loading...

ଉତ୍ତପ୍ତ ଗରମରୁ ଶ୍ରମିକଙ୍କୁ ଓ ନାଗରିକଙ୍କୁ ରକ୍ଷାକର ଏବଂ ଗରମ ହେତୁ ମୃତ୍ୟୁ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଅ

ଭୁବନେଶ୍ୱର, ଏପ୍ରିଲ୍ ୨୦୨୫


ଅତ୍ୟଧିକ ଉତ୍ତପ୍ତ ହେତୁ ହିଟ୍ ଷ୍ଟ୍ରୋକରେ ମୃତ୍ୟୁ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ନାଗରିକ ଓ ଶ୍ରମିକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଆଶୁ ବ୍ୟବସ୍ଥା କରିବା ଏବଂ ଦିନ ମଜୁରୀଆଙ୍କ କାମ ୧୧ ଟା ରୁ ୪ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଦାବି କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଦେଇ ଦାବି କରିଛନ୍ତି। ଡଃ. ଖୁଣ୍ଟିଆ କହିଛନ୍ତି ଯେ ୨୦୧୦ ମସିହାରୁ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ପାଗ ପରିବର୍ତ୍ତନ ହେତୁ ତାପମାତ୍ରା ସୀମା ଅତିକ୍ରମ କରୁଛି। ୨୦୨୪ ମସିହାରେ ଭାରତରେ ସରକାରୀ ତଥ୍ୟ ଅନୁଯାୟୀ ୪୮୧୫୬ ଅଂଶୁଘାତ ହୋଇଥିଲାବେଳେ ୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ଦିଲ୍ଲୀରେ ମଙ୍ଗେଶପୁରର ତାପମାତ୍ରା ସର୍ବୋଚ୍ଚ ୫୨.୯ ସେଲ୍‌ସିଅସ ହୋଇଥିବାବେଳେ ରାଜସ୍ଥାନର ଫାଲୋଡି ଓ ଚୁରୁ ଠାରେ ସର୍ବାଧିକ ତାପ ରେକଡିଂ କରାଯାଇଥିଲା। ଓଡ଼ିଶାରେ ଟିଟିଲାଗଡ଼ ଠାରେ ସର୍ବୋଚ୍ଚ ୫୦.୧ ଡିଗ୍ରୀ ସେଲ୍‌ସିଅସ ଓ ଝାରସୁଗୁଡ଼ା, ବଲାଙ୍ଗିର ଓ ବୌଦ୍ଧରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏକ ତଥ୍ୟ ଅନୁଯାୟୀ ୨୦୨୪ ମସିହାରେ ଭାରତରେ ଉତ୍ତପ୍ତ ହେତୁ ୭୦୦ ଲୋକଙ୍କର ମୃତ୍ୟୁ ହୋଇଥିଲାବେଳେ ଓଡ଼ିଶାରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ କୃଷି, ନିର୍ମାଣ, ଗିଗ୍ ପ୍ଲାଟଫର୍ମ ୱାର୍କସ, ଦିନ ମଜୁରୀଆ, ପ୍ରବାସୀ ଶ୍ରମିକ ଓ ସାଧାରଣ ନାଗରିକ ଏହି ଉତ୍ତପ୍ତ ଗ୍ରୀଷ୍ମ ପ୍ରବାହରେ ପିଡ଼ିତ। ତାମିଲନାଡୁ ସମେତ କେତେକ ରାଜ୍ୟ ଏହାକୁ ଅଂଶୁଘାତ ଘୋଷଣା କରି ୧୧ ଟାରୁ ୪ ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ଏବଂ ମୃତ୍ୟୁବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଏଣୁ ଓଡ଼ିଶା ରାଜ୍ୟ ସରକାର ଏହାକୁ ଅଂଶୁଘାତ ଘୋଷଣା କରି ରାଜ୍ୟର ସମସ୍ତ ନାଗରିକ ଓ ଶ୍ରମିକମାନଙ୍କ ମଧ୍ୟରେ ଆତ୍ମରକ୍ଷା ପାଇଁ ସଚେତନତା ଜାଗ୍ରତ କରିବା ଅଂଶୁଗାତ ଘୋଷଣା କରି ପିଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବା ସାରା ରାଜ୍ୟରେ ପଯ୍ୟାପ୍ତ ପରିମାଣରେ ପିିିଇବା ପାଇଁ ଓ ଆଶ୍ରୟସ୍ଥଳ ବନ୍ଦୋବସ୍ତ କରିବା ଏବଂ ଉତ୍ତପ୍ତ ଗ୍ରୀଷ୍ଣ ପ୍ରବାହରେ ମୃତ୍ୟୁକଙ୍କ ପରିବାରକୁ ତୁରନ୍ତ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଡଃ ଖୁଂଟିଆ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget