loading...

ଓୟୁଏଟିର ଶୈକ୍ଷିକ ସଂଗ୍ରହାଳୟ ପରିଦର୍ଶନ କଲେ ରାଜ୍ୟପାଳ , ଅଧିକ ଉତ୍ପାଦନ ଓ ଆତ୍ମନିର୍ଭରଶୀଳ ହେବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର,  ଏପ୍ରିଲ୍ ୨୦୨୫




ଚଳିତ ଅପ୍ରେଲ ୧୬ ତାରିଖ ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଏବଂ ଏହି ଅବସରରେ ଓୟୁଏଟିର ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ପ୍ରାରମ୍ଭରେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ସଂପ୍ରସାରଣର ପ୍ରଗତି ଏବଂ ଦେଶ ବିଦେଶରେ ବିଭିନ୍ନ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ ସହିତ ଓୟୁଏଟିର ସଂପର୍କ, ସମନ୍ୱୟ ଓ ଭାଗିଦାରୀ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉନ୍ନତି ତଥା ରାଜ୍ୟରେ କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ନିଆ ଯାଉଥିବା ପଦକ୍ଷେପ ସଂପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ପ୍ରସଂଙ୍ଗରେ ରାଜ୍ୟପାଳ ସମୀକ୍ଷା କରିବା ଅବସରରେ ଓୟୁଏଟି ବୈଜ୍ଞାନିକମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ଗୁରୁତ୍ୱାରୋପ କରିବା ସହ ବିକଶିତ ଭାରତ ନିର୍ମାଣରେ ବିକଶିତ ଓଡିଶାର ଭୂମିକା ଉପରେ ଆଲୋକପାତ କରିଥିଲେ। ରାଜ୍ୟକୁ ମାଛ, ଅଣ୍ଡା ଆଦି ଖାଦ୍ୟ ପଦାର୍ଥ ଉତ୍ପାଦନ ସହିତ ଡ଼ାଲି ଏବଂ ତୈଳବୀଜ ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଓୟୁଏଟି ପଦକ୍ଷେପ ନେବା ସହ ଗବେଷଣା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଓୟୁଏଟିର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ତଥା ବିଭିନ୍ନ କ୍ଷେତ୍ରରେ ଏହି ଅନୁଷ୍ଠାନରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ସଫଳତାରେ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget