ଭୁବନେଶ୍ୱର, ୧୦ ଏପ୍ରିଲ୍ ୨୦୨୫
ସମ୍ବଲପୁର: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ନୂତନ ରିଟେଲ୍ ମିଆଦୀ ଜମା ଯୋଜନା “ବବ୍ ସ୍କୋୟାର ଡ୍ରାଇଭ ଜମା ଯୋଜନା”ର ଶୁଭାରମ୍ଭ ଘୋଷଣା କରାଯାଇଛି। ୪୪୪-ଦିବସୀୟ ଏହି ଯୋଜନା ଅନ୍ତର୍ଗତ ସାଧାରଣ ବର୍ଗଙ୍କ ପାଇଁ ବାର୍ଷିକ ୭.୧୫ ପ୍ରତିଶତ, ବରିଷ୍ଠ ନାଗରିକମାନଙ୍କ ପାଇଁ ୭.୬୫ ପ୍ରତିଶତ ଏବଂ ଅତି ବରିଷ୍ଠ ନାଗରିକ (୮୦ ବର୍ଷ କିମ୍ବା ଉର୍ଦ୍ଧ୍ୱ) ମାନଙ୍କ ପାଇଁ ୭.୭୫ ପ୍ରତିଶତ ଓ ଅପରିପକ୍ୱ କମା ରାଶି ଉପରେ ୭.୮୦ ପ୍ରତିଶତ ସୁଧ ପ୍ରଦାନ କରାଯିବ। ଏହି ଯୋଜନା ୭ ଏପ୍ରିଲ, ୨୦୨୫ରୁ ଆରମ୍ଭ ହୋଇଥିବା ସହ ୩ କୋଟି ଟଙ୍କାରୁ କମ୍ ରିଟେଲ୍ ମିଆଦୀ ଜମା ରାଶି ଉପରେ ଲାଗୁ କରାଯିବ। ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୀଣା ୱାହିଦ୍ କହିଛନ୍ତି ଯେ, ସୁଧହାର ହ୍ରାସ ପାଉଥିବା ସମୟରେ “ବବ୍ ସ୍କୋୟାର ଡ୍ରାଇଭ ଜମା ଯୋଜନା” ଜମାକାରୀମାନଙ୍କୁ ଉଚ୍ଚ ସୁଧ ହାର ପ୍ରଦାନ କରିବା ସହିତ ନିଜ ସଞ୍ଚୟ ଉପରେ ସ୍ଥିର ଓ ସୁନିଶ୍ଚିତ ରିଟର୍ଣ୍ଣ ପାଇବାର ଏକ ଆକର୍ଷଣୀୟ ବିକଳ୍ପ ପ୍ରଦାନ କରୁଅଛି।
Post a Comment