loading...

ରାଜ୍ୟ କାର୍ଯ୍ୟାଳୟରେ ୮୯ତମ ଓଡ଼ିଶା ଦିବସ ପାଳନ

ଭୁବନେଶ୍ୱର, ୦୧ ଏପ୍ରିଲ୍ ୨୦୨୫




  • ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଆଦରଣୀୟ କରିବାକୁ ଯତ୍ନବାନ ବିଜେପି ସରକାର
  • ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ନେଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କଲେ ନେତୃବୃନ୍ଦ

 ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସର ଏକ ଅବିସ୍ମରଣୀୟ ଦିନ। ଏହା ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣାର ଓ ସ୍ୱାଭିମାନର ଦିନ। ଏହି ଦିନରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ରାଜ୍ୟକୁ ମାନ୍ୟତା ମିଳିଥିଲା। ଆଜିର ଦିନକୁ ନେଇ ସବୁ ଓଡ଼ିଆ ନିଜକୁ ଗର୍ବିତ ମନେ କରନ୍ତି। ଓଡ଼ିଆ କେବଳ ଏକ ଭାଷା ନୁହେଁ ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ସମ୍ପର୍କ ସ୍ଥାପନର ମୂଳଦୁଆ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁମାନେ ଅହରହ ପ୍ରୟାସ କରିଥିଲେ ଆଜି ଆମେ ସେମାନଙ୍କୁ ମନେ ପକାଉଛନ୍ତି। ଏହି ମହାପୁରଷମାନଙ୍କର ଆନ୍ଦୋଳନ ହିଁ ଥିଲା ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ରାଜ୍ୟ କାର୍ଯ୍ୟାଳୟରେ ୮୯ ତମ ଓଡ଼ିଶା ଦିବସ ପାଳନ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ କହିଛନ୍ତି । 
ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଓଡିଆମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆମ ସମସ୍ତଙ୍କୁ ଗୈାରବାନ୍ୱିତ କରୁଛନ୍ତି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସରକାରଙ୍କ ସହ ତାଳ ଦେଇ ଯୁବପିଢୀ ନୂତନ ଓଡିଶା ଗଠନରେ ନିକକୁ ସାମିଲ ହୁଅନ୍ତୁ। ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଂଚେଇ ରଖିବା ପାଇଁ ସଂଗ୍ରାମ କରିଥିବା ମହାପୁରୁଷମାନଙ୍କର ବୀରତ୍ୱର ଗାଥା ମନେପେକାଇବା ସହ ଓଡିଆ ଭାଷାକୁ ଅଗ୍ରଣୀ ଭାଷାଭାବେ ପରିଗଣିତ କରିବା ପାଇଁ ବକ୍ତା ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ଅଧ୍ୟାପାକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଧାନାଥ ପ୍ରହରାଜ ପ୍ରମୁଖ ଆହ୍ୱାନ ଦେଇଛନ୍ତି । 
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ଓଡିଆ ଭାଷାର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ବାମଣ୍ଡା ରାଜା ସୁଢଲ ଦେବ, କବି ସମ୍ରାଟ ଉପେନ୍ଦ୍ର ଭଂଜ, ବଳରାମ ଦାସ, ଜଗନ୍ନାଥ ଦାସ, ପୁରୁଷୋତମ ଦେବ, ଶାରଳା ଦାସ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ବ୍ୟାସ କବି ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରିଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ରାଧାନାଥ ରାୟ, ଗୈାରୀଶଙ୍କର ରାୟ, କବିସୂର୍ଯ୍ୟ ବଳଭଦ୍ର ରଥଙ୍କୁ ସ୍ମରଣ କରାଯାଇଥିଲା। ଖଣ୍ଡବିଖଣ୍ଡିତ ରାଜ୍ୟକୁ ଏକତ୍ରିତ କରିବା ସହ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ସଂଗ୍ରାମ କରିଥିବା ସେମାନଙ୍କ ଭୁମିକା ଇତିହାସରେ ଲିପିବଦ୍ଧ ହୋଇ ଚିର କାଳ ପାଇଁ ରହିଯାଇଛି । ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଆଦରଣୀୟ କରିବାକୁ ଯତ୍ନବାନ ବିଜେପି ସରକାର ବୋଲି ଏହି ଅବସରରେ ଯୋଗଦେଇ ବକ୍ତାମାନେ କହିଛନ୍ତି। କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇ ଓଡିଆ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ନେତା ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । 
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget