loading...

ସୋଆ କୀଟତତ୍ୱ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚ୍ୟୁତାନନ୍ଦ ଦାସଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର, ୮ ଏପ୍ରିଲ୍ ୨୦୨୫




ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ ( ଆଇଏଏସ୍‌) ର କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚ୍ୟୁତାନନ୍ଦ ଦାଶଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି।

କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜ କିଶୋର ସାହୁଙ୍କ ପୌରୋହିତ୍ୟରେ ଆୟୋଜିିତ ଏହି ସଭାରେ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ , ପ୍ରଫେସର ଏସ୍ ଏମ୍ ଏ ମଣ୍ଡଳ, ଡ. ଭୁବନାନନ୍ଦ ଅଧିକାରୀ, ଡ. ସତ୍ୟନାରାୟଣ ଶତପଥୀ, ଡ. ସ୍ୱୟଂ ସିଂହ, ଡ. ପ୍ରଜ୍ଞା ପତିଙ୍କ ସମେତ ବିଶ୍ୱଜିତ୍ ମିଶ୍ର, ସୁମିତ ସୌରଭ, ସ୍ୱୟମଦୀପ୍ତ ସାମନ୍ତ, ନିଶିଶ୍ମିତା ପରିଡା, ଅମ୍ରିତ ମହାପାତ୍ର ଓ ମାନସୀ ପ୍ରମୁଖ ଯୋଗ ଦେଇଥିଲେ।

ଦିବଙ୍ଗତ ପ୍ରଫେସର ଅଚ୍ୟୁତାନନ୍ଦ ଦାଶଙ୍କ ନିରଳସ ଜୀବନ, ଅପ୍ରମିତ ଜ୍ଞାନ, କୀଟତତ୍ୱ ବିଭାଗ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ହୋଇ ରହିବ ବୋଲି ସମସ୍ତେ ମତ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget