loading...

ୟୁକୋ ବ୍ୟାଙ୍କର ଚତୁର୍ଥ ତ୍ରୈମାସରେ ୬୫୨ କୋଟି ଟଙ୍କାର ନେଟ୍ ଲାଭ

ଭୁବନେଶ୍ୱର,  ଏପ୍ରିଲ୍ ୨୦୨୫


ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ବ୍ୟାଙ୍କ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ଚତୁର୍ଥ ତ୍ରୈମାସରେ ଶତକଡା ୨୩.୯୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୬୫୨ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିପାରିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୫୨୬ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ସକଳ ଅଗ୍ରୀମରେ ଶତକଡା ୨୫.୭୪ ପ୍ରତିଶତ ବୃଦ୍ଧି ଘଟି ୧,୨୨, ୬୧୩ କୋଟିରେ ପହଞ୍ôଚଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ବ୍ୟବସାୟିକ ଅଭିବୃଦ୍ଧିରେ ଶତକଡା ୧୪.୧୨ ପ୍ରତିଶତ ବୃଦ୍ଧି ଘଟି ୫,୧୩,୫୨୭ କୋଟିରେ ପହଞ୍ôଚଛି। ବ୍ୟାଙ୍କର ନେଟ୍ ସୁଧ ଆୟରେ ଶତକଡା ୨୩.୩୫ ପ୍ରତିଶତ ବୃଦ୍ଧି ଘଟି ୨,୬୯୮ କୋଟିରେ ପହଞ୍ôଚଛି। ଚତୁର୍ଥ ତ୍ରୈମାସିକ ସୁଦ୍ଧା ବ୍ୟାଙ୍କର ନେଟ୍ ସୁଧ ମାର୍ଜିନ ଶତକଡା ୩.୦୮ ପ୍ରତିଶତ ବୃଦ୍ଧି ପାଇଥିବା ସହ ପୁଞ୍ଜି ସ୍ୱଚ୍ଛଳତା ହାର (ସିଆର୍‌ଏଆର୍‌) ଶତକଡା ୧୮.୪୯ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ରେସିଓ (ପିସିଆର୍‌) ଶତକଡା ୯୬.୬୯ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ପରିଚାଳନାଗତ ଲାଭ ଶତକଡା ୩୩.୪୮ ପ୍ରତିଶତ ଅଭିବୃଦ୍ଧି ହାରରେ ୧,୬୯୯ କୋଟିରେ ପହଞ୍ଚିଛି। ବ୍ୟାଙ୍କର ମୋଟ୍ ଏନ୍‌ପିଏ ୭୭ ବିପିଏସ୍ ହ୍ରାସ ପାଇ ଶତକଡା ୨.୬୯ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ନେଟ୍ ଏନ୍‌ପିଏ ୩୯ ବିପିଏସ୍ ହ୍ରାସ ପାଇ ଶତକଡା ୦.୫୦ ପ୍ରତିଶତରେ ପହଞ୍ଚିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୟୁକୋ ବ୍ୟାଙ୍କର ୩,୩୦୨ଟି ଘରୋଇ ଶାଖା ରହିଥିବା ବେଳେ ହଂଙ୍କ୍‌କଙ୍ଗ୍ ଓ ସିଙ୍ଗାପୁରରେ ୨ଟି ଶାଖା ରହିଛି ଏବଂ ଇରାନ୍‌ରେ ଗୋଟିଏ ପ୍ରତିନିଧି କାର୍ଯ୍ୟାଳୟ ରହିଛି। ବ୍ୟାଙ୍କର ୨,୫୨୨ ଟି ଏଟିଏମ୍ ଓ ୧୦୬୫୩ ଟି ବିସି ପଏଣ୍ଟ ରହିଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget