁକ୍ତ ଯୋଜନା ଏବଂ ଏକ ସକାରାତ୍ମକ କାର୍ଯ୍ୟ ପରିବେଶ ସହିତ ସଂଯୋଗ ଏହି ସଫଳତାର ପ୍ରମୁଖ ପ୍ରେରକ ହୋଇଛି 

 

ପୂର୍ବତଟ ରେଳପଥର ସଫଳତା ସମସ୍ତ ଜୋନ୍ଗୁଡ଼ିକରେ ଏକ ଉଦାହରଣ ସ୍ଥାପନ କରିଛି ଏବଂ ଦକ୍ଷ ପଣ୍ୟ  ପରିବହନ ମାଧ୍ୟମରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଭାରତୀୟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଉଦାହରଣ ଦେଇଛି   ଆଗକୁ ବଢ଼ିପୂର୍ବତଟ ରେଳପଥ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିବାକାର୍ଯ୍ୟକୁ ଅନୁକୂଳ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଅସାଧାରଣ ଫଳାଫଳ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget