loading...

ଜେଇଇ ମେନରେ କିସର ୧୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର,  ୧୯ ଏପ୍ରିଲ୍ ୨୦୨୫




 ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିସର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଛାତ୍ରୀ ଥିବା ବେଳେ ୫ଜଣ ଛାତ୍ର ରହିଛନ୍ତି । ଏମାନେ ଜେଇଇ ଆଡଭାନସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଝାଡ଼ଖଣ୍ଡରୁ ଆସି କିସ୍‌ରେ ପାଠ ପଢ଼ି ଜେଇଇରେ ସଫଳତା ହାସଲ କରିପାରିଛନ୍ତି । ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଶ୍ରୀ ସାମନ୍ତ କହିଛନ୍ତି ପ୍ରତିବର୍ଷ କିସର ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଆସୁଛନ୍ତି । କେବଳ ଜେଇଇ ନୁହେଁ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିଆସୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଯତ୍ନ ନିଆଯିବା ସହ ଗୁଣାତ୍ମକ ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଉଥିବାରୁ ସେମାନେ ଏଭଳି ସଫଳତା ହାସଲ କରିପାରୁଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତ କିସର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget