loading...

ପଦ୍ମପୁର ଠାରେ ୟୁନିୟନ୍ ବ୍ୟାଙ୍କର ନୂତନ ଶାଖା

ଭୁବନେଶ୍ୱର, ୧୮ ଏପ୍ରିଲ୍ ୨୦୨୫




ସମ୍ବଲପୁର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପଦ୍ମପୁର ଶାଖା ବରଗଡ ଜିଲ୍ଲାର ପଦ୍ମପୁର ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଉତ୍କର୍ଷ ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ବ୍ୟାଙ୍କିଙ୍ଗ୍ ସୁବିଧା ଥିବା ଏହି ଶାଖା ବରଗଡ ଜିଲ୍ଲାର ୨୧ତମ ଶାଖା ଅଟେ। ଏହି ଉଦ୍‌ଘାଟନ ଉତ୍ସବରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ ଏଚ୍ କେ ଦାସ, ସମ୍ବଲପୁର କ୍ଷେତ୍ରୀୟ ମୁଖ୍ୟ ଧର୍ମେନ୍ଦ୍ର ରାଜୋରିୟା, ସହରର ବରିଷ୍ଠ ନାଗରିକ, ବ୍ୟବସାୟିକ ସହଯୋଗୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ପଦ୍ମପୁର ତଥା ଏହାର ଆଖପାଖ ଅଞ୍ଚଳର ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ଏହି ଶାଖା ପୁରଣ କରିବା ସହିତ ରିଟେଲ, କୃଷି, ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନଙ୍କୁ ବିଶେଷ ଅଗ୍ରାଧିକାର ଦେବ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ନାଗରିକ ଏବଂ ଜମାକାରୀଙ୍କ ଆବଶ୍ୟକତା ପୁରଣ କରିବା ସହିତ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଓ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ଏହି ଶାଖା ପ୍ରାଥମିକତା ଦେବ ବୋଲି ଡଃ ମହାଲିଙ୍ଗ୍ ପ୍ରକାଶ କରିଥିଲେ। ରାଜ୍ୟରେ ୨ୟ ବୃହତ୍ତମ ବ୍ୟାଙ୍କିଙ୍ଗ୍ ନେଟୱାର୍କ ଥିବା ଏହି ବ୍ୟାଙ୍କ ରାଜ୍ୟର ଜନସାଧାରଣଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆସିଥିବାରୁ ଡଃ ମହାଲିଙ୍ଗ୍ ବ୍ୟାଙ୍କର ଅବଦାନକୁ ଭୂୟସି ପ୍ରଂଶସା କରିଥିଲେ। ଏହି ଶାଖାରେ ଉନ୍ନତମାନର ଭିତ୍ତିଭୂମି, ଅତ୍ୟାଧୁନିକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସୁବିଧା, ବ୍ୟାପକ ବ୍ୟାଙ୍କିଙ୍ଗ୍ ପ୍ରଡକ୍ଟ ଗ୍ରାହକମାନଙ୍କୁ ଉନ୍ନତମାନର ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନର କରିବାରେ ଏକ ଦାୟିତ୍ୱଶୀଳ ଶାଖା ହେବ ବୋଲି ଶ୍ରୀ ରାଜୋରିୟା ପ୍ରକାଶ କରିଥିଲେ। ରାଜ୍ୟରେ ୨ୟ ସର୍ବବୃହତ୍ତ ଶାଖା ନେଟୱାର୍କ ଥିବା ୟୁନିୟନ୍ ବ୍ୟାଙ୍କର ଶାଖାଗୁଡିକ ୧୦୦% ବୈଷୟିକ ସୁରକ୍ଷିତ, ଜନସାଧାରଣ ଲକର ସୁବିଧା, ମୋବାଇଲ ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ପ୍ରୋସେସଡ ଲୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ସହିତ ଆକର୍ଷଣୀୟ ଅଫରମାନ ଏହି ଶାଖାରୁ ପାଇପାରିବେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget