loading...

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,  ୧୭ ଏପ୍ରିଲ୍ ୨୦୨୫




 ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଅଞ୍ଚଳର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ହରେକୃଷ୍ଣ ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଦାସ ମୁମ୍ବାଇସ୍ଥିତ ବ୍ୟାଙ୍କର କର୍ପୋରେଟ କାର୍ଯ୍ୟାଳୟରେ ଗ୍ରାମ୍ୟ ଏବଂ ଅର୍ଦ୍ଧ ସହରାଞ୍ଚଳ (ରୁସୁ) ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଭାଗର ମହାପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ୧୯୯୫ ମସିହାରେ ଜନୈକ ଗ୍ରାମ୍ୟ ବିକାଶ ଅଧିକାରୀ ଭାବେ ବ୍ୟାଙ୍କରେ ଯୋଗଦେଇଥିବା ଶ୍ରୀ ଦାସଙ୍କର ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ସିକିମ୍‌, ହରିୟାଣା, ଗୁଜୁରାଟ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରିହିଛି। ଦୀର୍ଘ ୩୦ ବର୍ଷର ବ୍ୟାଙ୍କିଙ୍ଗ ଅଭିଜ୍ଞତା ମଧ୍ୟରେ ସେ ୨୪ ବର୍ଷ ଶାଖା ସ୍ତରରେ ଏବଂ ୧୯ ବର୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଶାଖା ଠାରୁ ଆରମ୍ଭ କରି ଅଧିକ ବୃହତ୍ତ ଶାଖାର ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଚଣ୍ଡିଗଡ, ମେହସନା ଏବଂ ଗାନ୍ଧୀ ନଗର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ପ୍ରକାଶ କି ରାଜ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଏବଂ ବାଲେଶ୍ୱରରେ ୬ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ସହିତ ୩୭୩ଟି ଶାଖା ଏବଂ ୩୩୬ଟି ଏଟିଏମ୍‌କୁ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ନିୟନ୍ତ୍ରଣ କରୁଅଛି। ଜଣେ ଅଭିଜ୍ଞ ବ୍ୟାଙ୍କର ଭାବେ ଶ୍ରୀ ଦାସ ଉତ୍ତମ ଗ୍ରାହକ ସେବା ସହିତ ସରକାରୀ ଯୋଜନାରେ ଗ୍ରାହକମାନଙ୍କର ସର୍ବୋତ୍ତମ ଅଂଶଗ୍ରହଣ ସହିତ ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ରିଟେଲ କ୍ଷେତ୍ରକୁ ଅଗ୍ରାଧିକାର ଦେବା ସହିତ ମୁଦ୍ରା ଏବଂ ଏସ୍‌ଏଚ୍‌ଜି ଫାଇନାନ୍ସକୁ ମଧ୍ୟ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget