loading...

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜାନକୀ ବାବୁଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ପାଳିତ।

ଭୁବନେଶ୍ୱର, ୨୧ ଏପ୍ରିଲ୍ ୨୦୨୫



ଭାଗବତ ଗ୍ରନ୍ଥକୁ ଓଡ଼ିଶାର ପ୍ରତ୍ୟେକ ପରିବାରରେ ପଂହଚାଇବା ଥିଲା ଜାନକୀ ବାବୁଙ୍କ ସ୍ୱପ୍ନ 


ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ, କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଭାପତିତ୍ୱ କରିଥିଲେ। ସର୍ବପ୍ରଥମେ ପ୍ରଦେଶ କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର ଓ ଡ. ଅସିତ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ପ୍ରଦୋଷ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଜାନକୀ ବାବୁ ଅହରହ ଓଡ଼ିଶାର ବିକାଶ ଦିଗରେ ଚିନ୍ତା କରୁଥିଲେ। ସେ ଦୁର୍ଗତ ମଣିଷର ବିକଳକୁ ଅନୁଭବ କରିପାରୁଥିଲେ। ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାକୁ ସେ ସଠିକ ମୁକାବିଲା କରିପାରିଥିଲେ। ତାଙ୍କ ସମୟରେ ରାଜ୍ୟରେ ଶିଳ୍ପ ବିପ୍ଳବ ସୃଷ୍ଟି ହୋଇଥିଲା। ଆଜି ଆମେ ଓଡ଼ିଶାରେ ଯାହାକିଛି ଦେଖୁଛେ ତାହା ଜାନକୀ ବାବୁଙ୍କ ସ୍ୱପ୍ନ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଅନ୍ୟତମ ବକ୍ତା ଡ. ବୁଦ୍ଧଦେବ ମିଶ୍ର ଓ ଡ. ଅସିତ ମହାନ୍ତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆଜିର ଓଡ଼ିଶାବାସୀ ଜାନକୀ ବାବୁଙ୍କ ୧୪ ବର୍ଷର ଶାସନ ସମୟର ସଫଳତା ବିଷୟରେ ଜାଣିବା ଦରକାର। କଂଗ୍ରେସର ୧୪ ବର୍ଷର ଶାସନ ଓ ବିଜେଡ଼ିର ୨୪ ବର୍ଷର ଶାସନ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ରାଜ୍ୟବାସୀଙ୍କ ନିକଟରେ ପଂହଚାଇବା କଂଗ୍ରେସ ନେତୃବୃନ୍ଦ ମାନଙ୍କର ପ୍ରଥମ କାର୍ଯ୍ୟ ହେବା ଉଚିତ। ଭାଗବତ ଗ୍ରନ୍ଥକୁ ରାଜ୍ୟର ପ୍ରତ୍ୟେକ ପରିବାରଙ୍କ ନିକଟରେ ପଂହଚାଇବା ଜାନକୀ ବାବୁଙ୍କର ଏକ ସ୍ୱପ୍ନ ଥିଲା। ଏହି କାର୍ଯ୍ୟଟିକୁ ବର୍ତମାନ ଆମେ କରିପାରିଲେ ତାହାହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତମାନେ କହିଥିଲେ। 

ସ୍ୱାଗତ ଭାଷଣ ଦେଇ ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ କହିଲେ ଯେ ଭୁବନେଶ୍ୱରକୁ ବିକଶିତ କରିବାରେ ଜାନକୀ ବାବୁଙ୍କ ମୁଖ୍ୟ ଭୂମିକା ଥିଲା। ଓଡ଼ିଆ ଅସ୍ମିତା ସମ୍ପର୍କରେ ଉଦାହରଣ ଦେଇ ସେ କହିଲେ ଯେ ଜାନକୀ ବାବୁଙ୍କ ଶାସନ ସମୟରେ ପ୍ରତ୍ୟେକ ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ ତାଙ୍କର ଓଡ଼ିଆ ଅସ୍ମିତା ସମ୍ପର୍କରେ ପରିଚୟ ଦିଏ। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ପୂର୍ବତନ ସାଂସଦ ଡ. ରାମ ଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ କହିଲେ ଯେ ଜାନକୀ ବାବୁ ଧୈର୍ଯ୍ୟର ମୂର୍ତିମନ୍ତ ପ୍ରତୀକ ଥିଲେ। ଯୁବଗୋଷ୍ଠୀକୁ ସୁଯୋଗ ଦେଲେ ସେମାନେ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିବେ ବୋଲି ସେ ଜାଣିଥିଲେ। ସେଥିପାଇଁ ସେ ଯୁବକମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଉଥିଲେ। ହଜାର ଦିନରେ ହଜାର କୋଟିର ହଜାର ଶିଳ୍ପ ପ୍ରତିଷ୍ଠାକୁ ସେ ବାସ୍ତବରେ ପରିଣତ କରିଥିଲେ। ଚାଷୀଙ୍କୁ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେଇ ସେମାନଙ୍କର ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବାପାଇଁ ସେ ସ୍ୱଳ୍ପ ଋଣର ବ୍ୟବସ୍ଥା କରିଥିଲେ। ଜାନକୀବାବୁଙ୍କ ସଫଳତାକୁ କଂଗ୍ରେସ ଦଳ ଯେତିକି ପ୍ରଚାର ପ୍ରସାର କରିବା କଥା ତାହା କରିପାରି ନାହିଁ। ଆଜିର ଯୁବ ସମାଜଙ୍କୁ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରଜ୍ଞା ଓ ପ୍ରତିଭା ସମ୍ପର୍କରେ ଅବଗତ କରାଇପାରିଲେ ତାହାହିଁ ଜାନକୀ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରନ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଶେଷର କଂଗ୍ରେସ ନେତା ଶ୍ରୀ ରଜନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଶିବାନନ୍ଦ ରାୟ, ଶ୍ରୀ ମନୋଜ ରଥ ଓ ଶ୍ରୀମତୀ ସିପ୍ରା ମଲ୍ଲିକ ବିଶିଷ୍ଟ ଅତିଥି ବକ୍ତା ଶ୍ରୀ ପଟ୍ଟନାୟକ, ଡ. ମିଶ୍ର ଓ ଡ. ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ଯୋଗୀନାଥ ବାହୁ ବଳେନ୍ଦ୍ର, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଜ୍ୟୋତିଷ ସାହୁ, ଭାସ୍କର ସେଠୀ, ଦେଓ ପ୍ରସାଦ, କୃଷ୍ଣଚନ୍ଦ୍ର ପ୍ରଧାନ, ଉଷାରାଣୀ ବେହେରା, ଦୀପକ କୁମାର ମହାପାତ୍ର, ଦେବାଶିଷ ମହାପାତ୍ର, ପୁଷ୍ପରାଜ ପ୍ରଧାନ, ମଧୁସ୍ମିତା ଆଚାର୍ଯ୍ୟ, ଜିତୁ ପଣ୍ଡା, କୁସୁମ ପ୍ରଧାନ, ଜ୍ୟୋତି ମହାନ୍ତି, ତାପସ ସେଠୀ, ଏସକେ ମୁନା, ବିଜୟ ପ୍ରଧାନ, ପୟୋଧର ରାୟ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। 

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ଜାନକୀବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଲେ। 

ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget