ଭୁବନେଶ୍ୱର, ୧୬ ଏପ୍ରିଲ୍ ୨୦୨୫
ଗତକାଲିର ପବିତ୍ର ମହାବିଷୁବ, ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ପାଳନ ଅବସରରେ ଦିଲ୍ଲୀ ରେ ବିଭିନ୍ନ ସରକାରୀ, ବେସରକାରୀ, ରାଷ୍ଟ୍ରୀୟତ୍ତ କ୍ଷେତ୍ର, ଜାତୀୟ କରଣ ବ୍ୟାଙ୍କ,ରେ କାର୍ଯ୍ୟରତ ପ୍ରଶାସକ, ସ୍ବେଛାସେବୀ ସଂଗଠନ, ଓ ଆଇନଜୀବୀ ଓ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ମାନଙ୍କ ଉପସ୍ଥିତ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ସ୍ଥାନୀୟ ହାଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ରେ ୟୁନିୟନ ବ୍ୟାଙ୍କ ର ଅବସରପ୍ରାପ୍ତ ମହାପ୍ରବନ୍ଧକ(ଜି. ଏମ.)ହୃଷିକେଶ ବେହେରା ଙ୍କ ଦ୍ୱାରା ଆହୁତ ଏବଂ ସଂଚଳନା ରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ କେନ୍ଦ୍ର ସଚିବ ଉପେନ୍ଦ୍ର ପ୍ରସାଦ ସିଂ, ଅବସର ପ୍ରାପ୍ତ ପ୍ରଶାସକ(ଭାରତୀୟ ବନ ବିଭାଗ) ସିଦ୍ଧାର୍ଥ ଦାସ, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ମହା ପ୍ରବନ୍ଧକ ଦେବାଶିଷ ମିଶ୍ର,[ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ] ଶ୍ରୀ ନୀଳାଚଳ ସେବା ସଙ୍ଘ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଇ. ରି ଡା ର ବିତ୍ତ ନିର୍ଦେଶକ ବିଜୟ କୁମାର ମହାନ୍ତି, ଗେଲ ର ମୁଖ୍ୟ ବରିଷ୍ଠ ପ୍ରବନ୍ଧକ(ଆଇନ) ଦୀପକ କୁମାର ବାରିକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉପ ମୁଖ୍ୟ ପ୍ରବନ୍ଧକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ର କାର୍ଯ୍ୟକାରୀ ନିର୍ଦେଶକ ଏସ. କେ. ମଲ୍ଲିକ, ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ର ମହାପ୍ରବନ୍ଧକ ବିଶ୍ୱଜିତ ମହାନ୍ତି, ସୋଲାର ଶକ୍ତି ନିଗମ ଲିମିଟେଡ଼ ର କାର୍ଯ୍ୟକାରୀ ନିର୍ଦେଶକ ଅତୁଲ୍ୟ କୁମାର ନାୟକ, ନିର୍ଦେଶକ ତଥା ଆଦିବାସୀ ବ୍ୟାପାର ବିଭାଗର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ଙ୍କ ବ୍ୟକ୍ତିଗତ ସଚିବ ଡ଼. ଏସ. କେ. ଜେନା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ. ଇଣ୍ଡିଆ ର ଉପ ମୁଖ୍ୟ ପ୍ରବନ୍ଧକ ପି. କେ.ସାମନ୍ତରାୟ, ସାର୍ଥକ ଫାଉଣ୍ଡେସନ ର ଅଧକ୍ଷ ସଞ୍ଜୟ ମିଶ୍ର, ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡ଼ର ପଦାଧିକାରୀ ସୋଭାଗ୍ୟ ରଞ୍ଜନ ବେହେରା, ବରିଷ୍ଠ ଆଇନଜୀବୀ ଅବନି ସାହୁ, ଅମୀୟ ରଞ୍ଜନ ନାୟକ,ଆଇନଜୀବୀ ସନ୍ତୋଷ ରାଉତ, ଆଇନଜୀବୀ କେଦାର ତ୍ରିପାଠୀ, ବରିଷ୍ଠ ସମ୍ବାଦିକ ଲଷ୍ମୀ ନାରାୟଣ ବେବର୍ତ୍ତା,ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବହୁ ପଦାଧିକାରୀଏଥିରେ ଯୋଗଦେଇ ପ୍ରାରମ୍ଭରେ ନିଜ ନିଜ ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ନବ ବର୍ଷ ର ମହତ୍ୱ ଓଡିଶା ର କଳା, ଐତିହ୍ୟ. ଭାଷା ସଂସ୍କୃତି ର ପ୍ରଚାର ପ୍ରସାର, ପରସ୍ପର ମଧ୍ୟରେ ଏକତା ବଜାୟ ରଖିବା ଅନ୍ୟlନ୍ୟ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ.ଉପସ୍ଥିତ ଥିବା ବିଭିନ୍ନ ରାଷ୍ଟ୍ରୟତ୍ତ ଉଦ୍ୟୋଗ ରେ କାର୍ଯ୍ୟ କରୁଥିବା ପ୍ରଶାସକ ମାନେ ସାମାଜିକ ଦାୟିତ୍ୱବୋଧ ପାଣ୍ଠି ଜରିଆରେ ସେମାନଙ୍କ କାର୍ଯ୍ୟାଳୟ ତରଫରୁ ନିଅ ଯାଉଥିବା ବିଭିନ୍ନ କାଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ. ଓଡ଼ିଆ ନବ ବର୍ଷ ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ର ମୁଖ୍ୟ ମହା ପ୍ରବନ୍ଧକ ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ଦେବାଶିଷ ମିଶ୍ର ଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପ ଗୁଚ୍ଛ, ଓ ମନ୍ଦିର ଉପରେ ଆଧାରିତ ଓ ପ୍ରକାଶିତ ପୁସ୍ତକ "ଦିଲ୍ଲୀ ରେ ଦାରୁବ୍ରହ୍ମ ଙ୍କ ଲୀଳା ବୈଭବ" ପୁସ୍ତକ କୁ ଶ୍ରୀ ନୀଳାଚଳ ସେବା ସଙ୍ଘ ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ.ଶେଷରେ ସମସ୍ତେ ସମୂହ ଭାବେ ପ୍ରସାଦ ସେବନ କରିଥିଲେ.
Post a Comment