loading...

ଷ୍ଟେଟ ବ୍ଯାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର, ୦୧ ଏପ୍ରିଲ୍ ୨୦୨୫




ଭାରତୀୟ ଷ୍ଟେଟ ବ୍ଯାଙ୍କ  ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଭୁବନେଶ୍ବରରେ ପବିତ୍ର ଉତ୍କଳ ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଏକ ବାଲୁକା କଳା ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ଡଃ ପ୍ରତିଭା ମହାରଥୀ ସମ୍ମାନନୀୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଓଡିଶାର ଗୌରବମୟ ଇତିହାସ , ସଂସ୍କୃତି ଓ ଓ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଓଡିଶାର ବୀରପୁତ୍ର ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପରୁଥି ନିଜ ବକ୍ତବ୍ୟରେ ସମ୍ପ୍ରତି ଓଡିଶାର ଅର୍ଥନୈତିକ ଉନ୍ନତି ଓ ପ୍ରଗତି ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି ସଭାରେ ଷ୍ଟେଟ ବ୍ଯାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟର ଶତାଧିକ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । 


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget