loading...

ଇଡି ଦ୍ୱାରା ନ୍ୟାସନାଲ ହେରାଲ୍ଡ ମାମଲାର ଦାୟ କରାଯାଇଥିବା ଅଭିଯୋଗ ଫର୍ଦ୍ଦ ଅସତ୍ୟ - ଭୁପେଷ ବାଘେଲ

ଭୁବନେଶ୍ୱର, ୨୧ ଏପ୍ରିଲ୍ ୨୦୨୫


ନ୍ୟାସନାଲ ହେରାଲ୍ଡ ମାମଲା ସଂପୂର୍ଣ୍ଣ ଭିତିହୀନ ଓ କପୋଳକଳ୍ପିତ -ଭୁପେଷ ବାଘେଲ


ମିଛ କୁହ, ବାରମ୍ବାର କୁହ ଓ ବଡ଼ପାଟିକରି ମିଛ କୁହ, ମିଛ କହିବା ବିଜେପି ଦଳର ଏକ ଅଭ୍ୟାସଗତ ବ୍ୟାଧି। ଗତ କିଛି ବର୍ଷ ଧରି ଭାରତୀୟ ଜନତାପାର୍ଟି ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ଗାନ୍ଧୀ ପରିବାର ୫ ହଜାର କୋଟି ଟଙ୍କାର ସମ୍ପତି ହଡପ କରିଥିବା ସଂପୂର୍ଣ୍ଣ ମିଛ, ନିରାଧା ଓ ଭିତିହୀନ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ର, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭୁପେଷ ବାଘେଲ କହିଥିଲେ। 

ଶ୍ରୀ ବାଘେଲ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଭାରତୀୟ ଜନତାପାର୍ଟି ବିଶେଷ କରି ନରେନ୍ଦ୍ର ମୋଦୀ, ଅମିତ ଶାହା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଭୟ କରି ଏଭଳି ରାଜନୈତିକ ଆକ୍ରୋଶ ଜାରି ରଖିଛନ୍ତି। ସାରା ଭାରତ ବର୍ଷରେ କଂଗ୍ରେସ ଗରିବ ଜନସାଧାରଣ ବିଶେଷ କରି ପଛୁଆବର୍ଗ, ଅତି ପଛୁଆବର୍ଗ, ଆଦିବାସୀ ଓ ଅନୁସୂଚିତ ଜାତିର ଜନସାଧାରଣଙ୍କ ପାଇଁ ବାରମ୍ବାର ସ୍ୱର ଉତୋଳନ କରିବା ସହିତ ଜାତି ଜନଗଣନା କରିବାପାଇଁ ଦାବି କରିବା ଏବଂ ବିଶେଷ କରି ସଂସଦ ଭିତରେ ଓ ସଂସଦ ବାହାରେ ନରେନ୍ଦ୍ର ମୋଦି ଏବଂ ଆଡାନୀ ମଧ୍ୟରେ କି ସମ୍ପର୍କ ରହିଛି ଏବଂ କାହିଁକି ଭାରତବର୍ଷର ସମସ୍ତ ଜାତୀୟ ସମ୍ପତି ଏପରିକି ଏୟାରପୋର୍ଟ, ପୋର୍ଟ, ରେଲୱେଟ୍ରାକ୍ସ, ସିମେଂଟ କାରଖାନା ଏସବୁ କାହିଁକି ଜଣେ ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି ବୋଲି ବାରମ୍ବାର ପ୍ରଶ୍ନ କରିବା ହେତୁ ଆଜି ବିଜେପି ଦଳ ରାଜନୈତିକ ଆକ୍ରୋଶ ରଖି ଗାନ୍ଧୀ ପରିବାରଙ୍କୁ ନିନ୍ଦିତ କରିବାପାଇଁ ନ୍ୟାସନାଲ ହେରାଲ୍ଡ ମାମଲାକୁ ଇଡିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇ ଏକ ସଂପୂର୍ଣ୍ଣ ମିଛ ମାମଲାର ଚାର୍ଜସିଟ ଦାୟର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୨ ମସିହାରେ ବିଜେପି ଦଳର ନେତା ଶ୍ରୀଯୁକ୍ତ ସୁବ୍ରମଣ୍ୟମ ସ୍ୱାମୀ ଇଲେକସନ କମିଶନ ପାଖରେ ଅଭିଯୋଗ ଦାଖଲ କରିବା ସହିତ ଏହି ମାମଲାକୁ ନେଇ କୋର୍ଟକୁ ଯାଇଥିଲେ। ୨୦୧୫ ମସିହାରେ କୋର୍ଟ ଏହି ମାମଲାକୁ ଅଗ୍ରାହ୍ୟ କରିବା ସହିତ କ୍ଲୋଜର ନୋଟିସ ଦେଇଥିଲେ। ନିର୍ବାଚନ ଆୟୋଗ ମଧ୍ୟ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ନ୍ୟାସନାଲ ହେରାଲ୍ଡ ମାମଲା କଥା ବିଜେପି କହୁଛି ୧୯୩୭ ମସିହାରେ ସ୍ୱାଧୀନତା ସଂଗ୍ରାମର ସମସ୍ତ ଘଟଣାକୁ ପ୍ରଚାର ପ୍ରସାର କରିବାପାଇଁ ଜବହାରଲାଲ ନେହେରୁ, ଟଣ୍ଡନ ସାହେବ ଓ ରଫିକ କିଦୱାଇଙ୍କ ସହ ବହୁ ଜାତୀୟ କଂଗ୍ରେସର ବରିଷ୍ଠ ନେତୃବର୍ଗ ଏକ ଆସୋସିଏଟେଡ଼ ଜୋର୍ନାଲ ନାମକ ଏକ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ନ୍ୟାସନାଲ ହେରାଲ୍ଡ ଖବର କାଗଜ ଇଂରାଜୀ ଓ ଉର୍ଦ୍ଧୃରେ ପ୍ରକାଶିତ ହେଉଥିଲା। ଏହା ପ୍ରଥମେ ଲୌକ୍ଷ୍ନ ଠାରେ ପ୍ରକାଶିତ ହୋଇଥିଲା। ଏହି ଖବରକାଗଜ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ବଡ଼ ଅଂଶବିଶେଷ ଥିଲା। କାଳକ୍ରମରେ ଏହି ଖବର କାଗଜର ସାମ୍ବାଦିକ ମାନଙ୍କର ଦରମା, ବକେୟା ପାଉଣା ଏପରିକି ବିଦ୍ୟୁତବିଲ ଏବଂ ସରକାରୀ ଖଜଣା ଓ ମୁନିସପାଲଟି ଖଜଣା ଇତ୍ୟାଦି ଦିଆଯାଇ ପାରୁନଥିଲା। ଆସୋସିଏଟେଡ ଜୋର୍ନାଲ ସଂପୂର୍ଣ୍ଣରୂପେ ଆର୍ଥିକ ସ୍ତରରେ ରୁଗ୍‌ଣ ହୋଇଯାଇଥିଲା। କଂଗ୍ରେସ ଦଳ ନ୍ୟାସନାଲ ହେରାଲ୍ଡ ଖବରକାଗଜର ଏଭଳି ସ୍ଥିତିରୁ କିପରି ଉଧାର କରାଯିବ ସେଥିପାଇଁ ୨୦୧୦ ମସିହାରେ ୟଙ୍ଗ ଇଣ୍ଡିଆ ନାମକ ଏକ କମ୍ପାନୀ ଗଠନ କରାଗଲା। 

ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଏହି କମ୍ପାନୀର ଅଂଶୀଦାର ହିସାବରେ ରହିଲେ। ୟଙ୍ଗ ଇଣ୍ଡିଆ ଲିମିଟେଡ କମ୍ପାନୀ ନିୟମ-୧୯୫୬ ଧାରା ୨୫ ଅନୁସାରେ ବା ୨୦୧୩ ପରିବର୍ତିତ କମ୍ପାନୀ ନୀୟମ ଧାରା-୮ ଅନୁସାରେ ଏକ ବିନା ଲାଭକାରୀ କମ୍ପାନୀ ରୂପେ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ କଂଗ୍ରେସ ଦଳ ନ୍ୟାସନାଲ ହେରାଲ୍ଡକୁ ଆର୍ଥିକ ଦୁର୍ଗତୀରୁ ରକ୍ଷା କରିବାପାଇଁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିଥିଲେ। ଆଜି ପର୍ଯ୍ୟନ୍ତ ନ୍ୟାସନାଲ ହେରାଲ୍ଡର ଥିବା ସମ୍ପତି ସମ୍ପତି ଜମି ବାଡ଼ି ଓ କୋଠା ବାଡି ଇତ୍ୟାଦି ଆସୋସିଏଟେଲ ଜୋର୍ନାଲ (ଏଜେଏଲ) ଅଧିନରେ ରହିଛି। ଏ ସମ୍ପତି ୟଙ୍ଗ ଇଣ୍ଡିଆ ନାମରେ ନାହିଁ। ଏହି ସମସ୍ତ କୋଠାବାଡ଼ିରୁ ଯେଉଁ ଭଡା ଆୟ ହେଉଛି ତାହା ଏଜେଏଲର ବ୍ୟାଙ୍କ ଖାତାକୁ ଯାଉଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ୟଙ୍ଗ ଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକମାନେ କୌଣସି ଦରମା ବା ଲାଭାଂଶ ତାଙ୍କୁ ମିଳେନାହିଁ ଏପରିକି ଏହି କମ୍ପାନୀ କୌଣସି ଲାଭ କାର୍ଯ୍ୟ କରିପାରିବ ନାହିଁ। ଏପରିକି କିଣାବିକା ମଧ୍ୟ କରିପାରିବ ନାହିଁ। ଯଦି କୌଣସି ଅର୍ଥ ଏ କମ୍ପାନୀରୁ ଉଠାଯାଇ ପାରିବ ନାହିଁ, ଜମିବାଡ଼ି କିଣାବିକା ମଧ୍ୟ କରାଯାଇ ପାରିବ ନାହିଁ ତାହାଲେ କିପରି ମନିଲଣ୍ଡରିଂ ହେଲା ଅର୍ଥାତ କିଭଳି ଭାବରେ ଅର୍ଥ ହେରଫେର ହେଲା। ଯଦି ଅର୍ଥ ଉଠାଯାଇ ପାରିବ ନାହିଁ ଲାଭାଂଶ ପ୍ରଦାନ କରାଯାଇ ପାରିବ ନାହିଁ ତାହାଲେ ଅର୍ଥ ହେରଫେର ଏକ ମନଗଡ଼ା କାହାଣୀକୁ ନୁହଁ ଏହା କିପରି ମନିଲଣ୍ଡରିଂ ଆଇନର ପରିଧି ଭିତରକୁ ଆସିଲା। ଯଦି ଘଟଣା ଘଟିନାହିଁ ତାହାହେଲେ କାହା ନିର୍ଦ୍ଦେଶରେ ଏ ମିଛ ମାମଲା ଦାୟର କରାଗଲା ଏହାର ଉତର ବିଜେପିର ନେତୃବୃନ୍ଦ ଦେଶବାସୀଙ୍କ ସମ୍ମୁଖରେ ରଖିବାର ସାହସ ଅଛିକି? କେବଳ ପ୍ରତିହିଂସା ପରାୟଣ ରାଜନୀତି ଯୋଗୁଁ ଏ ମାମଲା ଇଡିକୁ ବ୍ୟବହାର କରାଯାଇଛି। ୨୦୧୫ ମସିହାରେ ଇଡିର ନିର୍ଦ୍ଦେଶକଙ୍କୁ ତତ୍‌କ୍ଷଣାତ ପରିବର୍ତନ କରି ନିଜ ରାଜନୈତିକ ଇଛାକୁ ପୂରଣ କରିପାରୁଥିବା ଜଣେ ବ୍ୟକ୍ତିଙ୍କୁ ଇଡିରେ ନିର୍ଦ୍ଦେଶକ କରାଗଲା। ତାଙ୍କର ମାଧ୍ୟମରେ ଇଡି ଏ କେସକୁ ପୁର୍ନବାର ତଦନ୍ତ କଲା। ପ୍ରଶ୍ନ ଉଠୁଛି ବିଚାର ବିଭାଗ ଏପରିକି ନିର୍ବାଚନ କମିଶନଙ୍କ ଦ୍ୱାରା ଏ ମାମଲାକୁ ସଂପୂର୍ଣ୍ଣ ବନ୍ଦ କରିବାପାଇଁ ନିର୍ଦ୍ଦେଶ ପରେ ମଧ୍ୟ ଆଉଥରେ ଏହାର ତଦନ୍ତ କାହିଁକି କରାଗଲା? ଏହାର ଉତର କିଏ ଦେବ? ବାରମ୍ବାର ମିଛ କହୁଥିବା ନେତୃବର୍ଗ ମାନେ ସତ୍ୟକୁ ଗ୍ରହଣ କରିପାରିବେ ନାହିଁ। ଇନକମ ଟ୍ୟାକ୍ସରେ ଯେଉଁ ଅଭିଯୋଗ କରାଯାଇଛି ସେଥିରେ ୪୦୦ କୋଟି ଟଙ୍କାର ସମ୍ପତି ହେରଫେର କଥା କୁହାଯାଇଛି। କିନ୍ତୁ ପ୍ରକୃତରେ ଏହା ୩୬୯ କୋଟି ବୋଲି ଆୟକର ରିଟର୍ଣ୍ଣ ଫାଇଲରେ ଦର୍ଶାଯାଇଛି। କିନ୍ତୁ ସାରା ଦେଶରେ ବିଜେପି ଦଳର ସମସ୍ତ ନେତୃବର୍ଗ ଓ ମୁଖପାତ୍ରମାନେ ୫୦୦୦ କୋଟି ଟଙ୍କାର ସମ୍ପତି ହେରଫେର କଥା କହୁଛନ୍ତି। କାହା କଥା ସତ। ବିଜେପି ଦଳର ନେତାଙ୍କ କଥା ନା ଆୟକର ବିଭାଗର ରିଟର୍ଣ୍ଣ ଫାଇଲର ତଥ୍ୟ ଏକଥା ସ୍ପଷ୍ଟ କରାଯାଉ। ମୋଦିଙ୍କ ଶାସନକାଳରେ ୧୬ ଲକ୍ଷ କୋଟି ଟଙ୍କା ବଡ଼ ବଡ଼ ପୁଞ୍ଜିପତିମାନେ ବ୍ୟାଙ୍କରୁ ଲୁଟ କଲେ ଏବଂ ତାଙ୍କୁ ଋଣ ମାପ କରିଦିଆଗଲା। ଖାଲି ସେତିକି ନୁହେଁ ଏହି ୧୨ ବର୍ଷ ଶାସନକାଳ ଭିତରେ ନିର୍ଦ୍ଦିଷ୍ଟ ୪-୫ଜଣ ବ୍ୟବସାୟୀଙ୍କ ଆୟ ହଜାର ହଜାର ଗୁଣ ବୃଦ୍ଧି ପାଇଛି। ଆର୍ଥିକ ଅସମାନତା ଆଜି ଦେଶରେ ଶୀର୍ଷସ୍ଥାନରେ ପଂହଚିଛି। ଏ ସବୁ ପ୍ରଶ୍ନର ଉତର ରାହୁଲ ଗାନ୍ଧୀଙ୍କୁ ଦେବା ପରିବର୍ତେ ମିଛ ମାମଲାରେ ବଦନାମ କରାଯାଉଛି। କଂଗ୍ରେସ ଡରିଯିବା ଦଳ ନୁହଁ। କଂଗ୍ରେସର ନେତୃବର୍ଗ ସତ୍ୟ ସହିତ ଅଛନ୍ତି। ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ବିରୋଧି ଦଳର ନେତାମାନଙ୍କୁ ଭୟଭୀତ କରାଯାଉଛି। ଯେଉଁମାନେ ଡରି ଯାଉଛନ୍ତି ତାଙ୍କ ଶରଣରେ ପଶୁଛନ୍ତି। କଂଗ୍ରେସ ଦଳର ନେତୃବର୍ଗ ତାଙ୍କୁ ଡରିବ ନାହିଁ ବା ଡରୁ ନାହିଁ। 

ସାମ୍ବାଦିକ ମାନଙ୍କ ମହାନଦୀ ସମ୍ପର୍କୀତ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବାଘେଲ କହିଥିଲେ ଏବେ ଟ୍ରିପୁଲ ଇଞ୍ଜିନ ସରକାର ଚାଲିଛି। ଛତିଶଗଡ଼ ଓ ଓଡ଼ିଶାରେ ବିଜେପିର ସରକାର କେନ୍ଦ୍ରରେ ବି ବିଜେପିର ସରକାର। ତେଣୁ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ହେବା କଥା। କାହିଁକି ହେଉ ନାହଁ ଏ ପ୍ରଶ୍ନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ। ମହାନଦୀ ସମସ୍ୟାର ସମାଧାନ ଏ ସରକାରର ମୁଖ୍ୟ ଏଜେଣ୍ଡା ଭିତରେ ତ? ନିର୍ବାଚନ ଆୟୋଗର ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ସେ କହିଲେ ନିର୍ବାଚନ ଆୟୋଗ ସଂପୂର୍ଣ୍ଣରୂପେ ଆଜି ମୋଦି, ଶାହାଙ୍କର ହାତ ବାରିସ ପାଲଟିଛି। ମହାରାଷ୍ଟ୍ର ନିର୍ବାଚନରେ ୫ ମାସ ମଧ୍ୟରେ ୫୯ ଲକ୍ଷ ନୂଆ ଭୋଟର କିପରି ସାମିଲ ହେଲେ। ଏହାର ଉତର ନିର୍ବାଚନ ଆୟୋଗ କିମ୍ବା ସରକାର ଦେଉ ନାହାନ୍ତି। ତାମିଲ ନାଡୁର ରାଜ୍ୟପାଳଙ୍କ ପ୍ରତିକ୍ରିୟା ଉପରେ ଉତର ରଖି ସେ କହିଥିଲେ ଏବେ ଭାରତୀୟ ଜନତାପାର୍ଟିର ସାସଂଦମାନେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସିଧାସଳଖ ଧମକ ଦେଉଛନ୍ତି। ଏଭଳି ଆଚରଣ ଉଚାରଣ ଆମ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ବିପଦପୂର୍ଣ୍ଣ। ସୁପ୍ରିମକୋର୍ଟର ବିଚାରପତିମାନଙ୍କ କାର୍ଯ୍ୟାବଳୀକୁ ନେଇ ବିଜେପି ଦଳର ସାଂସଦମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହୁଛନ୍ତି ଯେ ଆସନ୍ତା ଦିନରେ ସୁପ୍ରିମକୋର୍ଟର ବିଚାରପତିଙ୍କ ଯୋଗୁଁ ଭାରତରେ ଏକ ଗୃହଯୁଦ୍ଧ ହେବାକୁ ଯାଉଛି। ଏଥିପାଇଁ ମୁଖ୍ୟ ବିଚାରପତି ସଂଜିବ ଖାନାହିଁ ଦାୟି। ଏହା ହେଉଛି ବିଜେପି ଦଳର ଅସଲ ଚେହେରା। ସତ୍ୟ ଓ ନ୍ୟାୟର ଜୟ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget