loading...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ପଶ୍ଚିମ ଓଡିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ

ଭୁବନେଶ୍ୱର, ୨୬ ଏପ୍ରିଲ୍ ୨୦୨୫

 

 




ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପଶ୍ଚିମ ଓଡିଶା ଅଞ୍ଚଳର ସମ୍ବଲପୁର–ଝାରସୁଗୁଡା ରେଳ ସେକ୍ସନରେ ଚାଲୁରହିଥିବା ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଟ୍ରାଫିକ୍ ସୁବିଧା ଉନ୍ନତି କାର୍ଯ୍ୟର ବ୍ୟାପକ ନିରୀକ୍ଷଣ କରିଛନ୍ତି ଏହି ନିରୀକ୍ଷଣରେ ଝାରସୁଗୁଡା ରୋଡ଼ବୃନ୍ଦାମାଲଲପଙ୍ଗା ଓ ସରଲା ଷ୍ଟେସନକୁ ଯୋଗ କରାଯାଇଛି ଏବଂ ଏହା ସହିତ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ସମର୍ଥନ କରୁଥିବା ରେଲୱେ ସାଇଡିଂ ଓ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଇଛି |

 

ଶ୍ରୀ ଫୁଙ୍କୱାଲଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଥିବା ପ୍ରମୁଖ ପ୍ରକଳ୍ପଗୁଡିକରେ ରହିଛି ଲପଙ୍ଗାରେ ଥିବା BPSL ସାଇଡିଂଝାରସୁଗୁଡା ରୋଡ ଷ୍ଟେସନବୃନ୍ଦାମାଲ–ଝାରସୁଗୁଡା ଫ୍ଲାଇଓଭରବୃନ୍ଦାମାଲର MAVB ସାଇଡିଂ ଓ ଯାର୍ଡ ଓ ସାରଲା ଫ୍ରେଟ୍ ଟ୍ରେନ ପରୀକ୍ଷଣ ଡିପୋ |

 

ଶ୍ରୀ ଫୁଙ୍କୱାଲ ମଧ୍ୟ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ସୁବାଶ ସି. ଚୌଧୁରୀ ଓ ରେଳପଥର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଟ୍ରାଫିକ୍ ସୁବିଧାରେଲୱେ ଭିତ୍ତିଭୂମି ଓ ଟ୍ରେନ ପରିଚାଳନା ସମ୍ପର୍କିତ ଉନ୍ନତି ବିଷୟରେ ସମୀକ୍ଷା କରିଛନ୍ତି |

 

ସରଲା ଷ୍ଟେସନରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ନିରୀକ୍ଷଣ କରିବା ଏହି ଗସ୍ତର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଥିଲା  |  ଏହି ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ପ୍ରତିମାସରେ 90 ରୁ 100ଟି ଟ୍ରେନ୍ ଏଗ୍ଜାମିନେସନ ଓ ୧୦୦ଟି ରେକ୍ ରୁଟିନ ଓଭରହୌଲିଙ୍ଗ ସମ୍ପାଦନ କରିପାରିବ ଯାହା ଟ୍ରେନ ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ସହ BTAP ୱାଗନ୍‌ର ଟର୍ଣ୍ଣଏରାଉଣ୍ଡ ସମୟକୁ ୩୦% କମେଇପାରିବା ସହିତ ଲୋଡିଂ କ୍ଷମତା ଓ ସୁରକ୍ଷାକୁ ଉନ୍ନତ କରିବ  

 

ଏହି ସୁବିଧା ଇସ୍ପାତଆଲୁମିନିୟମ ଓ କୋଇଲା ଅଭିମୁଖୀ ଶିଳ୍ପକୁ ସମର୍ଥନ କରି ବ୍ୟାପକ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରାଇବା ସହ ଚାକିରି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ  |  ମହାପ୍ରବନ୍ଧକ ମଧ୍ୟ ଶିଳ୍ପ ବ୍ୟବସ୍ଥାପନାରେ ନିକଟ ମିଳିତ କାର୍ଯ୍ୟସୂଚୀ ଓ ସମନ୍ୱୟ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଦେଇଥିଲାବେଳେ ରେଲୱେର କାର୍ଯ୍ୟକୁଷଳତା ବୃଦ୍ଧି ଓ ଜାତୀୟ ଅର୍ଥନୀତିକୁ ଲାଭ ଦେଇପାରିବ ବୋଲି ଆଶା କରାଯାଉଅଛି ।

 

ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଷ୍ଟେସନ ଓ ଯାର୍ଡ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ସହିତ ଯାତ୍ରୀ ସୁବିଧା ଯେପରିକି ଉନ୍ନତ ପ୍ରତିକ୍ଷା କକ୍ଷଉତ୍ତମ ଆଲୋକ ସୁବିଧାପାନୀୟ ଜଳ ବ୍ୟବସ୍ଥା ଓ ଭଲ ସାଇନେଜ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ଯାତ୍ରୀମାନଙ୍କ ପାଇଁ ନିରାପଦ ଓ ସୁବିଧାଜନକ ଅନୁଭୂତି ନିଶ୍ଚିତ କରିବ 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget