loading...

ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର, ୨୨ ଏପ୍ରିଲ୍ ୨୦୨୫



ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘଟଣାରେ ଅଗଣତାନ୍ତ୍ରିକ ଭାବେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ, ଚନ୍ଦନ ସାହୁ, ଆସିଫ ଖାନ, ବିଜୟ ସାହୁ ଓ ପ୍ରତୀକ ଦାସଙ୍କୁ ଆଜି ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ। ଶ୍ରୀଯୁକ୍ତ ଲଲ୍ଲୁଙ୍କ ସହ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସିଂ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। 

ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ ଯେ ଜେଲରେ ଥିବା ଛାତ୍ର ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲୁ। ରାଜ୍ୟରେ ୬୪ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ, ଛାତ୍ରାବାସରେ ରହୁଥିବା ଷଷ୍ଠ, ସପ୍ତମ ଶ୍ରେଣୀ ପଢ଼ୁଥିବା ଛାତ୍ରୀ ଗର୍ଭବତୀ ହେବା ବହୁ ମହିଳା ନିର୍ଯ୍ୟାତିତ ଓ ଧର୍ଷଣର ଶିକାର ହେବା ଘଟଣା ଘଟିଛି। ମା’ ମାଉସୀ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ନେଇ ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ଚାଲିଥିବା ବେଳେ ଅମାନୁଷିକ ଭାବେ ପୋଲିସ ଲାଠି ପ୍ରହାର କରିଥିଲା,ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ଯାହାଦ୍ୱାରା କି ଆମର ଅନେକ ନେତୃବୃନ୍ଦ ଓ କର୍ମୀ ଗୁରୁତ୍ୱର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି ଅନେକଙ୍କ ହାତ ଭାଙ୍ଗିଥିଲା, ଗୋଡ଼ ଭାଙ୍ଗିଥିଲା କିନ୍ତୁ ପୋଲିସ ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ କେସ କରି ଅଗଣତାନ୍ତ୍ରିକ ଭାବେ ୫ ଜଣଙ୍କୁ ଗିରଫ କରି ଜେଲରେ ପୁରାଇଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମେ ଏବଂ ଆମର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଡରିଯିବା ଲୋକ ନୁହେଁ। ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ଦାବିରେ ଆମ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଲଲ୍ଲୁ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁଧାଂଶୁ ଦେଓ, ହିମାଂଶୁ ଲେଙ୍କା, ପ୍ରକାଶ ଜେନା, ପ୍ରଦୀପ ମହାପାତ୍ର, ମନୋଜ ବିଶ୍ୱାଳ, ପ୍ରଶାନ୍ତ ଶତପଥି, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget