loading...

କିସ୍ ପକ୍ଷରୁ ପହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୬ ଏପ୍ରିଲ୍ ୨୦୨୫





 କିସ୍ ପକ୍ଷରୁ ପହେଲ୍‌ଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଏହି ଅବସରରେ କିସ୍ ବିଶ୍ଵବିଦ୍ୟାଳୟର ୧୦ ହଜାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମହମବତୀ ଜାଳି ନିରବ ପ୍ରାର୍ଥନା କରିଥିଲେ। ଛାତ୍ରଛାତ୍ରୀମାନେ ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ଯକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏଥିରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ କିସ୍‌ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ସାମନ୍ତ ଆତଙ୍କବାଦୀଙ୍କ ଏହି ବର୍ବର ଓ ଅମାନବିକ କାର୍ଯ୍ୟର ଦୃଢ ନିନ୍ଦା କରିବା ସହ ମୃତକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । କିସ୍ ବିଶ୍ଵବିଦ୍ୟାଳୟର ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ଚାଲିଯିବା ପୂର୍ବରୁ ଆଜି ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget