loading...

ଉତ୍କଳର ମହାନ କଳା, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ନମାମି ମନ୍ଦାକିନୀ

ଭୁବନେଶ୍ୱର, ୧୧ ଏପ୍ରିଲ୍ ୨୦୨୫

ଭୁବନେଶ୍ୱର ତା 11/04/25 ପବିତ୍ର ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଆସନ୍ତା ଏପ୍ରିଲ 14 ତାରିଖରେ ନମାମି ମନ୍ଦାକିନୀ ସାଂସ୍କୃତିକ ପରିଷଦ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳର ମହାନ କଳା,ପରମ୍ପରା, ସଂସ୍କୃତି,ଐତିହ୍ୟ,ବୀରତ୍ୱର ଗାଥା ସହିତ, ଓଡିଶାର ନଦୀ ମାନଙ୍କୁ ସୁରକ୍ଷା ପ୍ରମୁଖ ସମ୍ପର୍କରେ କାର୍ଯ୍ୟକ୍ରମ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଦ୍ୱାରା ଆୟୋଜିତ ହେବ ବୋଲି ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରିଥିଲେ l ଉକ୍ତଦିନ ପ୍ରାତଃ 7.30 ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଅନ୍ୟ ଶହୀଦ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ l ଦିବା ସମୟରେ ବୁଦ୍ଧ ମନ୍ଦିର ପରିସରରେ ପାଲା,ଦାସକାଠିଆ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସନ୍ଧ୍ୟା 5.30 ମିନିଟ ସମୟରେ ରବୀନ୍ଦ୍ର ମଣ୍ଡପ ଠାରେ ଆନୁଷ୍ଠାନିକ ଭାବେ ନମାମି ମନ୍ଦାକିନୀ ମହୋତ୍ସବ ଅନୁଷ୍ଠିତ ହେବ l ଏହା ସହିତ ବିଭିନ୍ନ ସାରସ୍ୱତ କ୍ଷେତ୍ରରେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ l ଉକ୍ତ ମହୋତ୍ସବ ଆମ ମହାନ କଳା, ସଂସ୍କୃତି, ପରମ୍ପରା, ବୀରତ୍ୱ, ଐତିହ୍ୟ ପ୍ରତୀକ ଭାବେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget