loading...

ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନାର ୧୦ ବର୍ଷ

ଭୁବନେଶ୍ୱର, ୧ ଏପ୍ରିଲ୍ ୨୦୨୫




ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ୮ ଏପ୍ରିଲ, ୨୦୨୫ରେ ୧୦ ବର୍ଷ ପୂରଣ କରିଛି। ଏହି ଯୋଜନା ଦେଶରେ ଏମ୍‌ଏସ୍‌ଏମ୍‌ଇ ଆର୍ଥିକ ପରିସ୍ଥିତକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତ ଦଶନ୍ଧି ଧରି ପିଏମ୍‌ଏମ୍‌ୱାଇ କ୍ଷୁଦ୍ର ଉଦ୍ୟୋଗ ପାଇଁ ଋଣ ଉପଲବ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବ୍ୟାଙ୍କର ବିଭିନ୍ନ ଯୋଜନାର ଷ୍ଟ୍ରକ୍‌ଚର ଯଥା ଶିଶୁ, କିଶୋର ଏବଂ ତରୁଣ ଉଦ୍ୟୋଗୀମାନଙ୍କୁ ସୁଲଭ ତଥା ବିନା ବନ୍ଧକରେ ଋଣ ପ୍ରଦାନ କରିବାରେ ସକ୍ଷମ ହୋଇଛି। ପିଏମ୍‌ଏମ୍‌ୱାଇ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କର ଉପସ୍ଥିତିକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି। ଯୋଜନାର ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା ଅଧିନରେ ୧୧,୫୯,୬୩୬ ହିତାଧିକାରୀଙ୍କୁ ୧୮,୯୨୩ କୋଟି ଟଙ୍କାର ମୋଟ୍ ଋଣ ପ୍ରଦାନ କରାଯାଇଛି। ୧୦ ବର୍ଷ ମଧ୍ୟରେ କ୍ରମବର୍ଦ୍ଧିତ ବଣ୍ଟନ ଟଙ୍କା ୪୩,୬୫,୫୮୦ ହିତାଧିକାରୀଙ୍କୁ ୭୧,୩୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି ଯାହା ପ୍ରାୟ ୩୦୦ ପ୍ରତିଶତର ଅଭିବୃଦ୍ଧି। ଏହି ଯୋଜନାରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଉପଲବ୍ଧ ଋଣ ସୁବିଧା ୨୫ ପ୍ରତିଶତରୁ ଅଧିକ। କେନ୍ଦ୍ରୀୟ ବଜେଟ୍ ୨୦୨୪ ଅନୁଯାୟୀ ତରୁଣ ପ୍ଲସ୍‌ରେ ଋଣ ଲିମିଟ୍ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦେଶର ଅର୍ଥନୀତି ଓ ଜିଡିପି ଅଭିବୃଦ୍ଧିରେ ଯୋଗଦାନ ବ୍ୟତୀତ ଏହି ଯାତ୍ରା ଉଦ୍ୟୋଗୀତାକୁ ସକ୍ଷମ କରିବା ସହ ନୂତନ ନିଯୁକ୍ତି ସୃଷ୍ଟି କରିଛି। କୋଭିଡ୍‌-୧୯ ମହାମାରୀ ସମୟରେ ବ୍ୟାଙ୍କ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ଜିଇସିଏଲ୍‌) ମାଧ୍ୟମରେ ଅତିରିକ୍ତ ଋଣ ମଞ୍ଜୁରୀ କରି ପିଏମ୍‌ଏମ୍‌ୱାଇ ଋଣଗ୍ରହୀତାଙ୍କୁ ଜିବୀକା ନିର୍ବାହରେ ସାହାଯ୍ୟ କରିବା ସହ ପିମ୍‌ଏମ୍‌ୱାଇ ଆକାଉଣ୍ଟକୁ ଏନ୍‌ପିଏ ହେବାରୁ ରକ୍ଷା କରିଛି। ମୁଦ୍ରା ଋଣ ଆବେଦନକାରୀଙ୍କ ପାଇଁ ବ୍ୟାଙ୍କ ଏକ ଡିଜିଟାଲ ଯାତ୍ରା ଆରମ୍ଭ କରିଛି। ଆବେଦନଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ଏହି ଯୋଜନା ଅଧିନରେ ବ୍ୟାଙ୍କ ଋଣଗ୍ରହୀତାଙ୍କୁ ମୁଦ୍ରା କାର୍ଡ ମଧ୍ୟ ପ୍ରଦାନ କରୁଛି। ବିଓଆଇ ପିଏମ୍‌ଏମ୍‌ୱାଇର ୧୦ ତମ ବାର୍ଷିକୀ ପାଳନ କରୁଥିବାରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଇନ୍‌ଡୋର ଓ ଆଉଟ୍‌ଡୋର ବିଜ୍ଞାପନ, ଷ୍ଟାଣ୍ଡି ଓ ଶାଖାଗୁଡିକରେ ଡିଜିଟାଲ ପ୍ରଦର୍ଶନ ମାଧ୍ୟମରେ ପିଏମ୍‌ଏମ୍‌ୱାଇର ପ୍ରଚାର ପାଇଁ ଏକ ବହୁମୂଖୀ ଅଭିଯାନ ଆରମ୍ଭ କରିଛି। ଏହି ପ୍ରୟାସ ମାଧ୍ୟମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପିଏମ୍‌ଏମ୍‌ୱାଇର ପହଞ୍ଚକୁ ବିସ୍ତାର କରିବା ଏବଂ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget