loading...

ପିସିସି ପକ୍ଷରୁ ଓଡ଼ିଶା ଦିବସ ପାଳିତ

ଭୁବନେଶ୍ୱର, ୦୧ ଏପ୍ରିଲ୍ ୨୦୨୫



ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଭବନ ପରିସରରେ ଥିବା ମହାମନିଷୀ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ସ୍ମୃତି ଉଦ୍ଦ୍ୟେଶରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଅଧ୍ୟକ୍ଷତା କରି କହିଲେ ଯେ, ମଧୁବାବୁ ଓଡ଼ିଶା ଗଠନରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ। ରାଜ୍ୟ ସରକାର ତାଙ୍କୁ ଉଚିତ୍ ସମ୍ମାନ ଦେବା ପରିବର୍ତ୍ତେ କେବଳ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରୁଛନ୍ତି। ଆଜି ରାଜ୍ୟରେ ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଧର୍ଷଣ ଓ ଗଣ ଧର୍ଷଣ ଚରମ ସୀମାରେ ପହଂଚିଛି। କଂଗ୍ରେସ ଦଳ ମା ମାନଙ୍କୁ ସମ୍ମାନ ଦେବା ପାଇଁ ବିଧାନସଭା ଭିତରେ ଓ ବାହାରେ ଅହରହ ଉଦ୍ୟମ ଚଳାଇଛି। ନିଖୋଜ ହୋଇଥିବା ୬୦ ହଜାର ମହିଳା ଓ ଶିଶୁମାନଙ୍କର ଅବସ୍ଥା କିପରି ଅଛି ଏ ସରକାର ଖୋଜୁଛି କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ। ଆଜିର ଦିନରେ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ସଂନ୍ଧ୍ୟା ସମୟରେ ବସଷ୍ଟାଣ୍ଡରେ ମହମବତି ଜଳାଇ ସେମାନଙ୍କୁ ଖୋଜିବାରେ ପ୍ରୟାସ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଗ୍ରାମରେ ମହିଳାମାନେ ରାଜରାସ୍ତାକୁ ଆସି ନ୍ୟାୟ ମାଗିବା ପାଇଁ ଦଳ ପକ୍ଷରୁ ଯୋଜନା ରହିଛି। ରାଜ୍ୟରେ ହୋଇଥିବା ନଦୀ ଜଳ, ଖଣି ଓ ଜଙ୍ଗଲ ବିକ୍ରିକୁ ବରଦାସ୍ତ କରାଯିବ ନାହିଁ। ରାଜ୍ୟର ପୂର୍ବସୁରୀମାନଙ୍କର ଅବଦାନ ଓ ଆଜିର ଆମ୍ଭମାନଙ୍କର କାର୍ଯ୍ୟଧାରାର ଆତ୍ମ ସମୀକ୍ଷାର ସମୟ ଆସିଛି। ମଧୁବାବୁ ଯେଭଳି ସ୍ୱାଭିମାନୀ ଥିଲେ ଏବଂ ଯେଉଁ ଆଦର୍ଶର ଦିଶା ଦେଇଯାଇଛନ୍ତି ସେଥିରେ ଅନୁପ୍ରାଣିତ ହେବାକୁ ଶ୍ରୀ ଦାସ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। 

ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ ପ୍ରମୁଖ ଓଡ଼ିଶା ଦିବସର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେ କି ଭାଷା ଭିତ୍ତିରେ ଗଠନ ହୋଇଛି। ଏଥିପାଇଁ ମଧୁସୁଦନ ଦାସ, ଗୋପବନ୍ଧୁ, ଫକୀର ମୋହନ, ପଣ୍ଡିତ ନୀଳକଣ୍ଠ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପ୍ରମୁଖଙ୍କ ନାମ ସର୍ବାଗ୍ରେ ସ୍ମରଣକୁ ଆସେ। ସେମାନଙ୍କ ସହ ଏ ମାଟିର ବରପୁତ୍ର ଯେଉଁମାନେ ରାଜ୍ୟ ଗଠନରେ ନିଜକୁ ସାମିଲ କରିଥିଲେ ସେମାନେ ଆମ ପାଇଁ ଚିରସ୍ମରଣୀୟ। ଆଜିର ଦିନରେ ପୂଜ୍ୟପୂଜାରେ ସରକାର ଉଦାସୀନତା ପ୍ରଦର୍ଶନ କରୁଛନ୍ତି। ଯାହାଫଳରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଶ୍ରମ, ସମୟ ଓ ଜୀବନକୁ ଉତ୍ସର୍ଗ କରିଥିବା ମହାମନିଷୀମାନଙ୍କର ଅମୂଲ୍ୟ ତ୍ୟାଗକୁ ଅଣଦେଖା ହେଉଛିି। କୋଟିଆ ଭଳି ରାଜ୍ୟର ସୀମାନ୍ତ ଜିଲ୍ଲାମାନଙ୍କୁ ପଡୋଶୀ ରାଜ୍ୟ ସବୁ କବଳିତ କରିବାକୁ ବସିଲେଣି। ଓଡ଼ିଶାର ଜୀବନ ଧାରା ମହାନଦୀ ଆଜି ଶୁଷ୍କ। ସେହିପରି ବ୍ରାହ୍ମଣୀ, ବୈତରଣୀ ନଦୀ ଆଜି ସଂପୂର୍ଣ୍ଣ ବିପଦରେ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ନେତୃବୃନ୍ଦ ଦାବୀ କରିଥିଲେ। ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସମୀର କୁମାର ରାଉତରାୟ, ଦେବାଶିଷ ପଟ୍ଟନାୟକ, ନକୁଳ ନାୟକ, କିଶୋର ଜେନା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ସୁଧାଂଶୁ ଦେଓ, ମନୋରଞ୍ଜନ ରାଉତରାୟ, ସୁଧାଂଶୁ ମହାନ୍ତି, ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ଜ୍ୟୋତିଷ ସାହୁ, ରାଜକିଶୋର ବାରିକ, ତରୁଣ ମିଶ୍ର, ମାନସ ମଲ୍ଲିକ, ଉତ୍ତମ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ସୁବାସ ପ୍ରଧାନ, ଶଶିଭୂଷଣ ପଣ୍ଡା, ପ୍ରକାଶ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଖଗେଶ୍ୱର ମଲ୍ଲିକ, ବିଜୟ ପ୍ରଧାନ, ଅଭିଶେକ ଦଳବେହେରା, ଗୋକୁଳାନନ୍ଦ ମହାପାତ୍ର, ରାଜେନ୍ଦ୍ର କୁମାର ରାଜପୁତ, ଜ୍ୟୋତି ମହାନ୍ତି ଓ ବିଷ୍ଣୁ ପ୍ରସାଦ ମୁଦୁଲି ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।




ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସଂନ୍ଧ୍ୟାରେ ଅଭିନବ ଉପାୟରେ ଓଡ଼ିଶା ଦିବସ ପାଳନ କରାଯାଇଛି। ଓଡ଼ିଶାର ୬୦ ହଜାର ନିଖୋଜ ମହିଳାଙ୍କ ପାଇଁ ଏକ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଠାରେ ଥିବା ବସଷ୍ଟାଣ୍ଡ ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ନିଖୋଜ ମହିଳାମାନଙ୍କୁ କଂଗ୍ରେସ ନେତୃବର୍ଗ, ମହିଳା କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ଖୋଜିଥିଲେ। ଏହିଭଳି କାର୍ଯ୍ୟକ୍ରମ ଆଜି ସାରା ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ କରାଯାଇଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଓ ନିଖୋଜ ପ୍ରସଙ୍ଗରେ ସ୍ଲୋଗାନ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ୯ ମାସର ବିଜେପି ସରକାର ମହିଳାମାନଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛି। ମହିଳାମାନେ ନ୍ୟାୟ ପାଉନାହାନ୍ତି। ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଦାବି କରିବାରୁ ଓଡ଼ିଶାର ବିଜେପି ସରକାର କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଉପରେ ଶାରିରୀକ ଆକ୍ରମଣ କରୁଛି। ଯେ ପର୍ଯ୍ୟନ୍ତ ଓଡ଼ିଶାର ନିର୍ଯ୍ୟାତିତା ଓ ଦୁଷ୍କର୍ମ ପିଡ଼ିତା ମହିଳା ନ୍ୟାୟ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ ଏବଂ ସଂଗ୍ରାମ ଅଭିରାମ ରହିବ। ଯଦି ମୋହନ ସରକାର ସମସ୍ୟାର ସମାଧାନ ନ କରି ଦମନମୂଳକ ଉପାୟ ଜାରି ରଖନ୍ତି ତେବେ କଂଗ୍ରେସ ତା’ର ସଂଗ୍ରାମକୁ ଏତେ ତୀବ୍ରତର କରିବ ଯେ ମୋହନ ସରକାର ଥରହର ହୋଇଯିବ। ଏହାପରେ ମହିଳା କଂଗ୍ରେସ କର୍ମୀମାନେ ପ୍ରତି ଗ୍ରାମ, ପୁରପଲ୍ଲୀ ଓ ପଡ଼ାରେ ମହମବତି ଶୋଭାଯାତ୍ରା କରି ମୋହନ ସରକାର ବିରୁଦ୍ଧରେ ନିଜର ଅସନ୍ତୋଷ ବ୍ୟକ୍ତ କରିବେ।

ଏହା ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଦିବସ ପାଳନ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଡ. ଦେବାଶିଷ ପଟ୍ଟନାୟକ, ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମହେଶ ଦେଶମୁଖ, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ପ୍ରଣତୀ ମିଶ୍ର, ସଶ୍ମିତା ବେହେରା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା, ଆଶିଷ ମଲ୍ଲିକ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ମହମ୍ମଦ ଇମ୍‌ଦାଦ୍‌, ମନୀଷା ଦାସପଟ୍ଟନାୟକ, ମାନସ ମହାନ୍ତି, ଚୈତାଳୀ ପଟ୍ଟନାୟକ, ସୋନାଲୀ ସାହୁ, ସତ୍ୟବ୍ରତ ନାୟକ, ସିଲି ସେଠୀ, କୁସୁମ ପ୍ରଧାନ, ପ୍ରସନ୍ନ ନାୟକ, ଜାନକୀ ମଲ୍ଲିକ, ସ୍ନେହାସ୍ମିତା ଜେନା, ଘନ ମହାନ୍ତି, ସେକ୍ ତାକ୍‌ୱିମ, ଲଲାଟେନ୍ଦୁ ଦାସ, ଉଦିତ୍ ପ୍ରଧାନ, ଲିଙ୍ଗରାଜ ସାହୁ, ନିହାର ରଞ୍ଜନ ବେହେରା,ସିର୍ଦ୍ଧାଥ ରାଉତରାୟ, ନକୁଳ ନାୟକ, ମନୋଜ ବିଶ୍ୱାଳ, ସିଦ୍ଧାର୍ଥ ମହାନ୍ତି, ନିହାର ମହାପାତ୍ର, ନାରାୟଣ ଜେନା, ଦେବାଶିଷ ମହାପାତ୍ର, ସୁକୁମାର, କାର୍ତିକ କାଣ୍ଡି, ସନ୍ତୋଷ ପ୍ରଧାନ, ଦେବୀ ପ୍ରସାଦ ବାହାଲିଆ ଓ ମନୋରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget