loading...

ସୋଆ ପ୍ରାଚୀନ ପକ୍ଷରୁ ଲେଖା ସମ୍ପାଦନ ଉପରେ ୫-ଦିନିଆ କର୍ମଶାଳା ଉଦ୍‌ଯାପିିତ

ଭୁବନେଶ୍ୱର,  ଏପ୍ରିଲ୍ ୨୦୨୫



ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରୋପ।।ଗେସନ୍ ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚାରାଲ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଏଠାରେ ୫-ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବା ସହ ମାନପତ୍ର ପ୍ରଦାନ କରାଯାଇଛି।

ସୋଆ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଧରଣର କର୍ମଶାଳା ଆୟୋଜିତ ହୋଇ ନଥିଲା। ଏହି କର୍ମଶାଳାରେ ଗବେଷକମାନେ ପୋଥି ସାହିତ୍ୟ ଓ ପୋଥି ସମ୍ବନ୍ଧୀୟ ଜ୍ଞାନ ଆହରଣ କରିପାରିଛନ୍ତି। 

ଏହି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ତିନି ଜଣ ବିଶେଷଜ୍ଞ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ କର୍ମଶାଳାରେ ଯୋଗ ଦେଇଥିବା ଗବେଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଗବେଷକମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।

  ପ୍ରାଚୀନ ସାହିତ୍ୟ ସଂପର୍କରେ ଧାରଣା ପାଇବା ସହିତ ପୋଥିର ଲେଖନୀ ଶୈଳୀ ଓ ଶଦ୍ଦ ସଂଯୋଜନା ଓ ସବିଶେଷରେ ସୂଚନା ଓ ଶିକ୍ଷା ଲାଭ କରିପାରିଛନ୍ତି ବୋଲି ପ୍ରଫେସର ପଣ୍ଡା କହିଥିଲେ। ଏଭଳି ପ୍ରୟାସ ଦ୍ୱାରା ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ବିଶେଷ ସହାୟକ ହେବ ବୋଲି ଗବେଷକମାନେ ନିଜ ଅନୁଭୂତି ମାଧ୍ୟମରେ ପ୍ରକାଶ କରିଥିଲେ।

ଏହି କର୍ମାଶାଳାରେ ଯୋଗଦେଇଥିବା ୧୫ ଜଣ ଗବେଷକମାନଙ୍କୁ ପ୍ରଫେସର ପଣ୍ଡା ମାନପତ୍ର ପ୍ରଦାନ କରିଥିଲେ। 

ଉଦ୍‌ଘାଟନୀ ଅବସରରେ ପ୍ରାଚୀନର ପ୍ରାଚୀନ ବକ୍ତୃତାମାଳା-୨ ସମ୍ପାନ ‘ସାହିତ୍ୟର ନୃତତ୍ୱ’ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ସୋଆର ନୃତତ୍ୱ ଓ ଆଦିବାସୀ ଅଧ୍ୟୟନ ବିଭାଗର ଏମିରଟସ୍ ପ୍ରଫେସର ଜଗନ୍ନାଥ ଦାଶ ଯୋଗଦେଇ ସାହିତ୍ୟ ଓ ନୃତତ୍ୱର ସଂପର୍କ ଏବଂ ସାହିତ୍ୟକୁ କିପରି ନୃତତ୍ୱ ପ୍ରଭାବିତ କରେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ମାନବ ବିଦ୍ୟାର ଗବେଷଣା ସୃଷ୍ଟ ସାହିତ୍ୟ କାଳଜୟୀ ହୋଇଥାଏ ଏବଂ ସାଧାରଣ ମଣିଷର ଚେତନାକୁ ପ୍ରଭାବିତ କରିଥାଏ ବୋଲି ପ୍ରଫେସର ଦାଶ ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆ ପ୍ରାଚୀନର ସଂସ୍କୃତି ଓ ଅଧ୍ୟୟନ ବିଭାଗର ପ୍ରଫେସର ସନ୍ତୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ନିହାର ରଂଜନ ମିଶ୍ର ଓ ଶ୍ରୀ ଜୀବନ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀ ବିଭୂତି ପ୍ରସାଦ ସାହୁ ଓ ଶ୍ରୀ ସମ୍ବିତ ପଟ୍ଟନାୟକ ସହଯୋଗ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget