loading...

ଅସ୍ମିତାରେ ଧନୀ.... ଆମ ରାଜଧାନୀ

ଭୁବନେଶ୍ୱର, ୧୯ ଏପ୍ରିଲ୍ ୨୦୨୫



ରାଜଧାନୀ ଭୁବନେଶ୍ୱରର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ ଡଃ ଭି.ଆର. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଭୁବନେଶ୍ୱର ମହାନଗର ନିଗମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ମିଳିତ ଭାବେ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲ୍‌ର ୨୭ଜଣ ଛାତ୍ରଛାତ୍ରୀ ‘ଅସ୍ମିତାରେ ଧନୀ.... ଆମ ରାଜଧାନୀ’ ଶୀର୍ଷକ ଡ୍ୟାନ୍ସଡ୍ରାମା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଡ୍ରାମାଟି ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିରେ ପଞ୍ଚମ ଶ୍ରେଣୀ ଛାତ୍ର ଆୟାନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭୂମିକାରେ ଅବତାରଣା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌ର ଶିକ୍ଷକ ଅରୁଣ ପ୍ରଧାନ, ଦେବାଶିଷ ସାହୁ ଓ ଶିକ୍ଷୟିତ୍ରୀ ପ୍ରତିମା ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ଦେଇଥିଲେ। ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ଡିଏଭି ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍କୁଲ୍‌ର ଅଧ୍ୟକ୍ଷା ଇପ୍‌ସିତା ଦାସ ମନୋରଞ୍ଜନ କାର୍ଯ୍ୟକ୍ରମ ନିମିତ୍ତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget